ETV Bharat / international

ଓ୍ୱାଶିଂଟନରେ ଗୁଳିମାଡ, ଜଣେ ପୋଲିସକର୍ମୀଙ୍କ ସମେତ ଅନେକ ଆହତ

author img

By

Published : Jun 20, 2022, 10:34 AM IST

ଆମେରିକାର ୟୁ ଷ୍ଟ୍ରିଟ୍ ଡିସରେ ଆଖିବୁଜା ଗୁଳିମାଡ । ଏହି ଗୁଳିମାଡରେ ଜଣେ ପୋଲିସ କର୍ମଚାରୀଙ୍କ ସହ ଅନେକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ଓ୍ୱାଶିଂଟନରେ ଆଖିବୁଜା ଗୁଳିମାଡ, ଜଣେ ପୋଲିସକର୍ମୀଙ୍କ ସମେତ ଅନେକ ଆହତ

ୱାଶିଂଟନ: ଆମେରିକାରେ ଥମିବାର ନାଁ ନେଉନାହିଁ ଗୁଳିକାଣ୍ଡ । ଆଜି(ସୋମବାର) ଓ୍ୱାଶିଂଟନ ହ୍ବାଇଟହାଉସ ଠାରୁ ୨ କିଲୋମିଟର ଦୂରରେ ଆଖିବୁଜା ଗୁଳିମାଡ ହୋଇଛି । ଏଥିରେ ଜଣେ ପୋଲିସ କର୍ମଚାରୀଙ୍କ ସହ ଅନେକ ଆହତ ହୋଇଛନ୍ତି । ଆମେରିକାର ଏକ ସ୍ଥାନିୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ଖବରଅନୁଯାୟୀ, ୟୁ ଷ୍ଟ୍ରିଟ୍ ଡିସରେ ଚାଲିଥିବା ଏକ ମ୍ୟୁଜିକ୍ ଇଭେଣ୍ଟରେ ଏପରି ଗୁଳିକାଣ୍ଡ ହୋଇଥିବା ଜଣାପଡିଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ମେଟ୍ରୋପଲିଟନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାମୁତାବକ, ୟୁ ଷ୍ଟ୍ରିଟ୍ ଡିସରେ ଏକ ମ୍ୟୁଜିକ କନସର୍ଟ ଚାଲିଥିବା ସମୟରେ ଏହି ଗୁଳିକାଣ୍ଡ ହୋଇଛି । ୧୪ ଏବଂ ୟୁ ଷ୍ଟ୍ରିଟ୍‌ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏପରି ସ୍ଥଳେ ଦେଶରେ ନାଗରିକଙ୍କ ସୁରକ୍ଷା ପାଇଁ ବନ୍ଧୁକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ବୋଲି ବାଇଡେନ୍ କହିଛନ୍ତି । ତେବେ ବନ୍ଧୁକ କିଣିବାର ବୟସ ୧୮ ବର୍ଷରୁ ବଢାଇ ୨୧ ବର୍ଷ କରିବାକୁ ଘୋଷଣା ହୋଇପାରେ ବୋଲି ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: Texas school shooting: ସ୍କୁଲରେ ଆଖିବୁଜା ଗୁଳିମାଡ, 21 ମୃତ

କିଛି ଦିନତଳେ ଉତ୍ତର ମେରିଲ୍ୟାଣ୍ଡରେ ଜଣେ ବନ୍ଧୁକଧାରୀ ଏକ କାରଖାନାରେ ଆଖିବୁଜା ଗୁଳିମାଡ କରିଥିଲା । ଏଥିରେ ୩ ଜଣ ପ୍ରାଣ ହରାଇଥିଲେ ଓ ଜଣେ ଗୁରୁତର ଆହତ ହୋଇଥିଲେ । ସେହିପରି ଗତ ମାସରେ ମେ ୨୫ ତାରିଖରେ ଏକ ସ୍କୁଲରେ ଗୁଳିକାଣ୍ଡ ହେବା ଫଳରେ ୨୧ ଜଣ ପ୍ରାଣ ହରାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.