ETV Bharat / international

ବନ୍ୟାରେ ଉବୁଟୁବୁ UAE, ୭ ଜଣଙ୍କ ମୃତ୍ୟୁ

author img

By

Published : Jul 30, 2022, 12:32 PM IST

ବନ୍ୟା ଜଳରେ ଉବୁଟୁବୁ UAE । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ UAEର ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ବନ୍ୟାରେ ଭାସୁଛି UAE, ୭ଜଣଙ୍କ ମୃତ୍ୟୁ
ବନ୍ୟାରେ ଭାସୁଛି UAE, ୭ଜଣଙ୍କ ମୃତ୍ୟୁ

ଆବୁଧାବି: UAEରେ ସଙ୍ଗୀନ ବନ୍ୟା ସ୍ଥିତି । ବନ୍ୟା ଜଳରେ ଉବୁଟୁବୁ UAE । ରାସ୍ତାଘାଟ ପାଣିରେ ଧୋଇ ହୋଇଯାଇଥିବା ବେଳେ ଅନେକ ଦାମୀକାର ଭାସି ଯାଇଛି । ୟୁନାଇଟେଡ ଆରବ ଏମିରେଟ୍ସ(United Arab Emirates)ରେ ଗତ ଗୁରୁବାର ଦିନ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଅନେକ ଜନବସତି ବୁଡି ରହିଥିବା ବେଳେ ପାଖାପାଖି ୭ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଏନେଇ ଗତକାଲି(ଶୁକ୍ରବାର) ସୂଚନା ଦେଇଛନ୍ତି UAEର ଗୃହମନ୍ତ୍ରୀ ।

ବିଶେଷ ଭାବେ ବନ୍ୟାରେ ଶରଜାହା ଓ ଫୁଜେରିଆ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ପାଣି ଘରେ ପସିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଠାରେ ସରକାର ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଶରଜାହ ଓ ଫୁଜେରିୟାରେ ୩,୮୯୭ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଅନେକ ଗାଡି ମଧ୍ୟ ପାଣିରେ ଭାସୁଥିବା ଦେଖାଦେଇଛି । ଅନେକ ସ୍ଥାନକୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି । ସେହିପରି ଦୁବାଇ ଓ ଆବୁଧାବିରେ ମଧ୍ୟ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.