ETV Bharat / international

ସପ୍ଟେମ୍ବର 5 ରେ ବ୍ରିଟେନକୁ ମିଳିବେ ନୂଆ ପ୍ରଧାନମନ୍ତ୍ରୀ - ବ୍ରିଟେନର ପ୍ରଧାନମନ୍ତ୍ରୀ ଜନସନଙ୍କ ଇସ୍ତଫା

ରାଜନୈତିକ ଅସ୍ଥିରତା ମଧ୍ୟରେ ସପ୍ଟେମ୍ବର 5 ରେ ବ୍ରିଟେନକୁ ମିଳିବେ ନୂଆ ପ୍ରଧାନମନ୍ତ୍ରୀ । ଦୌଡରେ ଭାରତୀୟ ବଂଶୋଦ୍ଭବଙ୍କ ସମେତ ଏକାଧିକ ଆଶାୟୀ । ଦଳୀୟ ନିର୍ବାଚନ ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀ ଚୟନ ହେବା ନେଇ ଶାସକ ଦଳ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ସପ୍ଟେମ୍ବର 5 ରେ ବ୍ରିଟେନକୁ ମିଳିବେ ନୂଆ ପ୍ରଧାନମନ୍ତ୍ରୀ

author img

By

Published : Jul 12, 2022, 9:03 AM IST

ଲଣ୍ଡନ: ବ୍ରିଟେନରେ ଦେଖାଯାଇଥିବା ରାଜନୈତିକ ଅସ୍ଥିରତା ଯୋଗୁ ପ୍ରଧାନମନ୍ତ୍ରୀ ପଦରୁ ବୋରିଶ ଜନସନଙ୍କ ଇସ୍ତଫା ପରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କି’ଏ ହେବ ତାହା ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ପାରିନାହିଁ । ଶାସକ ଦଳରେ ଏକାଧିକ ଆଶାୟୀ ସାଂସଦ ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ଥିବା ବେଳେ, ସେପ୍ଟେମ୍ବର 5 ତାରିଖରେ ନୂଆ ପ୍ରଧାନମନ୍ତ୍ରୀ ଘୋଷଣା ହୋଇପାରେ । ଏନେଇ ବ୍ରିଟେନରେ ଶାସନରେ ଥିବା କଞ୍ଜରବେଟିଭ୍‌ ପାର୍ଟିର 1922 ବ୍ୟାକବେଞ୍ଚ କମିଟି (Backbench 1922 Committee ) ଅଧ୍ୟକ୍ଷ ଗ୍ରାହାମ ବ୍ରାଡି ଗତକାଲି (ସୋମବାର) ସୂଚନା ଦେଇଛନ୍ତି ।

ଗ୍ରାହାମ ବ୍ରାଡି କହିଛନ୍ତି ଏକାଧିକ ଆଶାୟୀଙ୍କ ମଧ୍ୟରେ କମିଟି ହିଁ ସଠିକ ନେତୃତ୍ବ ଚୟନ କରିବ । ଏହି ପ୍ରକ୍ରିୟା ପାଇଁ ଦଳୀୟ ଭାବେ ନିର୍ବାଚନ ମଧ୍ୟ ହେବ । ଆଜି (ମଙ୍ଗଳବାର) ହେବାକୁ ଥିବା ନାମାଙ୍କନ ଦାଖଲରେ ଜଣେ ପ୍ରାର୍ଥୀଙ୍କ ନିକଟରେ ସର୍ବନିମ୍ନ 20 ଜଣ ସାଂସଦଙ୍କ ସମର୍ଥନ ରହିବା ଆବଶ୍ୟକ । ଦଳର ସାଧାରଣ ନିୟମରେ ପୂର୍ବରୁ ଏହି ସଂଖ୍ୟା ମାତ୍ର 8 ସାସଂଦରେ ସୀମିତ ଥିଲା ।

ବୁଧବାର ଟୋରୀ ସାଂସଦ (Tory MPs) ଙ୍କ ମଧ୍ୟରେ ପ୍ରଥମ ରାଉଣ୍ଡ ଭୋଟ୍ ଅନୁଷ୍ଠିତ ହେବ । ସେହିପରି ପ୍ରଥମ ରାଉଣ୍ଡ ପରେ ଦ୍ବିତୀୟ ରାଉଣ୍ଡ ଭୋଟିଂରେ ଅଂଶଗ୍ରହଣ କରିପା ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ସର୍ବନିମ୍ନ 30 ଭୋଟର ଆବଶ୍ୟକତା ରହିବ । ପରେ ଏହି ଅନୁପାତରେ ଆଶାୟୀଙ୍କ ସଂଖ୍ୟା 2ରେ ସୀମିତ ରହିବା ସହ ଅନ୍ୟମାନେ ବାଦ ପଡିବେ । ଅନ୍ତିମ ଦୁଇ ପ୍ରତିଯୋଗୀଙ୍କୁ ଟୋରୀ ସଦସ୍ୟଙ୍କ ବ୍ୟତୀତ ଦଳର ସମସ୍ତ ସଦସ୍ୟ ଭୋଟ ଦେବେ । ଦଳର ମୋଟ ସଦସ୍ୟଙ୍କ ସଂଖ୍ୟା ପ୍ରାୟ 200,000 । ଗରିଷ୍ଠତା ହାସଲ କରିଥିବା ପ୍ରାର୍ଥୀ ପ୍ରଥମେ ନୂତନ ଟୋରୀ ନେତା (New Tory leader) ଏବଂ ପରେ ବ୍ରିଟେନ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ଆନ୍ତର୍ଜାତୀୟ ବାଣିଜ୍ୟ ମନ୍ତ୍ରୀ ପେନି ମର୍ଡାଣ୍ଟ, ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ, ଇସ୍ତଫା ଦେଇଥିବା ମନ୍ତ୍ରୀ ଋଷି ସୁନାକ ଏବଂ ପୂର୍ବତନ ସ୍ୱାସ୍ଥ୍ୟ ସଚିବ ସାଜିଦ ଜାଭିଦଙ୍କ ସମେତ 11 ଜଣ ପ୍ରାର୍ଥୀ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପାଇଁ ନିଜଆଡୁ ଇଚ୍ଛା ପ୍ରକାଶ କରିବା ସହ ଦଳ ନିକଟରେ ଦାବି କରିଛନ୍ତି । ଦଳୀୟ ଅନ୍ତକନ୍ଦଳଃ ଯୋଗୁ ଗୋଟିଏ ପରେ ଗୋଟିଏ ମନ୍ତ୍ରୀଙ୍କ ଇସ୍ତଫା ଦେଇଥିଲେ । ପରେ ପ୍ରଧାନମନ୍ତ୍ରୀ ଜନସନ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଥିଲେ । ତେବେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ନହେବା ଯାଏ ଜନସନ ବର୍ତ୍ତମାନ ବ୍ରିଟେନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.