ସିଓଲ: ମିଳିତ ସମରାଭ୍ୟାସ କରିବାକୁ ଯାଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ଓ ଦକ୍ଷିଣ କୋରିଆ (US South Korea drills)। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ ଶକ୍ତି ଦେଖାଇଛି ଦକ୍ଷିଣ କୋରିଆର ପାରମ୍ପରିକ ଶତ୍ରୁ ଉତ୍ତର କୋରିଆ । ଉତ୍ତର କୋରିଆ ପୂର୍ବ ସାଗରରେ ଏକ ଅତ୍ୟାଧୁନିକ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ ମିସାଇଲ ଲଞ୍ଚ କରିଛି (ballistic missile fired by North Korea)। କୋରିଆ ଉପଦ୍ବୀପ ସାଗରୀୟ ଅଞ୍ଚଳରେ ଏହି ମିଳିତ ସମରାଭ୍ୟାସ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଅତ୍ୟାଧୁନିକ ଯୁଦ୍ଧ ଯାହାଜ ମଧ୍ୟ ଆସି ପହଞ୍ଚି ସାରିଲାଣି ।
ସେହିପରି ସହଯୋଗୀ ଦକ୍ଷିଣ କୋରିଆ ମଧ୍ୟ ଅଭ୍ୟାସ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛି । ଏପରି ସମୟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଉତ୍ତର କୋରିଆର ନିଜର ସାମର୍ଥ୍ୟର ଉପସ୍ଥିତି ଜାହିର କରିବା ପାଇଁ ହଠାତ ମିସାଇଲ ଲଞ୍ଚ କରିଥିବା ସୂଚନା ମିଳିଛି । ଏହି ଯୁଦ୍ଧାଭ୍ୟାସ କାର୍ଯ୍ୟକ୍ରମରେ ଦୁଇ ଦେଶର ଅତ୍ୟାଧୁନିକ ଯୁଦ୍ଧ ଯାହାଜ ଅଂଶଗ୍ରହଣ କରିବେ (US South Korea drills)। ଏଥିପାଇଁ ଆମେରିକା ନୌସେନାର ଆଣବିକ ଶକ୍ତି ସମ୍ପନ ଯୁଦ୍ଧ ଜାହାଜ ମଧ୍ୟ ଉପଦ୍ବୀପ ସାଗରୀୟ କ୍ଷେତ୍ରକୁ ଆସି ସାରିଛି ।
ଏପରି ସମୟରେ ପାରମ୍ପରିକ ଶତ୍ରୁର ଏପରି ଶକ୍ତି ପ୍ରଦର୍ଶନକୁ ଗମ୍ଭୀରତାର ସହ ନେଇଛି ଦକ୍ଷିଣ କୋରିଆ । ସ୍ଥିତି ଅନୁସାରେ ଦକ୍ଷିଣ କୋରିଆର ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଦକ୍ଷିଣ କୋରିଆର ଜଣେ ବରିଷ୍ଠ ସେନାଧିକାରୀ କହିଛନ୍ତି । ଉତ୍ତର କୋରିଆର ଗତିବିଧି ସାଙ୍ଗକୁ ଗୁଇନ୍ଦା ଓ ଇଣ୍ଟେଲିଜେନ୍ସି ସର୍ଭିଲାନ୍ସକୁ ମଧ୍ୟ ସକ୍ରିୟ କରାଯାଇଛି । ଗତ ଜୁନ ମାସରେ ମଧ୍ୟ ଏହିପରି କଛି ଉତ୍ତେଜନାମୂଳକ ସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା ।
ଆମେରିକା ଦକ୍ଷିଣ କୋରିଆର ମିଳିତ ଅଭ୍ୟାସବେଳେ 8 ସର୍ଟ-ରେଞ୍ଜ ମିସାଇଲ ଲଞ୍ଚ କରିଥିଲା ଉତ୍ତର କୋରିଆ । ଜବାବରେ ଦକ୍ଷିଣ କୋରିଆ ମଧ୍ୟ 8ଟି ବାଲିଷ୍ଟିକ ମିସାଇଲ ଲଞ୍ଚ କରିଥିଲା (ballistic missile fired by North Korea )। ଦୁଇ କୋରିଆ ମଧ୍ୟରେ ଦୀର୍ଘ ବର୍ଷର ପାରମ୍ପରିକ ପ୍ରତିଦ୍ବନ୍ଦ୍ବ୍ବୀତା ରହି ଆସିଛି । କ୍ଷେପଣାସ୍ତ୍ର ଗବେଷଣାକୁ ପ୍ରାରମ୍ଭରୁ ଗୁରୁତ୍ବ ଦେଇଆସୁଛି ଉତ୍ତର କୋରିଆ । ତେବେ ଦକ୍ଷିଣ କୋରିଆ ଓ ତାର ସହଯୋଗୀ ତଥା ମିତ୍ର ରାଷ୍ଟ୍ରଙ୍କ ସହ ଉତ୍ତର କୋରିଆର ତିକ୍ତତା ମଧ୍ୟ ଦୀର୍ଘ ଦିନର ।