ETV Bharat / international

ଦକ୍ଷିଣ ଆଫ୍ରିକାରେ ବିଷାକ୍ତ ଗ୍ୟାସ୍ ଲିକ; ୧୬ ମୃତ - ବିଷାକ୍ତ ଗ୍ୟାସ୍ ଲିକ ଯୋଗୁଁ ୧୬ ମୃତ

ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ବିଷାକ୍ତ ଗ୍ୟାସ୍ ଲିକ । ୩ ପିଲାଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଦକ୍ଷିଣ ଆଫ୍ରିକାରେ ବିଷାକ୍ତ ଗ୍ୟାସ୍ ଲିକ
ଦକ୍ଷିଣ ଆଫ୍ରିକାରେ ବିଷାକ୍ତ ଗ୍ୟାସ୍ ଲିକ
author img

By

Published : Jul 6, 2023, 10:36 AM IST

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଗୋଟିଏ ବଡ଼ ଅଘଟଣ ଘଟିଛି । ଏଠାରେ ଏକ ବସ୍ତିରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା ଯୋଗୁଁ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଛୋଟ ପିଲା ରହିଛନ୍ତି । ଦୁଇ ଜଣଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଛି । ଗ୍ୟାସ୍ ଲିକ୍ ପରେ ପ୍ରଥମେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା । ପରେ ମୃତ୍ୟୁସଂଖ୍ୟା ୧୬ ଥିବା ନେଇ ସ୍ପଷ୍ଟ କରାଯାଇଛି । ଏନେଇ ଦକ୍ଷିଣ ଆଫ୍ରିକୀୟ ପୋଲିସ ସେବା ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରାପ୍ତ ସୂଚନା ମୁତାବକ, ଗତକାଲି(ବୁଧବାର) ଜୋହାନ୍ସବର୍ଗ ଉପକଣ୍ଠ ବୋକ୍ସବର୍ଗ ସହରର ଆଙ୍ଗେଲୋ ବସ୍ତିରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା । ତେବେ ଏହା କେଉଁ ପ୍ରକାର ଗ୍ୟାସ୍ ଏଯାଏଁ ସ୍ପଷ୍ଟ ହୋଇନି । ତଥାପି ପାଖରେ ଥିବା ଏକ ଖଣି ଖନନ କାର୍ଯ୍ୟରେ ବ୍ୟବହାର ପାଇଁ ଉକ୍ତ ଗ୍ୟାସ୍ ରଖାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ କହିଛି, ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସିବା ଯୋଗୁଁ ଜଣେ ବର୍ଷକର, ୬ ବର୍ଷର ଓ ଆଉ ଜଣେ ୧୫ ବର୍ଷୀୟ ପିଲାର ମୃତ୍ୟୁ ହୋଇଛି ।

ଏବେ ଆଉ ଗ୍ୟାସ୍ ନିର୍ଗମନ ହେଉନାହିଁ । ଅଧିକ ମୃତାହତ ଆଶଙ୍କାରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳର ୧୦୦ ମିଟର ପରିଧି ମଧ୍ୟରେ ଖୋଜାଖୋଜି ଚଳାଇଛନ୍ତି ବୋଲି ଜରୁରୀକାଳୀନ ସେବା ମୁଖପାତ୍ର ୱିଲିୟମ ଟାଲାଡି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Major Accident: ଘାଟି ତଳକୁ ଖସିଲା ବସ୍; ଚାଲିଗଲା ୨୭ ଜୀବନ

ସେ କହିଛନ୍ତି ଯେ, ମୃତଦେହଗୁଡିକ ଏଣେତେଣେ ବିଛାଡି ହୋଇ ତଳେ ପଡିରହିଥିଲା । ମୃତକଙ୍କ ମଧ୍ୟରେ ଜଣେ ବର୍ଷକର ପିଲାର ମୃତଦେହ ରହିଥିଲା । ଏହି ଦୃଶ୍ୟ ଅତ୍ୟନ୍ତ ଯନ୍ତ୍ରଣାଦାୟକ । ସ୍ଥିତି ଅନୁଧ୍ୟାନ ପାଇଁ ଫରେନସିକ ଅନୁସନ୍ଧାନକାରୀ ଘଟଣାସ୍ଥଳକୁ ଆସୁଛନ୍ତି । ତେବେ ସିଲିଣ୍ଡରରୁ ନିର୍ଗତ ହୋଇଥିବା ଉକ୍ତ ବିଷାକ୍ତ ଗ୍ୟାସ୍ ବେଆଇନ ଖଣି ଖନନରେ ବ୍ୟବହାର କରାଯାଉଥିବା ସନ୍ଦେହ କରାଯାଉଛି । ଏ ଯାଏଁ କିଛି ସ୍ପଷ୍ଟ ହୋଇପାରିନି । ଏହା କେଉଁ ପ୍ରକାର ଗ୍ୟାସ ଜାଣିବାକୁ ଛାନଭିନ୍ ଆରମ୍ଭ ହୋଇଛି ।

ଉଲ୍ଲେଖଯୋଗ୍ୟ, ବୁଧବାର ମେକ୍ସିକୋରେ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବର୍ଷକର ଶିଶୁ ସମେତ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ୧୭ ଜଣ ଗୁରୁତର ଆହତ ହୋଇଛନ୍ତି । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସଟି ଗଭୀର ଖାଇକୁ ଖସିପଡିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.