ETV Bharat / international

Pokhara Plane Crash: ଅଧା ରହିଗଲା ମୁଖ୍ୟ ପାଇଲଟ ହେବା ସ୍ବପ୍ନ, ସଫଳ ଅବତରଣରେ ଅଞ୍ଜୁଙ୍କୁ ମିଳିଥାନ୍ତା ପାଇଲଟ ଲାଇସେନ୍ସ

ମଣିଷ ଜୀବନ ପାଣି ଫୋଟକା । କେତେବେଳେ କଣ ହେବ କହାକୁ ବା ଜଣା । କିଛି ହାସଲ କରିବାକୁ ସ୍ବପ୍ନ ଦେଖିଥିବା ମଣିଷର ସ୍ବପ୍ନ ଯେ କିପରି ପାଣି ଫୋଟକା ପରି ମିଳେଇ ଯାଏ ତାହା ଘଟିଛି ନେପାଳର ଜଣେ କୋ ପାଇଲଟ ଅଞ୍ଜୁ ଖାଟିୱାଡାଙ୍କ ସହିତ । ନେପାଳର ପୋଖରା ଖଟିଥିବା ବିମାନ ଦୁର୍ଘଟଣାରେ ତାଙ୍କ ସ୍ବପ୍ନ ପୋଡିଜଳି ପାଉଁଶ ହୋଇଛି । ଅଧିକ ପଢନ୍ତୁ

co pilot anju khatiwada
Pokhara Plane Crash
author img

By

Published : Jan 16, 2023, 4:46 PM IST

Updated : Jan 17, 2023, 6:39 AM IST

କାଠମାଣ୍ଡୁ: କାଲି କିଏ ଦେଖିଛି । ଦୁର୍ଘଟଣା କେତେବେଳେ ଯେ ଘଟିବ କାହାକୁ ବା ଜଣା । ମଣିଷ ସ୍ବପ୍ନ ଦେଖେ ଆଶା ରଖେ ହେଲେ ତାହା ପୂରଣ ହେବ କି ନାହିଁ ତାହା ବିଧାତା ହାତରେ । ସ୍ବପ୍ନ କିପରି ଆଖି ପିଛୁଳାକେ ପାଣି ଫୋଟକା ପରି ମିଳେଇ ଯାଏ ତାହା ନେପାଳର ଜଣେ କୋ ପାଇଲଟଙ୍କ ଜୀବନରେ ଘଟିଛି । ଗତକାଲି (ରବିବାର) ନେପାଳ ରାଜଧାନୀ କାଠମାଣ୍ଡୁରେ ଘଟିଥିବା ବିମାନ ଦୁର୍ଘଟଣାରେ 72 ଜଣଙ୍କ ଜୀବନ ଯାଇଛି । ବିମାନରେ କୋ ପାଇଲଟ ଦାୟିତ୍ବରେ ଥିବା ଅଞ୍ଜୁ ଖାଟିୱାଡା ବିମାନକୁ ସୁରକ୍ଷିତ ଅବତରଣ କରିଥିଲେ ତାଙ୍କୁ ମୁଖ୍ୟ ପାଇଲଟ ଲାଇସେନ୍ସ ମିଳିଥାନ୍ତା ହେଲେ ବିମାନ ଦୁର୍ଘଟଣା ନିଆଁରେ ସବୁ ପୋଡି ଜଳି ପାଉଁଶ ହୋଇଯାଇଛି ।

ଏହା ବି ପଢନ୍ତୁ....Pokhara Plane Crash: କାଠମାଣ୍ଡୁରେ ବିମାନ ଦୁର୍ଘଟଣା, 5 ଭାରତୀୟଙ୍କ ସମେତ 68 ମୃତ !

କୋ ପାଇଲଟ ଭାବେ ସଫଳତାର ସହିତ କାମ କରିଥିଲେ ଅଞ୍ଜୁ । ରବିବାର ତାଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଥିଲା । କୋ ପାଇଲଟ ଭାବେ ୟେତି ଏୟାରଲାଇନ୍ସ 9 ଏନଏନସି-72 ବିମାନକୁ ସଫଳ ଅବତରଣ କରିଥିଲେ ଅଞ୍ଜୁଙ୍କୁ ମୁଖ୍ୟ ପାଇଲଟ ଭାବେ ଲାଇସେନ୍ସ ମିଳିଥାନ୍ତା । ବହୁତ ଖୁସି ଥିଲେ ଅଞ୍ଜୁ । ହେଲେ ସବୁ କିଛି ଅଧାରେ ରହିଗଲା । ବିଧିର ବିଧାନ କିଛି ଅଲଗା ଥିଲା । ବିମାନ ଅବତରଣର ମାତ୍ର 10 ସେକେଣ୍ଡ ପୂର୍ବରୁ ସବୁ କିଛି ଛାରଖାର ହୋଇଗଲା। କୋ ପାଇଲଟ ଅଞ୍ଜୁ ଆଉ ଏ ଦୁନିଆରେ ନାହାନ୍ତି । ସ୍ବପ୍ନର ଏତେ ନିକଟରେ ଥାଇ ବି ଅଞ୍ଜୁଙ୍କ ସ୍ବପ୍ନ ଅଧାରେ ରହିବା ଏବେ ଚର୍ଚ୍ଚାରେ ରହିଛି । ଅଞ୍ଜୁଙ୍କ ସ୍ବାମୀ ମଧ୍ୟ ଏକ ବିମାନ ଦୁର୍ଘଟଣାରେ ଦୁନିଆକୁ ଅଲବିଦା କହିଥିଲେ । 16 ବର୍ଷ ପୂର୍ବେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ତାଙ୍କ ସ୍ବାମୀ ।

ଏହା ବି ପଢନ୍ତୁ...Pokhara Air Crash: ବିମାନ ଯାତ୍ରା ପାଇଁ ନେପାଳ ସାଜୁଛି କାଳ ! ଜାଣନ୍ତୁ ATR କ୍ରାସ୍ ପଛର ସତ

ସମୟ ପୂର୍ବାହ୍ନ 11ଟା 30 । ଅଚାନକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ନେପାଳ ରାଜଧାନୀ କାଠମାଣ୍ଡୁରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି । ପୁରୁଣା ପୋଖରା ଅନ୍ତର୍ଜାତୀୟ ବିମାନ ବନ୍ଦରରରେ 72 ଯାତ୍ରୀ ବିଶିଷ୍ଟ ୟେତି ଏୟାରଲାଇନ୍ସ ବିମାନଟି ଅବତରଣ କରିବା ବେଳେ ରନଓ୍ବେରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ 68ଜଣ ଯାତ୍ରୀ ଓ 4ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ 72 ଜଣ ଥିଲେ । 68 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ମୃତଦେହ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ବିମାନ ଦୁର୍ଘଟଣାରେ ସମସ୍ତେ ଆଖି ବୁଜିଥିବା ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣା ସମଗ୍ର ବିଶ୍ବକୁ ଦୋହଲାଇ ଦେଇଛି । ବିମାନରେ 5 ଜଣ ଭାରତୀୟ ଥିଲେ ।

Last Updated : Jan 17, 2023, 6:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.