ETV Bharat / international

Aattck on Israel: ଇସ୍ରାଏଲ ଓ ଗାଜା ମଧ୍ୟରେ ବିବାଦ ଓ ପ୍ରମୁଖ ସାମରିକ ଅପରେସନ - ଇସ୍ରାଏଲ ଉପରେ ଆକ୍ରମଣ

ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କୀ ଗୋଷ୍ଠୀର ଭୟଙ୍କର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧର ପଦଧ୍ବନୀ । ତେବେ ନଜର ପକାନ୍ତୁ ଇସ୍ରାଏଲ ଓ ଗାଜା ମଧ୍ୟରେ ବିବାଦ ଓ ପ୍ରମୁଖ ସାମରିକ ଅପରେସନର ଇତିହାସ ଉପରେ

Aattck on Israel: ଇସ୍ରାଏଲ ଓ ଗାଜା ମଧ୍ୟରେ ପ୍ରମୁଖ ସାମରିକ ଅପରେସନ

author img

By ETV Bharat Odisha Team

Published : Oct 7, 2023, 10:25 PM IST

ହାଇଦ୍ରାବାଦ: ପୁଣି ଥରେ ବଡ ଆକ୍ରମଣ କରି ଇସ୍ରାଏଲକୁ ଦୋହଲାଇ ଦେଇଛନ୍ତି ପାଲେଷ୍ଟାଇନ ଆତଙ୍କବାଦୀ । ଏବେ ସୁଦ୍ଧା 200ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହେବା ସହ ସମଗ୍ର ଇସ୍ରାଏଲରେ ହାଇଆଲର୍ଟ ଜାରି କରାଯାଇଛି । ଆତଙ୍କବାଦୀ ଗୋଷ୍ଠୀ ହମାସ ବିରୋଧରେ ସିଧା ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ । ତେବେ ହମାସ ପକ୍ଷରୁ ଆଜି ସକାଳେ ହୋଇଥିବା ଏହି ଅତର୍କିତ ଆକ୍ରମଣରେ ୫ ହଜାର ରକେଟ ମାଡ ହୋଇଥିବା ଦାବି କରିଛି ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ‘ହାମସ’ ମୁଖ୍ୟ ମହମ୍ମଦ ଡିଫ ।

ଏହିି ଅପରେସନରେ ନାମ ‘ଅପରେସନ୍ ଅଲ-ଆକସା ଷ୍ଟର୍ମ’ (Operation Al-Aqsa Storm) ରଖାଯାଇଥିବା ମଧ୍ୟ ସେ ଦାବି କରିଛି । ଅନ୍ୟପଟେ ଆକାରରେ କ୍ଷୁଦ୍ର ହେଲେ ସୁଦ୍ଧା ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ରାଷ୍ଟ୍ରର ପରିଚୟ ପାଇଥିବା ଇସ୍ରାଏଲ ମଧ୍ୟ ‘ଅପରେସନ ଆଇରନ ସୋର୍ଡ’ ନାମରେ ପାଲଟା ଅପରେସନ ଆରମ୍ଭ କରିଛି । ତେବେ ଇସ୍ରାଏଲ ଓ ଗାଜା ମଧ୍ୟରେ ବିବାଦ ମଧ୍ୟ ବେଶ ପୁରଣା । ଗାଜା ପଟି (ଗାଜା ଷ୍ଟ୍ରିପ) ଓ ଇସ୍ରାଏଲ ମଧ୍ୟରେ ପୂର୍ବରୁ ଏକାଧିକ ଥର ସାମରିକ ଅପରେସନ ଦେଖିବାକୁ ମିଳିଛି ।

୨୦୦୫ ଅଗଷ୍ଟ:- ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇଜିପ୍ଟ (ମିଶର) ଠାରୁ ଗାଜା ଷ୍ଟ୍ରିପକୁ ଦଖଲ କରିବାର ୩୮ ବର୍ଷ ପରେ ଇସ୍ରାଏଲ ଗାଜାରୁ ସୈନ୍ୟ ଅପସାରଣ କରିଥିଲା । ଇସ୍ରାଏଲ ନିୟନ୍ତ୍ରଣରୁ ମୁକ୍ତ ହେବା ପରେ ଏହି ଅଞ୍ଚଳ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣକୁ ଚାଲିଯାଇଥିଲା । ସେବେଠାରୁ ଏହା ପାଲେଷ୍ଟାଇନ ଅଧୀନରେ ରହିଆସିଛି ।

୨୦୦୬ ଜାନୁଆରୀ ୨୫ ତାରିଖ:-

ଇସ୍ରାଏଲ ନିୟନ୍ତ୍ରଣରୁ ମୁକ୍ତ ହୋଇ ପାଲେଷ୍ଟାଇନ ଅଧୀନକୁ ଯିବା ପରେ ବର୍ଷ ୨୦୦୬ରେ ପାଲେଷ୍ଟାଇନରେ ହୋଇଥିବା ନିର୍ବାଚନରେ ଅଧିକାଂଶ ଆସନ ହାତେଇବାରେ ସଫଳ ହୋଇଥିଲା ହମାସ ଗୋଷ୍ଠୀ । ଏହା ପରେ ବିବାଦ ବଢିବାରେ ଲାଗିଥିଲା । ଆମେରିକା ଓ ଇସ୍ରାଏଲ ପାଲେଷ୍ଟାଇନକୁ ଆର୍ଥିକ ସହୟତା ରାଶି ବନ୍ଦ କରିଦେଇଥିଲେ । କାରଣ ହମାସ ହିଂସା ତ୍ୟାଗ କରିବା ଓ ଇସ୍ରାଏଲକୁ ଏକ ସ୍ବତନ୍ତ୍ର ଦେଶ ଭାବେ ସ୍ବୀକାର କରିବାକୁ ମନା କରିଦେଇଥିଲା ।

୨୦୦୬ ଜୁନ ୨୫:-

ହମାସ ଆତଙ୍କୀ ଗୋଷ୍ଠୀ ସୀମାପାର କରି ଇସ୍ରାଏଲ ସୀମାରେ ପ୍ରବେଶ କରିବା ସହ ଇସ୍ରାଏଲୀ ସେନା କ୍ୟାମ୍ପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଇସ୍ରାଏଲର ଜଣେ ଯବାନଙ୍କୁ ଅପହରଣ କରିନେଇଥିଲା ହମାସ ଗୋଷ୍ଠୀ । ପ୍ରତିକ୍ରିୟାରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା । ଦୀର୍ଘ ୫ ବର୍ଷ ଆତଙ୍କୀଙ୍କ ଦ୍ବାରା ବନ୍ଦୀ ଭାବେ ରହିବା ପରେ ଏହି ଇସ୍ରାଏଲ ଯବାନଜଣ ମୁକ୍ତ ହୋଇ ସ୍ବଦେଶ ଫେରିଥିଲେ ।

୨୦୦୭ ଜୁନ ୧୪:-

ଗୃହଯୁଦ୍ଧରେ ହମାସ ଗୋଷ୍ଠୀ ଗାଜା ଉପରେ ଆକ୍ରମଣ କରି ଏହାକୁ ଦଖଲ କରିନେଇଥିଲେ । ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଅବ୍ବାସଙ୍କ ପ୍ରତି ଅନୁଗତ ଥିବା ଫତେହ ସେନାକୁ ମଧ୍ୟ ଏହି ଗୋଷ୍ଠୀ ବରଖାସ୍ତ କରିଦେବା ସହ କ୍ଷମତା ହାତକୁ ନେଇଥିଲା ।

ଡେସେମ୍ବର ୨୭, ୨୦୦୮:-

ଦକ୍ଷିଣ ଇସ୍ରାଏଲର ସହର ସଦେରୋଟ (Sderot) ପାଲେଷ୍ଟାଇନ ଫୋର୍ସ ରକେଟ ମାଡ କରିବା ପରେ ପ୍ରତିକ୍ରିୟାରେ ଇସ୍ରାଏଲ ୨୨ ଦିନ ବ୍ୟାପୀ ସାମରିକ ଅପରେସନ ଚଳାଇଥିଲା । ଦୁହିଁଙ୍କ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବା ଯାଏ ୧୪୦୦ ପାଲେଷ୍ଟାଇନ ଓ ୧୩ ଜଣ ଇସ୍ରାଏଲୀ ନାଗରିକ ପ୍ରାଣ ହରାଇଥିବା ମଧ୍ୟ କୁହାଯାଏ ।

୨୦୧୨ ନଭେମ୍ବର ୧୪:-

ଏକ ସାମରିକ ଅପରେସନରେ ହମାସ ମିଲିଟାରୀ ଗୋଷ୍ଠୀ ମୁଖ୍ୟ ଅହମ୍ମଦ ଜାବରୀକୁ ଇସ୍ରାଏଲ ସେନା ନିହତ କରିଥିଲା । ଏହି ଅପରେସନରେ ଇସ୍ରାଏଲ ବାୟୁସେନା ଏୟାର ଷ୍ଟ୍ରାଇକ କରିଥିଲା ।

୨୦୧୪ ଜୁଲାଇ- ଅଗଷ୍ଟ:-

ହମାସ ଗୋଷ୍ଠୀ ଇସ୍ରାଏଲର ୩ ଜଣ ନାବାଳକଙ୍କୁ ଅପହରଣ କରି ହତ୍ୟା କରିବା ପରେ ପୁଣି ସାମରିକ ଆକ୍ସନ ଆରମ୍ଭ କରିଥିଲା । ପ୍ରାୟ ୭ ସପ୍ତାହ ଧରି ଚାଲିଥିବା ଏହି ଅଭିଯାନରେ ଗାଜା ଷ୍ଟ୍ରିପରେ ପ୍ରାୟ ୨୧ ଶହ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୬୭ ଇସ୍ରାଏଲ ଯବାନଙ୍କ ସମେତ ୭୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ପାଲେଷ୍ଟାଇନର ରକେଟ ମାଡର ଜବାବ ଇସ୍ରାଏଲ ଏୟାର ଷ୍ଟ୍ରାଇକ ମାଧ୍ୟମରେ ଦେଇଥିଲା । ପାଲେଷ୍ଟାଇନର ଏକ ରାସାୟାନିକ ପ୍ଲାଣ୍ଟ ଉପରେ ରକେଟ ମାଡ କରିଥିବା ଇସ୍ରାଏଲ ବାୟୁସେନା ।

୨୦୨୩ ମେ’:-

ମେ’ ୧୩ ତାରିଖରେ ସୀମାପାର ଗୁଳି ବିନିୟମ ପରେ ଇସ୍ରାଏଲ ଓ ଗାଜା ଆତଙ୍କବାଦୀଙ୍କ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା । ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଗାଜା ଷ୍ଟ୍ରିପରେ ୩୩ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହେବା ସହ ୨ ଇସ୍ରାଇଲ ନାଗରିକ ମଧ୍ୟ ପ୍ରାଣ ହରାଇଥିଲେ ।

ଏହା ମଧ୍ୟ ପଢନ୍ତୁ:- Israel called war: ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି, ଦେଖନ୍ତୁ ଆକ୍ରମଣ ପରର କିଛି ଦୃଶ୍ୟ

ସେପ୍ଟେମ୍ବର ୨୬ ୨୦୨୩:-

ଗାଜା ସୀମାରେ ପାଲେଷ୍ଟାଇନ ନାଗରିକଙ୍କ ଦ୍ବାରା ଏକ ହିଂସକ ବିରୋଧ ପ୍ରଦର୍ଶନ ବେଳେ ଇସ୍ରାଏଲ ସେନାର ଏକ ୟୁନିଟ ଉପରେ ଗୁଳିମାଡ ହେବା ପରେ ଗାଜାରେ ହମାସ ଆତଙ୍କୀ ଆଡ୍ଡା ଉପରେ ରକେଟ ମାଡ କରିଥିଲା ଇସ୍ରାଏଲ । ଇସ୍ରାଏଲ ଏକ ବର୍ଡର କ୍ରସିଂ ପୋଷ୍ଟ ବନ୍ଦ କରିବା ପ୍ରତିବାଦରେ ପାଲେଷ୍ଟାଇନ ନାଗରିକ ନିୟମିତ ଆନ୍ଦୋଳନ ଜାରି ରଖିଛନ୍ତି । ଇହୁଦୀ (ଇସ୍ରାଏଲ ନାଗରିକ)ଙ୍କ ପାର୍ବଣ ସମୟରେ ସୀମାରେ ପାଲେଷ୍ଟାଇନ ନାଗରିକଙ୍କ ଆନ୍ଦୋଳନ ପ୍ରଦର୍ଶନ ଉଗ୍ର ହେବା କାରଣରୁ ଗାଜା ଆତଙ୍କବାଦୀ ଓ ଇସ୍ରାଏଲ ସେନା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.