ETV Bharat / international

ଉତ୍ତର କୋରିଆରେ କରୋନା ତାଣ୍ଡବ, ୩ ଦିନରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ - ଉତ୍ତର କୋରିଆରେ କରୋନା ତାଣ୍ଡବ

ଉତ୍ତରକୋରିଆରେ ତାଣ୍ଡବ ରଚୁଛି କରୋନା । ୩ ଦିନ ମଧ୍ୟରେ ଉତ୍ତର କୋରିଆରେ ସମୁଦାୟ ୮୨୦, ୬୨୦ଜଣ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ଉତ୍ତର କୋରିଆରେ କରୋନା ତାଣ୍ଡବ, ୩ ଦିନରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ

author img

By

Published : May 15, 2022, 7:31 PM IST

ପାଙ୍ଗଙ୍ଗ୍: ଉତ୍ତରକୋରିଆରେ ତାଣ୍ଡବ ରଚୁଛି କରୋନା । ପ୍ରଥମ ଥର ଲାଗି ଉତ୍ତରକୋରିଆରେ ସଂକ୍ରମଣ ବଢ଼ିବା ଯୋଗୁ ଆତଙ୍କ ପ୍ରକାଶ ପାଇଛି। ସାରା ଦେଶରେ ଲକଡାଉନ ଓ ଜରୁରିକାଳୀନ ସ୍ଥିତି ଲାଗୁ କରାଯାଇଥିବା ସତ୍ତ୍ବେ କାୟା ବିସ୍ତାର କରୁଛି କରୋନା। ୩ ଦିନ ମଧ୍ୟରେ ଉତ୍ତର କୋରିଆରେ ସମୁଦାୟ ୮୨୦, ୬୨୦ଜଣ ସଂକ୍ରମିତ ହୋଇଥିବାବେଳେ ୪୨ଜଣଙ୍କର ମୃତ୍ୟୁ ଘଟିଛି ଓ ୩୨୪,୫୫୦ଜଣ ଚିକିତ୍ସାଧୀନ ଅଛନ୍ତି । କୋରୋନା ଦ୍ବାରା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି(ରବିବାର) ଦିନ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । କିମ୍‌ ଜୋଙ୍ଗ୍‌ ଉନ୍‌ କହିଛନ୍ତି ଯେ," ବର୍ତ୍ତମାନ ଉତ୍ତରକୋରିଆରେ ସ୍ଥିତି ସାଂଘାତିକ ରହିଛି ।"

ଦେଶବ୍ୟାପୀ କଠୋର ଲକ୍‌ଡାଉନ୍‌ ଘୋଷିତ ହୋଇଥିଲେ ବି ଗୁରୁବାର ଦିନ ଉତ୍ତର କୋରିଆର ପିୟୋଙ୍ଗ୍ୟାଙ୍ଗ୍‌ରେ ଓମିକ୍ରନ୍‌ ଭେରିଆଣ୍ଟ୍‌ ଚିହ୍ନଟ ହୋଇଛି। କୋଭିଡ ସଂକ୍ରମଣକୁ ବ୍ରେକ ଲଗାଇବା ପାଇଁ କଠୋର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲେ ସୁଦ୍ଧା ଏତେ ମାତ୍ରାରେ ପଜିଟିଭ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଅନ୍ୟପଟେ ଉତ୍ତର କୋରିଆକୁ ଟିକା ପଠାଇବାର କୌଣସି ଯୋଜନା ନାହିଁ ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ ଜେନ୍‌ ସାକି ଗୁରୁବାର ଦିନ କହିଛନ୍ତି। ସେ କହିଛନ୍ତି ଯେ, କୋଭାକ୍ସ ଠାରୁ ଟିକା ଅନୁଦାନ ଗ୍ରହଣ କରିବା ଲାଗି ଉତ୍ତର କୋରିଆ ବାରମ୍ବାର ମନା କରିଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.