ETV Bharat / international

ଭାରତକୁ ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଟାର୍ଗେଟ; 'ଆମକୁ ଧମକାଇବା ଲାଇସେନ୍ସ କାହା ପାଖରେ ନାହିଁ' - ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁ

Maldives President makes fresh jab at India: ଭାରତକୁ ପରୋକ୍ଷରେ ଟାର୍ଗେଟ କଲେ ମାଳଦ୍ବୀପ ରାଷ୍ଟ୍ରପତି । ଆମକୁ ଧମକାଇବାକୁ କାହାକୁ ଲାଇସେନ୍ସ ମିଳିନାହିଁ ବୋଲି କହିଲେ ମହମ୍ମଦ ମୁଇଜୁ । ଅଧିକ ପଢନ୍ତୁ

Etମାଳଦ୍ବୀପ ରାଷ୍ଟ୍ରପତି
Maldives President
author img

By ETV Bharat Odisha Team

Published : Jan 14, 2024, 7:52 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ନେଇ ମାଳଦ୍ବୀପ ମନ୍ତ୍ରୀ ସମାଲୋଚନା କରିବା ପରେ ଭାରତ ଓ ମାଳଦ୍ବୀପ ମଧ୍ୟରେ ତିକ୍ତତା ବଢୁଛି । ଏହି ବିବାଦ ଭିତରେ 5 ଦିନିଆ ଚୀନ ଗସ୍ତରୁ ଫେରି ଭାରତକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଆମେ ଛୋଟ ଦେଶ ହୋଇପାରୁ, କିନ୍ତୁ ଆମକୁ ଧମକାଇବା ଲାଇସେନ୍ସ କାହା ପାଖରେ ନାହିଁ ବୋଲି ଚୀନରୁ ଫେରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ଉଦ୍ଦେଶ୍ୟରେ ଏପରି କହିଛନ୍ତି ମାଳଦ୍ବୀପ ରାଷ୍ଟ୍ରପତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ମାଳଦ୍ବୀପ ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ମହାସାଗର କୌଣସି ନିର୍ଦ୍ଧିଷ୍ଟ ଦେଶର ବ୍ୟକ୍ତିଗତ ସମ୍ପତ୍ତି ନୁହଁ । ଭାରତ ମହାସାଗର ଉପରେ ଅଧିକାର ଥିବା ପ୍ରମୁଖ ଦେଶମାନଙ୍କ ମଧ୍ୟରୁ ମାଳଦ୍ବୀପ ଅନ୍ୟତମ । ଆମେ ଛୋଟ ଦେଶ ହୋଇପାରୁ, ହେଲେ କେହି ଆମକୁ ଧମକାଇ ପାରିବେ ନାହିଁ । ମହମ୍ମଦ ମୁଇଜୁଙ୍କ ଏପରି ମନ୍ତବ୍ୟ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଭାରତ ଏନେଇ କୌଣସି ପ୍ରତିକ୍ରିୟା ରଖିନାହିଁ ।

ଚୀନ ଗସ୍ତ ଶେଷ କରିବା ପରେ ମାଳଦ୍ବୀପ ରାଷ୍ଟ୍ରପତି ବିବାଦର ସମାଧାନ ପାଇଁ ଭାରତ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ଚୀନ ଗସ୍ତରୁ ଫେରି ଭାରତକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା 3 ମନ୍ତ୍ରୀ ନିଲମ୍ବିତ ଚର୍ଚ୍ଚା, ରିପୋର୍ଟକୁ ମାଳଦ୍ବୀପ ମନ୍ତ୍ରୀଙ୍କ ଖଣ୍ଡନ

କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ବୀପ ଗସ୍ତ କରିଥିଲେ । ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସେଠାକାର ରୋମାଞ୍ଚକର ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାପରେ ଲାକ୍ଷାଦ୍ବୀପ ସୌନ୍ଦର୍ଯ୍ୟକୁ ନେଇ ପୁରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି କାରଣରୁ ମାଳଦ୍ବୀପ ପ୍ରତିକ୍ରିୟାଶୀଳ ହୋଇଥିଲା । ମାଳଦ୍ବୀପର 3 ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଥିଲେ । ପରେ ଭାରତ ପକ୍ଷରୁ ବିରୋଧ କରାଯିବାରୁ 3 ମନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା ।

ସୋସିଆଲ ମିଡିଆରେ #ବୟକଟ ମାଳଦ୍ୱୀପ ବି ଟ୍ରେଣ୍ଡ କରିଥିଲା । ଇଜି ମାଇଁ ଟ୍ରିପ୍ ମାଳଦ୍ୱୀପକୁ ଯିବା ପାଇଁ କରାଯାଇଥିବା ବିମାନ ଟିକେଟକୁ ବାତିଲ କରିଥିଲା । ଏହି ପ୍ରସଙ୍ଗକୁ ନେଇ ମାଳଦ୍ୱୀପ ହାଇକମିଶନକୁ ବୈଦେଶିକ ମନ୍ତ୍ରାଳୟ ସମନ ଜାରି କରିଥିଲା । ମାଳଦ୍ବୀପର ବିରୋଧୀ ଦଳ ନେତା ମଧ୍ୟ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଥିଲେ । ରାଷ୍ଟ୍ରପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ କହିଥିଲେ ବିରୋଧୀ ଦଳ ନେତା ଅଲ୍ଲି ଆଜିମ୍ । ଭାରତ ବିରୋଧୀ ମନ୍ତବ୍ୟକୁ ମାଳଦ୍ବୀପର ପ୍ରଥମ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ନସିଦ ଓ ପୂର୍ବତନ ବୈଦେଶୀକ ମନ୍ତ୍ରୀ ମଧ୍ୟ ନିନ୍ଦା କରିଥିଲେ । ଦୁଇ ଦେଶ ମଧ୍ୟରେ ବିବାଦ ଘନଉଥିବା ବେଳେ ଚୀନ ଗସ୍ତ କରିଥିଲେ ମାଳଦ୍ବୀପ ରାଷ୍ଟ୍ରପତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.