ETV Bharat / international

ତୁରନ୍ତ ୟୁକ୍ରେନ ଛାଡ, ପୁଣିଥରେ ନାଗରିକଙ୍କ ନିର୍ଦ୍ଦେଶ ଦେଲା ଭାରତୀୟ ଦୂତାବାସ

author img

By

Published : Oct 26, 2022, 9:11 AM IST

ତୁରନ୍ତ ୟୁକ୍ରେନ ଛାଡିବାକୁ ପୁଣି ଥରେ ନାଗରିକଙ୍କ ନିର୍ଦ୍ଦେଶ ଦେଲା ଭାରତୀୟ ଦୂତାବାସ । ଅଧିକ ପଢନ୍ତୁ

ତୁରନ୍ତ ୟୁକ୍ରେନ ଛାଡ, ପୁଣିଥରେ ନାଗରିକଙ୍କ ନିର୍ଦ୍ଦେଶ ଦେଲା ଭାରତୀୟ ଦୂତାବାସ
ତୁରନ୍ତ ୟୁକ୍ରେନ ଛାଡ, ପୁଣିଥରେ ନାଗରିକଙ୍କ ନିର୍ଦ୍ଦେଶ ଦେଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି । ଏହାକୁ ଦୃଷ୍ଟି ରଖି ପୁଣିଥରେ ଭାରତୀୟ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ପରାମର୍ଶ ଦେଇଛି ଭାରତ(Leave Ukraine immediately) । ମଙ୍ଗଳବାର ଭାରତୀୟ ଦୂତାବାସ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ନୂଆ ଆଡଭାଇଜରୀ ଜାରି କରାଯାଇଛି । ଯୁଦ୍ଧସ୍ଥିତି ସାଂଘାତିକ ହେଉଥିବାରୁ ପୂର୍ବରୁ ଗତ ୧୯ ତାରିଖରେ ମଧ୍ୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇ ଯଥାଶୀଘ୍ର ଯୁଦ୍ଧଗ୍ରସ୍ତ ଦେଶକୁ ଛାଡି ଚାଲିଯିବାକୁ ନାଗରିକଙ୍କୁ କୁହାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ, ୟୁକ୍ରେନରେ ଅନେକ ଭାରତୀୟ ଛାତ୍ର ରହିଛନ୍ତି । ଦୂତାବାସର ଆଡଭାଇଜରୀ ପରେ କିଛି ନାଗରିକ ୟୁକ୍ରେନ ଛାଡିଥିଲେ । ତେବେ ଅନ୍ୟମାନଙ୍କୁ ମଧ୍ୟ ତୁରନ୍ତ ଏଠାରୁ ଚାଲିଯିବାକୁ ପୁଣିଥରେ ଚେତାବନୀ ଦିଆଯାଇଛି । ସୀମାରେ ଯାତ୍ରା ସମୟରେ ଆବଶ୍ୟକସ୍ଥଳେ କୌଣସି ପ୍ରକାର ସାହାଯ୍ୟ ସହଯୋଗ ପାଇଁ ଦୂତାବାସ ପକ୍ଷରୁ ଯୋଗାଯୋଗ ନମ୍ବର ମଧ୍ୟ ଦିଆଯାଇଛି । ଋଷିଆ କିଭ୍ ଉପରେ ପୁଣି ବଡଧରଣର ଆକ୍ରମଣ କରିବା ଆଶଙ୍କା ଥିବାରୁ ନାଗରିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ ପୁଣିଥରେ ଏହି ନୂଆ ଆଡଭାଇଜରୀ ଜାରି ହୋଇଛି ।

ଏହାପୂର୍ବରୁ ମଧ୍ୟ ଦୂତାବାସ ପକ୍ଷରୁ ୟୁକ୍ରେନ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଥିଲା । ଗତ ଫେବୃୟାରୀରେ ଯୁଦ୍ଧ ଆରମ୍ଭରୁ ଋଷିଆ କିଭ୍ ଉପରେ ଘନ ଘନ ମିସାଇଲ ମାଡ କରିଥିଲା । ୟୁକ୍ରେନ ମଧ୍ୟ ଏହାର କଡା ଜବାବ ଦେଇଆସୁଛି ।

ୟୁକ୍ରେନରେ ବହୁ ଭାରତୀୟ ଛାତ୍ରଛାତ୍ରୀ ମେଡିକାଲ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିଲେ । ଋଷର ଆକ୍ରମଣ ପରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଭାରତ ସରକାରଙ୍କ ପାଇଁ ଏକ ଆହ୍ବାନ ପାଲଟିଥିଲା । ଉଭୟ ୟୁକ୍ରେନ ଓ ଋଷର ସହଯୋଗରେ ଭାରତ ସରକାର ‘ଅପରେସନ ଗଙ୍ଗା’ ଜରିଆରେ ପ୍ରାୟ 20 ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇବାରେ ସଫଳ ହୋଇଥିଲେ । ହେଲେ କିଛି ଦିନ ପରେ କିଛି ଛାତ୍ରଛାତ୍ରୀ ପୁଣିଥରେ ୟୁକ୍ରେନ ଫେରିଯାଇଥିଲେ ।

ଏହାମଧ୍ୟ ପଢନ୍ତୁ: Cyclone Sitrang: ବାଂଲାଦେଶରେ ସିତ୍ରାଙ୍ଗ ତାଣ୍ଡବ, ନେଲାଣି 35 ଜୀବନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.