ETV Bharat / international

ଇସ୍ରାଏଲର ଆକ୍ରମଣକୁ ତୁର୍କୀର ନିନ୍ଦା, ରାଷ୍ଟ୍ରପତି ଏରଡଗାନ କହିଲେ ଯୁଦ୍ଧ ନୁହେଁ ଗଣହତ୍ୟା - ଗାଜାରେ ଇସ୍ରାଏଲର ଆକ୍ରମଣ

ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନକୁ ତୁର୍କୀର ନିନ୍ଦା । ରାଷ୍ଟ୍ରପତି କହିଲା ଯୁଦ୍ଧ ନୁହେଁ ନରସଂହାର । ଅଧିକ ପଢନ୍ତୁ

ଇସ୍ରାଏଲକୁ ତୁର୍କୀର ବିରୋଧ, ରାଷ୍ଟ୍ରପତି କହିଲେ ଯୁଦ୍ଧ ନୁହେଁ ଗଣହତ୍ୟା

author img

By ETV Bharat Odisha Team

Published : Oct 11, 2023, 10:49 PM IST

ହାଇଦ୍ରାବାଦ: ପାଲେଷ୍ଟାଇନର ଆତଙ୍କୀ ଗୋଷ୍ଠୀ ‘ହମାସ’ ନିୟନ୍ତ୍ରଣାଧୀନ ଗାଜା ଉପରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି । ହେଲେ ଏହି ସଂଘର୍ଷର ପ୍ରଭାବ ଜିଓ-ପଲିଟିକାଲ ସ୍ଥିତିରେ ମଧ୍ୟ ପ୍ରତ୍ୟେକ୍ଷ ଅନୁଭୂତ ହେବାରେ ଲାଗିଲାଣି । ଶୁକ୍ରବାର ଇସ୍ରାଏଲ ଉପରେ ହୋଇଥିବା ଭୟଙ୍କର ଆକ୍ରମଣକୁ ନିନ୍ଦା କରିବା ସହ ଇସ୍ରାଏଲକୁ ସମର୍ଥନ ଦେଇଛନ୍ତି ଏକାଧିକ ଉରୋପୀୟ ଦେଶ । ଏହାରି ମଧ୍ୟରେ ମଧ୍ୟପ୍ରାଚ୍ୟର ଏକାଧିକ ଇସଲାମୀୟ ଦେଶ ମଧ୍ୟ ପାଲେଷ୍ଟାଇନକୁ ସମର୍ଥନ କରିବା ସହ ଇସ୍ରାଏଲ ବିରୋଧରେ ଲଢେଇ ପାଇଁ ପ୍ରଛନ୍ନ ସହଯୋଗ ଯୋଗାଇବା ଆରମ୍ଭ କଲେଣି । ଆଜି ମଧ୍ୟପ୍ରାଚ୍ୟର ଅନ୍ୟତମ ପ୍ରମୁଖ ଦେଶ ତୁର୍କୀ ଇସ୍ରାଏଲ ଚଳାଇଥିବା ଅଭିଯାନକୁ କଡା ନିନ୍ଦା କରିଛି । ଏହା ଇସ୍ରାଏଲର ଯୁଦ୍ଧ ନୁହେଁ ବରଂ ଗାଜାରେ ଗଣହତ୍ୟା ବୋଲି ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡଗାନ କହିଛନ୍ତି ।

ଆଜି ତୁର୍କୀ ସଂସଦରେ ମଧ୍ୟ ପ୍ରସଙ୍ଗ ଉଠିଛି । ସଂସଦରେ ଏରଡଗାନ୍ ମନ୍ତବ୍ୟ ଦେଇଛନ୍ତି ଯେ ଯୁଦ୍ଧ ସମୟରେ ମଧ୍ୟ ନୈତିକତାର ଭାବନା ରହିବା ଉଚିତ । ମାତ୍ର ଇସ୍ରାଏଲର ଏହି ଆକ୍ରମଣରେ ସେପରି କୌଣସି ନୈତିକତା ନାହିଁ । ଗାଜାକୁ ଅବରୋଧ କରିବା ଓ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ କରିବା ପାଇଁ ମଧ୍ୟ ଇସ୍ରାଏଲକୁ ନିନ୍ଦା କରିଛନ୍ତି । ଲୋକଙ୍କୁ ମୌଳିକ ଆବଶ୍ୟକତାରୁ ବଞ୍ଚିତ କରିବା ଓ ସାଧାରଣ ଜନବସତିରେ ଏୟାର ଷ୍ଟ୍ରାଇକ କରିବା ଏକ ଲଜ୍ଜାଜନକ ଓ ନିନ୍ଦନୀୟ କାର୍ଯ୍ୟ ବୋଲି ଏରଡଗାନ କହିଛନ୍ତି । ଇସ୍ରାଏଲରେ ଯେଉଁ ଆତଙ୍କୀ ଆକ୍ରମଣ ହୋଇଛି, ତାହାର ପ୍ରତିକ୍ରିୟାରେ ଇସ୍ରାଏଲ ଯାହା କରୁଛି ତାହା ଉଚିତ ନୁହେଁ । ତାକୁ ଯୁଦ୍ଧ ବୋଲି କହିବା ଅନୁଚିତ ହେବ । ତାହା ଗାଜାରେ ନରସଂହାର ପରି । ଇସ୍ରାଏଲ ଏଥିରୁ କ୍ଷାନ୍ତ ରହିବା ଉଚିତ ବୋଲି ଏରଡଗାନ୍ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Hamas attack on Israel: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ପ୍ରଭାବିତ ହେବନି ଭାରତ-ଆରବ ସମ୍ପର୍କ !

ସେହିପରି ଉଭୟ ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ଶାନ୍ତି ଆଲୋଚନା ପ୍ରକ୍ରିୟାରେ ମଧ୍ୟସ୍ଥତା କରିବା ପାଇଁ ମଧ୍ୟ ତୁର୍କୀ ପ୍ରସ୍ତୁତ ଥିବା ସେ ସୂଚନା ଦେଇଛନ୍ତି । ହେଲେ ତୁର୍କୀ କିମ୍ବା କୌଣସି ଦେଶର ମଧ୍ୟସ୍ଥତା ପ୍ରସ୍ତାବ ଏବେ ଇସ୍ରାଏଲ ପାଇଁ ପ୍ରାସଙ୍ଗିକ ମନେ ହେଉନାହିଁ । ଶନିବାର ପୂର୍ବାହ୍ନରେ ପ୍ରଥମ ଦିନରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ସିଧା ଯୁଦ୍ଧ ଘୋଷଣା କରିଥିଲେ । କହିଥିଲେ ଏହା କୌଣସି ସାମରିକ ଅଭିଯାନ ନୁହେଁ ବରଂ ଯୁଦ୍ଧ । ଆମେରିକା ଓ ଉରୋପୀୟ ରାଷ୍ଟ୍ରମାନେ ଇସ୍ରାଏଲକୁ ସମର୍ଥନ କରିଛନ୍ତି । ଭାରତ ମଧ୍ୟ ଆକ୍ରମଣକୁ ନିନ୍ଦା କରିବା ସହ ଇସ୍ରାଏଲ ସହ ଥିବା କହିସାରିଛି । ଏବେ ଗାଜାସୀମାକୁ ଚାରିପଟୁ ସିଲ କରି ଆକ୍ରମଣ ଜାରି ରଖିଛି ଇସ୍ରାଏଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.