ETV Bharat / international

ଅନ୍ଧାରରେ ବୁଡିଲା ଶ୍ରୀଲଙ୍କା; ବିଜୁଳି ଓ ଇଣ୍ଟରନେଟ ସେବା ଠପ୍ - ଶ୍ରୀଲଙ୍କା ବିଦ୍ୟୁତ ସେବା ପ୍ରଭାବିତ

Sri Lanka Nationwide Power Outage: ଶ୍ରୀଲଙ୍କାରେ ବିଦ୍ୟୁତ ସେବା ଠପ୍ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ସମସ୍ୟା ଉପୁଜିଥିବା ବେଳେ ଖୁବଶୀଘ୍ର ଏହାର ସମାଧାନ କରାଯିବା ନେଇ ସେଲନ ଇଲେକ୍ଟ୍ରିସିଟି ବୋର୍ଡ ପକ୍ଷରୁ ଆଶ୍ବାସନା ଦିଆଯାଇଛି । ଅଧିକ ପଢନ୍ତୁ

ଅନ୍ଧକାରରେ ସମଗ୍ର ଶ୍ରୀଲଙ୍କା
ଅନ୍ଧକାରରେ ସମଗ୍ର ଶ୍ରୀଲଙ୍କା
author img

By ETV Bharat Odisha Team

Published : Dec 10, 2023, 9:38 AM IST

କଲମ୍ବୋ: ଅନ୍ଧାରରେ ସମଗ୍ର ଶ୍ରୀଲଙ୍କା । ବିଦ୍ୟୁତ ବିଭାଗର ତ୍ରୁଟି ଯୋଗୁଁ ସାରା ଦେଶରେ ଲୋକମାନେ ଅନ୍ଧକାର ମଧ୍ୟରେ ରହିଛନ୍ତି । ସେଲନ ଇଲେକ୍ଟ୍ରିସିଟି ବୋର୍ଡ ଦେଶର ଏକମାତ୍ର ବିଦ୍ୟୁତ ସରବରାହ ସଂସ୍ଥା ହୋଇଥିବା ବେଳେ ଏଠାରେ ବିଦ୍ୟୁତ ବିଭାଗରେ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଅନ୍ୟପଟେ ବିଜୁଳି ସମସ୍ୟା ପାଇଁ ଇଣ୍ଟରନେଟ ସେବା ମଧ୍ୟ ଠପ୍ ହୋଇଯାଇଛି । ଯେଉଁଥିପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଦେଶବାସୀ ।

ସୂଚନା ଅନୁଯାୟୀ, ସେଲନ ଇଲେକ୍ଟ୍ରିସିଟି ବୋର୍ଡ ଦେଶର ଏକମାତ୍ର ବିଦ୍ୟୁତ ସରବରାହ ସଂସ୍ଥା ହୋଇଥିବା ବେଳେ ଏଠାରେ କୋଟମାଲେ ବିୟାଗାମା ଟ୍ରାନ୍ସମିଶନ ଲାଇନ ଭାଙ୍ଗିଯିବା କାରଣରୁ ସମଗ୍ର ଦେଶରେ ବିଦ୍ୟୁତ ସେବା ଠପ୍ ହୋଇଯାଇଥିଲା । ଦେଶରେ ବିଜୁଳି ସେବା ଯୋଗାଉଥିବା ଏକମାତ୍ର କମ୍ପାନୀ ସେଲନ ଇଲେକ୍ଟ୍ରିସିଟି ବୋର୍ଡ (CEB) ପକ୍ଷରୁ ଏହି ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରାଯାଉଥିବା କୁହାଯାଉଛି । ସିଇବି ପ୍ରବକ୍ତା ନୋଏଲ ପ୍ରିୟନ୍ତା ଏନେଇ ସୂଚନା ଦେଇଛନ୍ତି । ଖୁବଶୀଘ୍ର ବିଦ୍ୟୁତ ସେବା ସ୍ବାଭାବିକ କରାଯିବା ନେଇ ସିଇବି ପକ୍ଷରୁ ଆଶ୍ବାସନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ... ଇରାକରେ ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ, 14 ମୃତ, 18 ଆହତ

ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ପୁଣିଥରେ ବିଜୁଳି ସଙ୍କଟ ଦେଖିବାକୁ ମିଳିଛି । ଘନ ଅନ୍ଧକାର ମଧ୍ୟରେ ସମଗ୍ର ଦେଶ ରହିଛି । ବିଦ୍ୟୁତ ସେବା ଠପ୍ ହୋଇଯିବାରୁ ଇଣ୍ଟର ନେଟ ସେବା ମଧ୍ୟ ବନ୍ଦ ହୋଇଯାଇଛି । ଏଥିପାଇଁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସିଷ୍ଟମରେ ବିଫଳତା କାରଣରୁ ଶ୍ରୀଲଙ୍କାକୁ ଦେଶବ୍ୟାପୀ ବିଜୁଳି ସଙ୍କଟର ସାମ୍ନା କରିବାକୁ ପଡିଛି । ଯେଉଁଥିପାଇଁ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ହୋଇଯାଇଛି ।

ପ୍ରକାଶ ଯୋଗ୍ୟ, 2022ରେ ଶ୍ରୀଲଙ୍କା ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ଏହାମଧ୍ୟରେ ଅନେକ ଦିନ 10 ଘଣ୍ଟା ଲେଖାଏଁ ସାରା ଦେଶରେ ବିଜୁଳି ସରବରାହ ବନ୍ଦ କରାଯାଉଥିଲା । ଏହାପରେ ବିଜୁଳି ବୋର୍ଡ ପକ୍ଷରୁ ଇନ୍ଧନ ବଞ୍ଚାଇବା ପାଇଁ 10 ଲକ୍ଷ କର୍ମଚାରୀଙ୍କୁ ଘରୁ କାମ କରିବା( work from home) ପାଇଁ ଅନୁରୋଧ କରାଯାଇଥିଲା । ଯାହାପରେ ଶ୍ରୀଲଙ୍କାରେ ବିଜୁଳି ସଙ୍କଟ ଟଳିଥିଲା । ହେଲେ ଲୋକମାନଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଥିଲା ।

ରାଜନୈତିକ ଅସ୍ଥିରତା, ଆର୍ଥିକ ସଙ୍କଟ ମଧ୍ୟରେ ଏବେ ପୁଣି ବିଦ୍ୟୁତ ସଙ୍କଟର ସାମ୍ନା କରିଛି ଶ୍ରୀଲଙ୍କା । ପୁଣିଥରେ ବିଜୁଳି ସଙ୍କଟ କାରଣରୁ ଇଣ୍ଟରନେଟ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ବିଦ୍ୟୁତ ସେବା ବନ୍ଦ ଥିବାରୁ ବ୍ୟବସାୟୀ, ଶିକ୍ଷାନୁଷ୍ଠାନ, ସ୍ବାସ୍ଥ୍ୟସେବା ସବୁଥିରେ ଏହାର ପ୍ରଭାବ ପଡୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.