ETV Bharat / international

ପାକିସ୍ତାନରେ କାଗଜ ସଙ୍କଟ, ପାଠ୍ୟ ପୁସ୍ତକରୁ ବଞ୍ଚିତ ହୋଇପାରନ୍ତି ଶିକ୍ଷାର୍ଥୀ - ପାକିସ୍ତାନରେ କାଗଜ ସଙ୍କଟ

ପାକିସ୍ତାନ ଓ ଶ୍ରୀଲଙ୍କାରେ ପିଛି ଛାଡୁନି ଆର୍ଥିକ ସଙ୍କଟ । ବର୍ତ୍ତମାନ ପାକିସ୍ତାନରେ ଦେଖାଦେଇଛି କାଗଜ ସଙ୍କଟ । ଏନେଇ ପାକିସ୍ତାନ କାଗଜ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ

ପାକିସ୍ତାନରେ କାଗଜ ସଙ୍କଟ, ପାଠ୍ୟ ପୁସ୍ତକରୁ ବଞ୍ଚିତ ହୋଇପାରନ୍ତି ଶିକ୍ଷାର୍ଥୀ

author img

By

Published : Jun 24, 2022, 10:26 PM IST

ଇସଲାମବାଦ: ପାକିସ୍ତାନ ଓ ଶ୍ରୀଲଙ୍କାରେ ପିଛି ଛାଡୁନି ଆର୍ଥିକ ସଙ୍କଟ । ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଓ ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ । ଏହି ପରିସ୍ଥିତିରେ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ପାକିସ୍ତାନରେ ଦେଖାଦେଇଛି କାଗଜ ସଙ୍କଟ । ଏନେଇ ପାକିସ୍ତାନ କାଗଜ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଦେଶରେ କାଗଜ ସଙ୍କଟ ଯୋଗୁଁ ୨୦୨୨ ଅଗଷ୍ଟରୁ ଆରମ୍ଭ ହେଉଥିବା ନୂତନ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ ମିଳିନପାରେ ବେଲି କହିଛି ପାକିସ୍ତାନ ପେପର ସଂଘ । ଦେଶରେ ମୁଦ୍ରାସ୍ଫୀତି କାଗଜ ଦର ବୃଦ୍ଧିର କାରଣ ହୋଇଥିବା ବ‌େଳେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଏବଂ ଆଞ୍ଚଳିକ କାଗଜ ଶିଳ୍ପଗୁଡ଼ିକର ଏକଚାଟିଆ ବ୍ୟାପାର ଯୋଗୁଁ ମଧ୍ୟ ସମ୍ପ୍ରତି ପାକିସ୍ତାନରେ କାଗଜ ସଙ୍କଟକୁ ଉତ୍କଟ କରିଛି ।

ଦେଶର ପ୍ରମୁଖ ଅର୍ଥନୀତିଜ୍ଞ ଡକ୍ଟର କାଇସର ବଙ୍ଗାଳୀଙ୍କ ସହ ସମସ୍ତ ପାକିସ୍ଥାନ ପେପର ମର୍ଚାଣ୍ଟ ଆସୋସିଏସନ, ପାକିସ୍ଥାନ ଆସୋସିଏସନ୍ ଅଫ୍ ପ୍ରିଣ୍ଟିଂ ଗ୍ରାଫିକ୍ ଆର୍ଟ ଇଣ୍ଡଷ୍ଟ୍ରି (PAPGAI) ଏବଂ କାଗଜ ଶିଳ୍ପ ସହ ଜଡିତ ଅନ୍ୟ ସଂଗଠନଗୁଡ଼ିକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଏହି ସମ୍ମିଳନୀ ମାଧ୍ୟମରେ ଚେତାବନୀ ଦେଇଛନ୍ତି ଯେ, କାଗଜ ସଙ୍କଟ କାରଣରୁ ଅଗଷ୍ଟରୁ ନୂତନ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ପାଇଁ ପୁସ୍ତକ ଉପଲବ୍ଧ ହେବ ନାହିଁ ।

ପାକିସ୍ତାନର ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦେଶରେ ଭୟଙ୍କର କାଗଜ ସଙ୍କଟ ଦେଖାଦେଇଛି । କାଗଜ ଦର ଦ୍ରୁତ ବେଗରେ ବୃଦ୍ଧି ପାଉଛି। କାଗଜ ଏବେ ଖୁବ୍‌ ମହଙ୍ଗା ଏବଂ ଦିନକୁ ଦିନ କାଗଜ ଦର ବୃଦ୍ଧି ପାଉଥିବାରୁ ପ୍ରକାଶକମାନେ ବହିର ମୂଲ୍ୟ ନିରୂପଣ କରିପାରୁ ନାହାନ୍ତି ।ଏହି କାରଣରୁ, ସିନ୍ଧ, ପଞ୍ଜାବ ଏବଂ ଖାଇବର ପାଖ୍ଟନଖୱାର ପାଠ୍ୟ ପୁସ୍ତକ ପାଠ୍ୟ ପୁସ୍ତକ ଛାପି ପାରୁନାହାନ୍ତି । ଦେଶରେ ବେଳକୁ ବେଳ ଆମଦାନୀ ଖର୍ଚ୍ଚ ବୃଦ୍ଧି ପାଇପାରେ ଲାଗିଛି । ଫଳରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ନିମ୍ନସ୍ତର ଆଡ଼କୁ ଗତି କରୁଛି । ଚୀନକୁ ବାରମ୍ବର ସହଯୋଗର ହାତ ବଢାଇବା ପାଇଁ ଅନୁରୋଧ କରୁଛି ପାକିସ୍ତାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.