ETV Bharat / international

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ: 'ବନ୍ଦ ହେବନି ଗାଜା ଯୁଦ୍ଧ, ଆମକୁ କେହି ରୋକି ପାରିବେନି'

author img

By ETV Bharat Odisha Team

Published : Dec 14, 2023, 8:32 AM IST

Israel-Hamas War Update: ଗାଜାରେ ବନ୍ଦ ହେବନି ଯୁଦ୍ଧ । ଆମକୁ କେହି ରୋକି ପାରିବେନି ବୋଲି ସଫା ସଫା ଶୁଣାଇଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଅଧିକ ପଢନ୍ତୁ

Israel-Hamas War
ଇସ୍ରାଏଲ ହମାସ ଯୁଦ୍ଧ

ତେଲ୍ ଅଭିଭ୍: ଇସ୍ରାଏଲ ଓ ହମାସ୍ ମଧ୍ୟରେ ଲଢେଇ ଥମିବାର ନାଁ ଧରୁନି । ଦୁଇ ମାସରୁ ଊର୍ଦ୍ଧ୍ବ ସମୟ ହେଲାଣି ଗାଜାରେ ଯୁଦ୍ଧ ଜାରି ରହିଛି । ଅନ୍ତର୍ଜାତୀୟ ଚାପ ସତ୍ତ୍ବେ ଆଗକୁ ଏହି ଯୁଦ୍ଧ ବନ୍ଦ ହେବାର ସେଭଳି କୌଣସି ସଙ୍କେତ ମିଳୁନି । ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଏ କଥା ସ୍ପଷ୍ଟ କରିଛନ୍ତି । ଗାଜାରେ ଇସ୍ରାଏଲ ସେନା ଆକ୍ରମଣ ଜାରି ରଖିବ । ଆମକୁ କେହି ରୋକିପାରିବେନି । ହମାସ୍ ବିପକ୍ଷରେ ବିଜୟ ନମିଳିବା ଯାଏଁ ଲଢେଇ ଜାରି ରହିବ ବୋଲି ସଫା ସଫା କହିଛନ୍ତି ନେତାନ୍ୟାହୁ ।

ନେତାନ୍ୟାହୁ କହିଛନ୍ତି, "ଆମେ ଶେଷ ପର୍ଯ୍ୟନ୍ତ ଲଢିବୁ । ଏଥିରେ ଆଉ କୌଣସି ପ୍ରଶ୍ନ ଉଠୁନି । ଯନ୍ତ୍ରଣା ଏବଂ ଆନ୍ତର୍ଜାତିକ ଚାପ ସହିତ ରଖି ମୁଁ ଏକଥା କହୁଛି । ଆମକୁ କେହି ଅଟକାଇ ପାରିବେ ନାହିଁ । ବିଜୟୀ ନହେବା ପର୍ଯ୍ୟନ୍ତ ଆମର ଏହି ଲଢେଇ ଜାରି ରହିବ ।" ମଙ୍ଗଳବାର ଜାତିସଂଘରେ ଗାଜା ଅସ୍ତ୍ରବିରତି ପ୍ରସ୍ତାବ ଆସିବା ପରେ ନେତାନ୍ୟାହୁଙ୍କ ଏହି ବୟାନ ସାମ୍ନାକୁ ଆସିଛି ।

ଦୀର୍ଘ ୨ ମାସର ଆକ୍ରମଣରେ ସମ୍ପୂର୍ଣ୍ଣ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ଗାଜା । ଆଖିବୁଜା ଗୁଳି ବୋମାମାଡ଼ରେ ୧୮ ହଜାରରୁ ଅଧିକ ନାଗରିକଙ୍କ ମୃତ୍ୟୁ ହେଲାଣି । ବିଶେଷକରି ବହୁସଂଖ୍ୟାରେ ମହିଳା ଓ ଶିଶୁଙ୍କ ମୃତ୍ୟୁ ହେଉଛି । ଯେଉଁଥିପାଇଁ ଏବେ ଇସ୍ରାଏଲ ପ୍ରତି ବୈଶ୍ବିକ ସମର୍ଥନ କମିବାରେ ଲାଗିଛି । ଏହାରି ଭିତରେ ଯୁଦ୍ଧଭୂମି ଗାଜାରେ ତୁରନ୍ତ ଅସ୍ତ୍ରବିରତି ଏବଂ ବନ୍ଧକମାନଙ୍କ ନିଃସର୍ତ୍ତ ମୁକ୍ତି ଦାବିରେ ମଙ୍ଗଳାବର ଜାତିସଂଘ ମହାସଭାରେ ଏକ ପ୍ରସ୍ତାବ ପାରିତ ହୋଇଥିଲା । ୧୫୩ ଦେଶ ଅସ୍ତ୍ରବିରତି ସପକ୍ଷରେ ଭୋଟ୍ ଦେଇଥିଲେ । ତା' ମଧ୍ୟରେ ଇସ୍ରାଏଲକୁ ସମର୍ଥନ କରୁଥିବା ଭାରତ ମଧ୍ୟ ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବକୁ ଭାରତର ସମର୍ଥନ; ବିରୋଧ କଲା ଆମେରିକା

ଏହା ମଧ୍ୟ ପଢନ୍ତୁ: ହମାସ ଆତଙ୍କୀଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଚରମବାଣୀ: କହିଲେ ଏହା ଅନ୍ତର ଆରମ୍ଭ, ଆତ୍ମସମର୍ପଣ କର

ଜାତିସଂଘରେ ଆମେରିକା ଯଦିଓ ପ୍ରସ୍ତାବ ବିପକ୍ଷରେ ଭୋଟ୍ ଦେଇଥିଲା, ହେଲେ ରାଷ୍ଟ୍ରପତି ଜୋ ବାଇଡେନ ଗାଜାରେ ଆକ୍ରମଣ ବନ୍ଦ କରିବାକୁ ନେତାନ୍ୟାହୁଙ୍କ ଚେତାଇଥିଲେ । ପାଲେଷ୍ଟାଇନ ସହିତ ଦ୍ବିପାକ୍ଷିକ ନୀତିରେ ନେତାନ୍ୟାହୁ ନିଜ ଆଭିମୁଖ୍ୟ ବଦଳାଇବା ଦରକାର । ଗାଜାରେ ଆକ୍ରମଣ ବନ୍ଦ ନକଲେ ହମାସ୍ ଯୁଦ୍ଧରେ ଇସ୍ରାଏଲ ସମର୍ଥନ ହରାଇପାରେ ବୋଲି କହିଥିଲେ ବାଇଡେନ । କିନ୍ତୁ ଅସ୍ତ୍ରବିରତି ପାଇଁ ଏହି ବୈଶ୍ବିକ ଚାପ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯୁଦ୍ଧ ଜାରି ରହିବା ନେଇ ହମାସକୁ ଚରମବାଣୀ ଶୁଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.