ETV Bharat / international

Nepal Plane Crash Site: ସମସ୍ତ ମୃତଦେହ ଉଦ୍ଧାର, ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ - ତାରା ବିମାନ ଦୁର୍ଘଟଣାରେ 22 ମୃତ

ନେପାଳ ବିମାନ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟ ଶେଷ । ଠାବ ହେଲା ସମସ୍ତ 22 ମୃତଦେହ । ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ । ଦୁର୍ଘଟଣାର ତଦନ୍ତ କରୁଛି ଉଚ୍ଚସ୍ତରୀୟ ଟିମ । ଅଧିକ ପଢନ୍ତୁ

Nepal plane crash site: ସମସ୍ତ ମୃତଦେହ ଉଦ୍ଧାର, ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ

author img

By

Published : May 31, 2022, 7:16 PM IST

କାଠମାଣ୍ଡୁ: ରବିବାର ନେପାଳରେ ଘଟିଥିବା ବିମାନ ଦୁର୍ଘଟଣାରେ ଉଦ୍ଧାର ପ୍ରକ୍ରିୟା ଶେଷ ହୋଇଛି । ଆଜି (ମଙ୍ଗଳବାର) ଶେଷ ମୃତଦେହକୁ ମିଶାଇ ସମସ୍ତ 22 ଯାତ୍ରୀ ଓ କ୍ର୍ୟୁ ସଦସ୍ୟଙ୍କ ଦେହାବଶେଷ ଉଦ୍ଧାର କରିଛି ସେନା । ପୂର୍ବରୁ କିଛି ମୃତଦେହ କାଠମାଣ୍ଡୁ ଅଣାଯାଇ ସାରିଥିବାବେଳେ ଅବଶିଷ୍ଟ 12 ମୃତଦେହକୁ ମଧ୍ୟ ବ୍ୟବଚ୍ଛେଦ ପାଇଁ ପଠାଯାଇ ସରିଥିବା ସୂଚନା ରହିଛି ।

  • Nepal plane crash | All 22 bodies and flight data recorder- cockpit voice recorder retrieved from the crash site. The postmortem of the bodies has started. The search & rescue committee is to meet soon to formally close the operation: Tek Nath Sitaula, Spox, Kathmandu Airport pic.twitter.com/j7wiSDB1T3

    — ANI (@ANI) May 31, 2022 " class="align-text-top noRightClick twitterSection" data=" ">

ପ୍ରାଥମିକ ତଦନ୍ତରୁ ଦୁର୍ଘଟଣାର ସମ୍ଭାବ୍ୟ କାରଣ ମଧ୍ୟ ସାମ୍ନାକୁ ଆସିଛି । ବିମାନଟି ସମୁଦ୍ର ପତନରୁ ପ୍ରାୟ 14 ହଜାର ଫୁଟ ଉପରେ ଉଡୁଥିବାବେଳେ ପ୍ରତିକୂଳ ପାଗ ଯୋଗୁଁ ଭୁଲ ଦିଗକୁ ମୋଡ ନେଇ ପାହାଡରେ ଧକ୍କା ଖାଇଥିବା ସନ୍ଦେହ କରାଯାଉଛି । ରବିବାର ସକାଳେ ଏହି ବିମାଟି ମୁସ୍ତାଙ୍ଗ ଜିଲ୍ଲାର ପୋଖରାରୁ ଉଡ଼ାଣ ଭରିବାର କିଛି ସମୟ ପରେ ରାଡାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏଥିରେ 3 କ୍ର୍ୟୁ ସଦସ୍ୟଙ୍କ ବ୍ୟତୀତ 4 ଭାରତୀୟ, 2 ଜର୍ମାନ ଏବଂ 13 ଜଣ ନେପାଳୀ ନାଗରିକଙ୍କୁ ମିଶାଇ ମୋଟ 22 ଜଣ ଯାତ୍ରା କରୁଥିଲେ।

ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ନେପାଳ ସେନା ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳ ଗସ୍ତ କରିଥିଲେ । ତୁଷାରପାତ ଓ ଲୋ- ଭିଜିବିଲିଟି କାରଣରୁ ଉଦ୍ଧାର କାର୍ଯ୍ୟ ପରଦିନ ସକାଳ ପର୍ଯ୍ୟନ୍ତ ବିଳମ୍ବ ହୋଇଥିଲା । ତେବେ ପର୍ଯ୍ୟାୟ କ୍ରମେ ସମସ୍ତ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଘଟଣାର ତଦନ୍ତ ପାଇଁ ବରିଷ୍ଠ ଏରୋନେଟିକାଲ୍ ଇଞ୍ଜିନିୟର ରତିଶ ଚନ୍ଦ୍ର ଲାଲ ସୁମନଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ ମଧ୍ୟ ଗଠନ ହୋଇଛି । ଏହି ଦୁର୍ଘଟଣାରେ ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଏବଂ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.