ETV Bharat / international

Canada vs India: ହିନ୍ଦୁଙ୍କୁ କାନାଡା ଛାଡିବାକୁ ଖଲିସ୍ତାନୀଙ୍କ ଧମକ, ସତର୍କ ରହିବାକୁ ସାଂସଦଙ୍କ ପରାମର୍ଶ - ଜଷ୍ଟିନ ଟ୍ରୁଡୋ

କାନାଡାରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଛି । ସେମାନଙ୍କୁ ଦେଶ ଛାଡ଼ିବାକୁ ଖଲିସ୍ତାନୀ ଉଗ୍ରବାଦୀ ଧମକ ଦେଉଛନ୍ତି । ଅଧିକ ପଢ଼ନ୍ତୁ

କାନାଡା ଛାଡିବାକୁ ହିନ୍ଦୁମାନଙ୍କୁ ଧମକ
କାନାଡା ଛାଡିବାକୁ ହିନ୍ଦୁମାନଙ୍କୁ ଧମକ
author img

By ETV Bharat Odisha Team

Published : Sep 21, 2023, 10:40 AM IST

Updated : Sep 21, 2023, 11:05 AM IST

ଓଟୱା: ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ବଢିବାରେ ଲାଗିଛି । ଦୁଇ ଦେଶର ବିବାଦ ମଧ୍ୟରେ ଏବେ କାନାଡାରେ ରହୁଥିବା ହିନ୍ଦୁମାନଙ୍କୁ ଦେଶ ଛାଡିବାକୁ ଧମକ ମିଳିଛି । ଖଲିସ୍ତାନୀ ଉଗ୍ରବାଦୀମାନେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରୁଛନ୍ତି ଏବଂ ସେମାନଙ୍କୁ ତୁରନ୍ତ କାନାଡ଼ା ଛାଡ଼ି ଭାରତ ଫେରିଯିବାକୁ ଧମକ ଦେଉଛନ୍ତି । ଯାହାକି କାନାଡ଼ାର ଲିବେରାଲ ପାର୍ଟି ସାଂସଦ ଚନ୍ଦ୍ର ଆର୍ଯ୍ୟ ଅଭିଯୋଗ କରିଛନ୍ତି ।

କହିରଖୁଛୁ କି, ଚନ୍ଦ୍ର ଆର୍ଯ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦଳ ଲିବେରାଲ ପାର୍ଟିରୁ ସାଂସଦ ଅଛନ୍ତି । ସେ କାନାଡାରେ ରହୁଥିବା ହିନ୍ଦୁମାନଙ୍କୁ ଶାନ୍ତ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏବଂ କୌଣସି ପ୍ରକାର ଅପ୍ରୀତିକର ଘଟଣା ଘଟିଲେ ସେ ସମ୍ପର୍କରେ ପୋଲିସକୁ ସୂଚୀତ କରିବାକୁ କହିଛନ୍ତି । ଏନେଇ ସାଂସଦ ଆର୍ଯ୍ୟ ଟ୍ବିଟ୍ କରିଛନ୍ତି, "କିଛି ଦିନ ତଳେ ଖଲିସ୍ତାନୀ ନେତା ତଥା କାନାଡ଼ାରେ ଜନମତ ସଂଗ୍ରହର ଆୟୋଜନ କରିଥିବା 'ଶିଖ୍ ଫର ଜଷ୍ଟିସ ସଂଗଠନ'ର ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁ ଏଠାରେ ରହୁଥିବା ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିଥିଲା । ସେମାନଙ୍କୁ କାନାଡ଼ା ଛାଡ଼ି ଭାରତ ଚାଲିଯିବାକୁ ଧମକ ଦେଇଥିଲେ । ଏହି ଟାର୍ଗେଟ ଆକ୍ରମଣ ପରେ ହିନ୍ଦୁମାନେ ଭୟଭୀତ ହୋଇଯାଇଥିଲେ । ଏ ସମ୍ପର୍କରେ ଶୁଣିବା ପରେ ମୁଁ ସେମାନଙ୍କୁ ସତର୍କ ରହିବାକୁ ନିବେଦନ କରିଥିଲି । କୌଣସି ହିଂସା ଘଟଣା ଘଟିଲେ ପୋଲିସକୁ ଖବର ଦେବାକୁ କହିଥିଲେ ।"

  • Few days back Khalistan movement leader in Canada and the president of Sikhs for Justice which organizes the so-called referendum Gurpatwant Singh Pannun attacked Hindu-Canadians asking us to leave Canada and go back to India.
    I have heard from many Hindu-Canadians who are… pic.twitter.com/z3vkAcsUDs

    — Chandra Arya (@AryaCanada) September 20, 2023 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: India vs Canada: ଭାରତ ଆସୁଥିବା ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା କାନାଡା

ବର୍ତ୍ତମାନ ଖଲିସ୍ତାନ ଆନ୍ଦୋଳନର ନେତା କାନାଡାରେ ରହୁଥିବା ହିନ୍ଦୁ ଓ ଶିଖ୍ ସମୁଦାୟକୁ ବିଭାଜିତ କରିବାକୁ ଚେଷ୍ଟା କରୁଛି । ତେବେ କାନାଡୀୟ ଶିଖ୍‌ର ଗୋଟିଏ ବଡ ଭାଗ ଖଲିସ୍ତାନୀ ଆନ୍ଦୋଳନକୁ ସମର୍ଥନ କରୁନଥିବା ସାଂସଦ ଆର୍ଯ୍ୟ କହିଛନ୍ତି । ଏନେଇ ସେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁକୁ କଡ଼ା ନିନ୍ଦା କରି ଏକ୍ସରେ ଉଲ୍ଲେଖ କରିଛନ୍ତି, ''ମୁଁ ସ୍ପଷ୍ଟ କରିବାକୁ ଚାହୁଁ ଯେ, ଆମର ଅଧିକାଂଶ କାନାଡୀୟ ଶିଖ୍ ଭାଇ-ଭଉଣୀମାନେ ଖଲିସ୍ତାନ ଆନ୍ଦୋଳନର ଆଦୌ ସମର୍ଥନ କରୁନାହାନ୍ତି । ବିଭିନ୍ନ କାରଣରୁ ସେମାନେ ଏହାକୁ ଖୋଲାଖୋଲି ଭାବେ ନିନ୍ଦା କରିପାରୁ ନଥିଲେ ମଧ୍ୟ ହିନ୍ଦୁ-କାନାଡୀୟ ସମୁଦାୟ ସହ ଗଭୀର ଭାବେ ଜଡିତ ଅଛନ୍ତି ।''

ଏଠାରେ ଉଲ୍ଲେଖଯୋଗ୍ୟ, ଭାରତୀୟ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରକୁ କାନାଡାରେ ଗୁଳି କରି ହତ୍ୟା କରାଯିବା ପଛରେ ଭାରତକୁ ଦାୟୀ କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଭାରତ ସହ ସମ୍ପୃକ୍ତ କୂଟନୀତିଜ୍ଞ ନିଜ୍ଜାରକୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ପ୍ରକାଶ ପାଇଛି ।

Last Updated : Sep 21, 2023, 11:05 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.