ETV Bharat / international

Afghanistan Bomb Blast: ଗୁଜରଗାହ ମସଜିଦରେ ବଡ ଧରଣର ବିସ୍ଫୋରଣ, ୨୦ ମୃତ - ଆଫଗାନିସ୍ତାନରେ ବମ୍‌ ବ୍ଲାଷ୍ଟ୍‌

ଗୁଜରଗାହ ମସଜିଦରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଫଳରେ ଅତିକମ୍‌ରେ ୨୦ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

Afghanistan Bomb Blast: ଗୁଜରଗାହ ମସଜିଦରେ ବଡ଼ ଧରଣର ବିସ୍ଫୋରଣ, ୨୦ ମୃତ

author img

By

Published : Sep 2, 2022, 8:26 PM IST

କାବୁଲ: ପଶ୍ଚିମ ଆଫଗାନିସ୍ତାନର ଗୁଜରଗାହ ମସଜିଦରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏଥିରେ ଅତିକମ୍‌ରେ ୨୦ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ତାଲିବାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପଶ୍ଚିମ ଆଫଗାନିସ୍ତାନର ହେରାତ ସହରେ ଥିବା ମସଜିଦ୍‌ରେ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା ।

ଏହି ବିସ୍ଫୋରଣକୁ ନେଇ ବର୍ତ୍ତମାନ ସୁଦ୍ଧା କେହି ମଧ୍ୟ ନିଜକୁ ଦାୟୀ କରି ନାହାନ୍ତି । ତେବେ ତାଲିବାନ ଅଧିକାରୀଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିବା ଅନୁମାନ କରାଯାଉଛି । ବିସ୍ଫୋରଣରେ ତାଲିବାନ ସମର୍ଥକ ତଥା ପ୍ରାଶ୍ଚାତ୍ୟ ସଂସ୍କୃତିର ସମାଲୋଚକ ମୁଜିବ-ଉର୍‌-ଅଂଶାରୀର ମୃତ୍ୟୁ ହୋଇଛି । ତାଲିବାନ ମୁଖପାତ୍ର ଜବିଉଲ୍ଲା ମଜାହିଦ୍‌ ଏହାକୁ ନେଇ ସୂଚନା ପ୍ରଦାନ କରିଛନ୍ତି ।

ଏହି ବିସ୍ଫୋରଣ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨୧ଜଣ ଗୁରୁତର ଆହତ ହୋଇଛନ୍ତି । ଚରମପନ୍ଥୀ ଇସ୍‌ଲାମିକ ସଂଗଠନ ପକ୍ଷରୁ ଏହି ବିସ୍ଫୋରଣ କରାଯାଇଥିବା ନେଇ ଆୋଲଚନା କରାଯାଉଛି । କାରଣ ଏହାପୂର୍ବରୁ ମଧ୍ୟ ଆଫଗାନିସ୍ତାନରେ ଥିବା ଅଳ୍ପସଂଖ୍ୟକ ଧାର୍ମିକ ଅନୁଷ୍ଠାନରେ ବିସ୍ଫୋରଣ କରିଥିଲେ ଚରମପନ୍ଥୀ ଇସ୍‌ଲାମିକ ସଂଗଠନ । ତେବେ ବର୍ତ୍ତମାନ ସେମାନଙ୍କ ଟାର୍ଗେଟରେ ତାଲିବାନ ରହିଥିବା ନେଇ ସନ୍ଦେହ କରାଯାଉଛି । ତାଲିବାନ ହାତରେ ଦେଶର ମଙ୍ଗ ଥିବା ବେଳେ ଏହାକୁ ଜୋରଦାର ବିରୋଧ କରି ଆସିଛନ୍ତି ଚରମପନ୍ଥୀ ଇସ୍‌ଲାମିକ ସଂଗଠନ ।

ମଧ୍ୟହ୍ନରେ ହେରାତ ମସଜିଦରେ ପ୍ରାର୍ଥନା ସଭା ବେଳେ ବୋମା ବିସ୍ଫୋରଣ ହୋଇଥିଲା । ଏହାପରେ ଜୀବନ ବିକଳରେ ଲୋକେ ଏଣେତେଣେ ଧାଁ ଦୌଡ଼ କରିବା ଆରମ୍ଭି କରି ଦେଇଥିଲେ । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ପରେ ଏକ ବର୍ଷ ହେଲା ତାଲିବାନ ଦେଶରେ ସରକାର ଚଳାଉଛି । ଏହି ସରକାରକୁ ମାନ୍ୟତା ଦେଉନାହିଁ ଆମେରିକା ।

ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବାପରେ ଦେଶରେ ମହିଳା ଓ ଝିଅଙ୍କ ମୌଳିକ ଅଧିକାର ଛଡ଼ାଇ ନିଆଯାଇଛି । ସେହିଭଳି ଦେଶର ଗଣମାଧ୍ୟମକୁ ଚାପି ଦିଆଯାଇଛି । ତାଲିବାନ ବିରୋଧରେ ଅଭିଯୋଗ କଲେ କଠିନ ଦଣ୍ଡ ଦିଆଯାଉଛି । ଏହାକୁ ନେଇ ଜାତିସଂଘ ମଧ୍ୟ ଚିନ୍ତା ବ୍ୟକ୍ତ କରି ସାରିଛି । ଏଭଳି ସ୍ଥିତିରେ ଦେଶର କେତେକ ସଂଗଠନ ତାଲିବାନ ବିରୋଧରେ ହଥିଆର ଉଠାଇଛନ୍ତି । ସେମାନେ ତାଲିବାନକୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଥିବା ଆଲୋଚନା ହେଉଛି । ଗତ ସପ୍ତାହରେ ରାଜଧାନୀ କାବୁଲର ଅନେକ ମସଜିଦରେ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଅନେକ ନୀରିହ ଲୋକ ପ୍ରାଣ ହରାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.