ETV Bharat / international

Nepal Plane Crash: ବର୍ତ୍ତମାନ ସୁଦ୍ଧା ୭୦ଜଣଙ୍କ ମୃତଦେହ ଉଦ୍ଧାର

author img

By

Published : Jan 17, 2023, 7:59 AM IST

କାଠମାଣ୍ଡୁରେ ବିମାନ ଦୁର୍ଘଟଣା ଘଟଣାରେ ୭୨ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ୭୦ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା । ଅଧିକ ପଢନ୍ତୁ

Nepal plane crash
Nepal plane crash

କାଠମାଣ୍ଡୁ: ନେପାଳର ରାଜଧାନୀ କାଠମାଣ୍ଡୁରେ ବିମାନ ଦୁର୍ଘଟଣା ଘଟଣା । ରବିବାର ପୋଖରା ଅନ୍ତର୍ଜାତୀୟ ବିମାନ ବନ୍ଦରରରେ ୟେତି ଏୟାରଲାଇନ୍ସ ବିମାନଟି ଅବତରଣ ସମୟରେ ରନଓ୍ବେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ବିମାନରେ ଥିବା ୬୮ ଯାତ୍ରୀ ଓ ୪ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ପୂର୍ବରୁ ୬୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୋଟ ୭୦ ଜଣଙ୍କ ମୃତଦେହ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇଥିବା ବେଳେ ଆଉ ଦୁଇ ଜଣଙ୍କ ମୃତଦେହକୁ ଖୋଜୁଛନ୍ତି ଉଦ୍ଧାରକାରୀ ଟିମ ।

ମିଳିଥିବା ସୂଚନା ଅନୁଯାୟୀ, ନେପାଳ ରାଜଧାନୀ କାଠମାଣ୍ଡୁର ପୋଖରା ଅନ୍ତର୍ଜାତୀୟ ବିମାନ ବନ୍ଦରରରେ ରବିବାର ୭୨ ଯାତ୍ରୀ ବିଶିଷ୍ଟ ୟେତି ଏୟାରଲାଇନ୍ସ ବିମାନଟି ଅବତରଣ କରିବା ବେଳେ ରନଓ୍ବେରେ କ୍ରାସ ହୋଇଥିଲା । ଦୁର୍ଘଟଣା ପରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ସର୍ଚ୍ଚ ଅପରେସନ କରାଯାଇ ମୃତଦେହ ଉଦ୍ଧାର ଜାରି ରହିଥିବା ବେଳେ ଗତକାଲି ବିମାନର ବ୍ଲାକ ବକ୍ସ ମିଳିଥିଲା । ଯେଉଁଥିରେ ଦୁର୍ଘଟଣାର କାରଣ ରେକର୍ଡ ହୋଇଥାଇପାରେ ବୋଲି ଆଶା କରାଯାଉଛି । ବିମାନବନ୍ଦର ଅଧିକାରୀ ଶେର୍ ବାଥ୍ ଠାକୁର ଏନେଇ ଗତକାଲି ସୂଚନା ଦେଇଛନ୍ତି ।

ରବିବାର ଦୁର୍ଘଟଣା ସମୟର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଜଣେ ଯୁବକ ବିମାନରେ ବସିଥିବା ସମୟରେ ଫେସବୁକ ଲାଇଭ କରୁଥିଲେ । ଫଳରେ ବିମାନ ଦୁର୍ଘଟଣାର ପୁରା ଦୃଶ୍ୟ ଫେସବୁକ ଲାଇଭରେ ଦେଖିବାକୁ ମିଳିଥିଲା । ଜଣେ ଭାରତୀୟ ଯୁବକ ଏହାର ଭିଡିଓ କରୁଥିଲେ । ବିମାନରେ ଥିବା ୬୮ ଯାତ୍ରୀଙ୍କ ମଧ୍ୟରୁ ୫୩ ଜଣ ନେପାଳର ହୋଇଥିବା ବେଳେ, ୫ ଜଣ ଭାରତୀୟ, ୪ ଜଣ ଋଷିୟ ନାଗରିକ, ଜଣେ ଆୟାରଲାଣ୍ଡରୁ, ୨ ଜଣ କୋରିଆନ, ଜଣେ ଆର୍ଜେଣ୍ଟିନା ଓ ଜଣେ ଫ୍ରାନ୍ସ ନାଗରିକ ହୋଇଥିବା ଜଣାପଡିଛି । ବିମାନରେ ୨ ଶିଶୁ ମଧ୍ୟ ଥିବା ସୂଚନା ମିଳିଥିଲା । ତେବେ ଦୁର୍ଘଟଣାର କାରଣ ଯାନ୍ତ୍ରିକ ତ୍ରୁଟି ହୋଇପାରେ ବୋଲି କୁହାଯାଉଥିବା ବେଳେ ବ୍ଲାକବକ୍ସରୁ ପ୍ରକୃତ କାରଣ ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ-Plane Crash Tragedy: ମିଳିଲା ବିମାନର ବ୍ଲାକ ବକ୍ସ

ତେବେ ଭାରତରୁ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣଙ୍କ ପରିଚୟ ହସ୍ତଗତ ହୋଇଛି । ଅନ୍ୟ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ମୃତ ଚାରି ଭାରତୀୟ ହେଉଛନ୍ତି ଉତ୍ତରପ୍ରଦେଶର ଗାଜିଆପୁରର ବାସିନ୍ଦା ସୋନୁ ଜସଓ୍ବା, ଅନିଲ ରାଜଭର, ବିଷ୍ଣୁ ଶର୍ମା, ଅଭିଶେଖ ସିଂ କୁସଓ୍ବାଲ । କାଠମାଣ୍ଡୁରେ ଥିବା ପଶୁପତି ମନ୍ଦିରରେ ପୂଜା କରିବା ପରେ ପାରାଗ୍ଲାଇଡିଂ ପାଇଁ ପୋଖରା ଯାଉଥିଲେ । ଏହି ସମୟରେ ବିମାନ ମଧ୍ୟରେ ଫେସବୁକ ଲାଇଭ ଭିଡିଓ କରି ଅନୁଭୂତି ବାଣ୍ଟୁଥିବା ବେଳେ ବିମାନଟି କ୍ରାସ ହୋଇଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.