ETV Bharat / international

ଡୋନାଟସ୍କରେ 4ଶହ ଋଷୀୟ ସୈନ୍ୟ ନିହତ ନେଇ ୟୁକ୍ରେନର ଦାବିକୁ ଖଣ୍ଡନ କଲା ଋଷ - ଋଷର 4ଶହ ଯବାନ ନିହତ

ଡୋନାଟସ୍କ ଆକ୍ରମଣରେ 4ଶହ ଋଷୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନର ଦାବି । ଖଣ୍ଡନ କରିବା ସହ ମୃତ୍ୟୁ ସଂଖ୍ୟା 89 ଦର୍ଶାଇଲା ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ (Moscow refutes Ukraines claims)। ରବିବାର ରାତିରେ ହୋଇଥିଲା ଆକ୍ରମଣ । ଅଧିକ ପଢନ୍ତୁ

4ଶହ ଋଷୀୟ ସୈନ୍ୟ ନିହତ: କିଭର ଦାବିକୁ ଖଣ୍ଡନ କଲା ମସ୍କୋ

author img

By

Published : Jan 4, 2023, 6:01 PM IST

ହାଇଦ୍ରାବାଦ: ପ୍ରାୟ ବର୍ଷ ବ୍ୟାପି ଜାରି ରହିଥିବା ଋଷ-ୟୁକ୍ରେନ ଯୁଦ୍ଧରେ ପୁଣି ଉତ୍ତେଜନା ଭରିଛି ଡୋନାଟସ୍କ ଆକ୍ରମଣ ଘଟଣା । ୟୁକ୍ରେନ ସେନାର ଅତର୍କିତ ଆକ୍ରମଣରେ 63ଋଷୀୟ ସୈନିକଙ୍କ ପ୍ରାଣ ଯାଇଥିବା ମସ୍କୋ ଅଭିଯୋଗ କରିଥିଲା । ଏବେ ଏହି ସଂଖ୍ୟା 89କୁ ବୃଦ୍ଧି ପାଇଥିବା ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି (Moscow refutes Ukraines claims)। ତେବେ ଏହି ଆକ୍ରମଣରେ ପ୍ରାୟ 4ଶହ ଋଷୀୟ ସୈନ୍ୟ ନିହତ ହୋଇଥିବା ନେଇ କିଭ୍‌ ଦାବି କରୁଥିବା ବେଳେ ଏହାକୁ ଖଣ୍ଡନ କରିଛି ମସ୍କୋ । କହିଛି 89ଜଣ ଋଷୀୟ ସୈନ୍ୟଙ୍କ ପ୍ରାଣ ଯାଇଛି ।

ରବିବାର ରାତିରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଥିଲା । ଏଥିରେ ଏକ ଋଷ ସେନା ଶିବିରକୁ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣରେ ୟୁକ୍ରେନ ସେନା ଆମେରିକା ନିର୍ମିତ ରକେଟ ବ୍ୟବହାର କରିଥିବା ମସ୍କୋ ଅଭିଯୋଗ କରିଥିଲା । ମୃତ ସୈନିକଙ୍କ ମଧ୍ୟରେ ଋଷ ସେନାର କିଛି କମାଣ୍ଡର ମଧ୍ୟ ଥିବା ନେଇ ସୂଚନା ମିଳିଛି । ଘଟଣା ପରଦିନ(ସୋମବାର) ଏ ସମ୍ପର୍କରେ ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ବିବୃତ୍ତି ଜାରି କରି 63ସୈନ୍ୟଙ୍କ ପ୍ରାଣହାନୀ ଅଭିଯୋଗ କରିଥିଲା । ଏବେ ଏହି ସଂଖ୍ୟା ପ୍ରାୟ 4ଶହ ବୋଲି କିଭ ଦାବି କରିବା ପରେ ଏହାକୁ ମସ୍କୋ ପକ୍ଷରୁ ଖଣ୍ଡନ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ମୃତ୍ୟୁସଂଖ୍ୟା 63 ଓ ଏବେ ଏହା 89କୁ ବୃଦ୍ଧି ପାଇଥିବା ମସ୍କୋ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ।

ଡୋନାଟସ୍କ୍ ହେଉଛି ୟୁକ୍ରେନର ଏକ ବିଦ୍ରୋହ ଅଞ୍ଚଳ । ଏହାର ଏକ ବସ୍ତି ଅଞ୍ଚଳରେ ଋଷର ସଶସ୍ତ୍ର ବାହିନୀ ଏକ ଶିବିର ସ୍ଥାପନ କରିଥିଲା । ରବିବାର ଏହି ଅସ୍ଥାୟୀ ସେନା କ୍ୟାମ୍ପରେ ୟୁକ୍ରେନ ସେନା 6ରୁ ଅଧିକ ଆମେରିକାର ନିର୍ମିତ ରକେଟ ମାଡ କରିଥିବା ମସ୍କୋ ଅଭିଯୋଗ କରିଥିଲା (Russian soldiers killed by Ukraine)। ଫଳରେ ପ୍ରାଥମିକ ଭାବେ 63 ଋଷୀୟ ସୈନ୍ୟଙ୍କ ମୃତ୍ୟୁ ଓ ପରେ ଏହି ସଂଖ୍ୟା 89କୁ ବୃଦ୍ଧି ପାଇଥିବା ମସ୍କୋ ଅଭିଯୋଗ କରିଛି । ଋଷର ଏହି ଆକ୍ରମଣ ଅଭିଯୋଗ ନେଇ ୟୁକ୍ରେନ ପ୍ରଥମେ ନୀରବ ରହିଥିବା ବେଳେ ଏବେ ପ୍ରାୟ 4ଶହ ଋଷୀୟ ସୈନ୍ୟଙ୍କ ପ୍ରାଣହାନୀ ହୋଇଥିବା ଦାବି କରିଛି । ଯାହାକୁ ମସ୍କୋ ଖଣ୍ଡନ କରିଛି ।

ତେବେ ପ୍ରାୟ ଏକ ବର୍ଷ ହେବ ଲାଗି ରହିଥିବା ଏହି ଯୁଦ୍ଧରେ କ୍ରିମିଆ ପୋଲ ଆକ୍ରମଣ ପରେ ଏହି ଘଟଣା ପୁଣି ଥରେ ଉତ୍ତେଜନା ଭରିଛି । ଋଷର ପ୍ରଚଣ୍ଡ ଆକ୍ରମଣ ସତ୍ତ୍ବେ ମଧ୍ୟ ନାଟୋ ସଦସ୍ୟ ରାଷ୍ଟ୍ର ଓ ପଶ୍ଚିମ ଦେଶମାନେ ୟୁକ୍ରେନକୁ ନିୟମିତ ଉଭୟ ସାମରିକ ଓ ଆର୍ଥିକ ସହୟତା ରାଶି ଯୋଗାଇବା ଜାରି ରଖିଛନ୍ତି । ଜଣଙ୍କ ପରେ ଜଣେ ପଶ୍ଚିମ ରାଷ୍ଟ୍ରର ମୁଖ୍ୟମାନେ ମଧ୍ୟ ୟୁକ୍ରେନ ରାଜଧାନୀ କିଭ ଗସ୍ତ କରି ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସକ୍ଷାତ କରିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.