ETV Bharat / international

ବିବାହ ଉତ୍ସବରେ ଭୀଷଣ ଅଗ୍ନିକାଣ୍ଡ; ୧୦୦ରୁ ଅଧିକ ଜୀବନ୍ତ ଦଗ୍ଧ

ବିବାହ ହଲରେ ଭୀଷଣ ଅଗ୍ନିକାଣ୍ଡ । ନିଆଁରେ ପୋଡି ହୋଇ ୧୦୦ରୁ ଅଧିକ ମୃତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 27, 2023, 7:59 AM IST

Updated : Sep 27, 2023, 9:27 AM IST

ଇରାକ ଅଗ୍ନିକାଣ୍ଡ
ଇରାକ ଅଗ୍ନିକାଣ୍ଡ

ବାଗଦାଦ: ମହାଆଡମ୍ବରରେ ଚାଲିଥିଲା ବିବାହ ଉତ୍ସବ । ବରକନ୍ୟାଙ୍କୁ ଆର୍ଶୀବାଦ ଦେବାକୁ ସାଙ୍ଗସାଥୀ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ହେଲେ ହଠାତ୍ ଉତ୍ସବ ମଝିରେ ଘଟିଗଲା ଅଘଟଣ । ହୁତୁହୁତୁ ହୋଇ ଜଳି ଉଠିଲା ବିବାହ ହଲ୍ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୧୦୦ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଗଲେ । ନିମିଷକରେ ବିବାହ ଉତ୍ସବରେ ଶୁଣାଗଲା ଜୀବନ ବିକଳର ଚିତ୍କାର । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଇରାକର ନିନଭେହ ରାଜ୍ୟରେ । ଅଗ୍ନିକାଣ୍ଡରେ ୧୫୦ରୁ ଅଧିକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଏନେଇ ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ବୁଧବାର (ଆଜି) ସକାଳେ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ଇରାକ ରାଜଧାନୀ ବାଗଦାରଠାରୁ ୩୩୫ କିଲୋମିଟର ଦୂର ମୋସୁଲ ସହରରେ ଏହି ବଡ଼ ଅଘଟଣ ଘଟିଛି । ସହରର ହାମଦାନିଆ ଅଞ୍ଚଳରେ ଏକ ଖ୍ରୀଷ୍ଟିଆନ ବିବାହ ସମାରୋହ ଚାଲିଥିବା ବେଳେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଯଦିଓ ଅଗ୍ନିକାଣ୍ଡର କାରଣ ଏ ଯାଏଁ ସ୍ପଷ୍ଟ ହୋଇନି, ତଥାପି ବାଣ ଫୁଟିବା ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ବିବାହ ହଲଟି ଦହନଶୀଳ ସାମଗ୍ରୀ ଦ୍ବାରା ସାଜ୍ଜସଜ୍ଜା କରାଯାଇଥିଲା । ଯେଉଁ କାରଣରୁ ଅଗ୍ନିକାଣ୍ଡ ଘଟିବାର କେଇ ମିନିଟ୍ ଭିତରେ ଦ୍ରୁତବେଗରେ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା ଏବଂ ହଲର କିଛି ଭାଗ ଭୁଶୁଡି ଯାଇଥିଲା ।

ଏହାମଧ୍ୟ ପଢନ୍ତୁ : ଆପାର୍ଟମେଣ୍ଟରେ ଲାଗିଲା ଭୟଙ୍କର ନିଆଁ; ୫୦ ଜୀବନ୍ତ ଦଗ୍ଧ

ଖବର ପାଇ ସଙ୍ଗେ ସଙ୍ଗେ ଦମକଳ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ହେଲେ ଏହି ଅଗ୍ନିକାଣ୍ଡରେ ପାଖାପାଖି ୧୦୦ରୁ ଅଧିକ ପୋଡି ହୋଇ ପ୍ରାଣ ହରାଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ ଗୁଡିକରେ ଭର୍ତ୍ତି କରାଯାଇଛି । ଅଘଟଣ ସମୟର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ବିବାହ ହଲ ହୁତୁ ହୁତୁ ହୋଇ ଜଳୁଥିବାର ଏବଂ ଲୋକମାନେ ଘଟଣାସ୍ଥଳରେ ଯା'ଆସ କରୁଥିବାର ଦେଖିବାକୁ ମିଳୁଛି ।

ଇରାକ ପ୍ରଧାନମନ୍ତ୍ରୀ ମହମ୍ମଦ ସିଆ ଅଲ ସୁଦାନୀ ଏହି ଅଘଟଣରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଗ୍ନିକାଣ୍ଡରେ ପୀଡ଼ିତମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଥିବା ଇରାଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ସୂଚନା ଦେଇଛନ୍ତି ।

Last Updated : Sep 27, 2023, 9:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.