ETV Bharat / international

ମଝି ଆକାଶରେ ମୁହାଁମୁହିଁ ଧକ୍କା ହେଲା ୨ ସେନା ହେଲିକପ୍ଟର, ୯ ମୃତ

author img

By

Published : Mar 31, 2023, 6:53 AM IST

ଆମେରିକାର ମଝି ଆକାଶରେ ମୁହାଁମୁହିଁ ଧକ୍କା ହେଲା ୨ ସେନା ହେଲିକପ୍ଟର । ଦୁଇ ହେଲିକପ୍ଟରରେ ମୋଟ ୯ଜଣ ସେନା କର୍ମଚାରୀ ରହିଥିବା ବେଳେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

army black hawk helicopter crash
army black hawk helicopter crash

ଓ୍ବାଶିଂଟନ: ଆମେରିକାରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁଇଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୯ଜଣ ପ୍ରାଣ ହରାଇଛନ୍ତି । ଭାରତୀୟ ସମୟ ଅନୁସାରେ ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥିବା ନେଇ ଜଣାପଡିଛି । କେଣ୍ଟକିର ଟ୍ରିଗ କାଉଣ୍ଟିରେ ଫୋର୍ଟ କ୍ୟାମ୍ପବେଲ ସେନା ଘାଟି ନିକଟରେ ଏହି ଦୁର୍ଘଟଣା ହୋଇଥିଲା ।

ଆମେରିକା ସେନାର ଦୁଇଟି ବ୍ଲାକ ହକ ହେଲିକପ୍ଟର ଦୁର୍ଘଟଣା ପରେ ଛିନଛତ୍ର ହୋଇଯାଇଛି । ଆର୍ମିର ୧୦୧ ତମ ଏୟାରବର୍ଣ୍ଣ ଡିଭିଜନ ପକ୍ଷରୁ ଏହି ଦୁଇ ହେଲିକପ୍ଟରକୁ ପରିଚାଳନା କରାଯାଉଥିଲା । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୯ଜଣ ସେନା କର୍ମଚାରୀ ଆମେରିକାର ବୋଲି ଜଣାପଡିଛି ।

ତେବେ ଏନେଇ ଫୋର୍ଟ କ୍ୟାମ୍ପବେଲ ପକ୍ଷରୁ ଫେସବୁକରେ ଏକ ପୋଷ୍ଟ କରି କୁହାଯାଇଛି," ଏହି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ । ଦୁଇଟି ଏଚଏଚ ୬୦ ବ୍ଲାକହକ ହେଲିକପ୍ଟର ଦୈନନ୍ଦିନ ସାମରିକ ତାଲିମ ପାଇଁ ଉଡାଣ ଭରିଥିଲା । କିନ୍ତୁ ଉଡାଣର କିଛି ଘଣ୍ଟା ପରେ କୌଣସି କାରଣ ପାଇଁ ଦୁର୍ଘଟଣା ହୋଇଥିଲା । ଦୁଇ ହେଲିକପ୍ଟର ପରସ୍ପର ମଧ୍ୟରେ ଧକ୍କା ହୋଇଥିଲେ ।"

ଏହା ମଧ୍ୟ ପଢନ୍ତୁ: British Parliament Blocks TikTok: ସଂସଦରେ ଟିକଟକକୁ ବ୍ୟାନ କଲେ ବ୍ରିଟେନ ସରକାର

ତେବେ ଗୋଟିଏ ହେଲିକପ୍ଟରରେ ୪ଜଣ ଏବଂ ଅନ୍ୟଟିରେ ୫ଜଣ ରହିଥିଲେ । ହେଲିକପ୍ଟରରେ ନାଇଟ ଭିଜନ ଗଗଲ୍ସ ଲଗାଯାଇଥିଲା । ତେବେ କେଉଁ ପରିସ୍ଥିତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଜାରି ରହିଥିବା ନେଇ ଆର୍ମି କମାଣ୍ଡର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Mexico Fire Incident: ପ୍ରବାସୀ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ, ୩୯ ମୃତ

ତେବେ ଏନେଇ ଜଣେ ସ୍ଥାନୀୟ ପୋଲିସର କହିବା ଅନୁସାରେ,"ସେନା ହେଲିକପ୍ଟର ଦୁର୍ଘଟଣା ହୋଇଥିବା ନେଇ ଆମକୁ ସ୍ଥାନୀୟ ସମୟ ୧୦.୧୫ରେ ଫୋନ ଆସିଥିଲା । ଏହାପରେ ଆମେ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲୁ । ଦେଖିଲୁ ଯେ ଦୁଇଟି ହେଲିକପ୍ଟର ଦୁର୍ଘଟଣା ହୋଇ ଛାରଖାର ହୋଇଯାଇଛନ୍ତି । ୯ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । କଣ୍ଟେକିର ବିଭିନ୍ନ ସ୍ଥାନକୁ ଉଦ୍ଧାରକାରୀ ଟିମ ପଠାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ ।" ପ୍ରକାଶଥାଉକି, ୨୦୧୮ ମସିହାରେ ମଧ୍ୟ କଣ୍ଟେକିର କୋର୍ଟ କ୍ୟାମ୍ପବେଲ ଅଞ୍ଚଳରେ ସେନା ହେଲିକପ୍ଟର ଦୁର୍ଘଟଣା ହୋଇଥିଲା । ସେଥିରେ ଦୁଇଟି ସୈନ୍ୟ ପ୍ରାଣ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.