ETV Bharat / international

ରାଷ୍ଟ୍ରପତି ଜେଲେନସ୍କିଙ୍କ ଉପରେ ଚାପ ପକାଇବାକୁ କାହାର ସାହସ ନାହିଁ: Ukraine Foreign Minister - ୟୁ୍କ୍ରେନ ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବା

ୟୁ୍କ୍ରେନ ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି, ଯୁଦ୍ଧର ୩୬ ଦିନ ପରେ ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ୟୁରୋପରେ କିମ୍ବା ବିଦେଶରେ କେହି ରାଷ୍ଟ୍ରପତି ଜେଲେନସ୍କି କିମ୍ବା ୟୁକ୍ରେନ ଉପରେ ଚାପ ପକାଇବାକୁ ସାହସ କରିବେ ନାହିଁ । ଅଧିକ ପଢନ୍ତୁ

ରାଷ୍ଟ୍ରପତି ଜେଲେନସ୍କିଙ୍କ ଉପରେ ଚାପ ପକାଇବାକୁ କାହାର ସାହସ ନାହିଁ: Ukraine Foreign Minister

author img

By

Published : Apr 1, 2022, 9:08 PM IST

ନୂଆଦିଲ୍ଲୀ: ଋଷ ଓ ୟୁକ୍ରନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏପଟେ ଆଜି ୟୁ୍କ୍ରେନ ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି ଯେ, ଯୁଦ୍ଧର ୩୬ ଦିନ ପରେ ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ୟୁରୋପରେ କିମ୍ବା ବିଦେଶରେ କେହି ରାଷ୍ଟ୍ରପତି ଜେଲେନସ୍କି କିମ୍ବା ୟୁକ୍ରେନ ଉପରେ ଚାପ ପକାଇବାକୁ ସାହସ କରିବେ ନାହିଁ । ଏଥିସହ ୟୁକ୍ରେନ ସ୍ବାଧୀନ ବୋଲି ସେ ଘୋଷଣା କରିଛନ୍ତି ।

ସେହିଭଳି ଗତକାଲି ୟୁକ୍ରେନ ସଙ୍କଟକୁ ନେଇ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଅଷ୍ଟ୍ରେଲିଆ ଓ ଡଚ୍‌ ସଂସଦକୁ ସମ୍ଭୋଧିତ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ସେ ଋଷ ଉପରେ ଅଧିକ ଆର୍ଥିକ ପ୍ରତିବନ୍ଧକ ଲଗାଇବା ପାଇଁ ଉଭୟ ସଂସଦକୁ କହିଥିଲେ । ଫଳରେ ଏହା ଦ୍ବାରା ଋଷ ଅଧିକ ଚିନ୍ତାରେ ପଡିବା ସହ ଆର୍ଥିକ ସଙ୍କଟରେ ପଡିବ ବୋଲି ଜେଲେନ୍‌ସ୍କି ନିବେଦନ କରିବା ସହ ଏହା କହିଥିଲେ ।

ଅନ୍ୟପଟେ ୨୦୧୪ରେ କ୍ରିମିଆ ଉପରେ ଋଷର ଆକ୍ରମଣକୁ ସାରା ବିଶ୍ବ ଯେମିତି ଦଣ୍ଡିତ କରିଥିଲେ, ସେହିଭଳି ଏଥର ମଧ୍ୟ ଋଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ କହିଥିଲେ । ଏହା ପରେ ଜେଲେନ୍‌ସ୍କି ଡଚ୍‌ ସଂସଦକୁ ସମ୍ବୋଧିତ କରି ଋଷର ଶକ୍ତି ରପ୍ତାନିକୁ ରଦ୍ଦ କରିବାକୁ ନେଦରଲ୍ୟାଣ୍ଡକୁ ଅନୁରୋଧ କରିଥିଲେ । ଏଥିସହ ଋଷର କଞ୍ଚାମାଲ ଯୋଗାଣ ପାଇଁ ୟୁରୋପ ମହାଦେଶର ପ୍ରତ୍ୟେକ ଦେଶର ଡଲାର ସିଧାସଳଖ ସାମରିକ ଶିଳ୍ପ ତଥା ୟୁକ୍ରେନ ନାଗରିକଙ୍କ ହତ୍ୟାକୁ ଯାଉଛି ବୋଲି ଜେଲେନ୍‌ସ୍କି କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.