ETV Bharat / international

ସ୍ବତନ୍ତ୍ର ବିଧିରେ କରାଯିବ ମହାରାଣୀଙ୍କ ଅନ୍ତିମ ସଂସ୍କାର

author img

By

Published : Sep 9, 2022, 10:16 PM IST

୯୬ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି ବ୍ରିଟେନ୍‌ ରାଣୀ ଏଲିଜାବେଥ୍‌ । ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟ । ସେପ୍ଟେମ୍ବର ୧୯ ତାରିଖରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ସ୍ବତନ୍ତ୍ର ବିଧିରେ କରାଯିବ ମହାରାଣୀଙ୍କ ଅନ୍ତିମ ସଂସ୍କାର । ଅନ୍ତିମ ସଂସ୍କାର ପାଇଁ ସ୍ବତନ୍ତ୍ର ରାଜକୀୟ ବିଧି ରହିଛି । ଅଧିକ ପଢ଼ନ୍ତୁ

Know how will Queen Elizabeth IIs funeral take place
ସ୍ବତନ୍ତ୍ର ବିଧିରେ କରାଯିବ ମହାରାଣୀଙ୍କ ଅନ୍ତିମ ସଂସ୍କାର

ଲଣ୍ଡନ: ୯୬ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି ବ୍ରିଟେନ୍‌ ରାଣୀ ଏଲିଜାବେଥ୍‌ । ସେପ୍ଟେମ୍ବର ୧୯ ତାରିଖରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ବ୍ରିଟେନ୍‌ରେ ମହାରାଣୀଙ୍କ ପାର୍ଥିବ ଶରୀରକୁ କଫିନ ଦେବାପୂର୍ବରୁ ନିର୍ଦ୍ଦିଷ୍ଟ ବିଧି ପାଳନ କରାଯିବ । ହୋଲିରୁଡରେ(Holyrood) ମହାରାଣୀଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରୁ ଲଣ୍ଡନକୁ ଯିବ ।

ଏମିତି ହେବ ଅନ୍ତିମ ସଂସ୍କାର

ହଲିରୁଡର କ୍ୟାଥେଡ୍ରାଲ୍‌(ଏକ ଚର୍ଚ୍ଚ) ମହାରାଣୀଙ୍କ ପାର୍ଥିବ ଶରୀର ପହଞ୍ଚିବ । ଏହାପୂର୍ବରୁ ବାଲମୋରାଲ କ୍ୟାସେଲରୁ କିଛି ଅଧିକାରୀ ଓ ମହାରାଣୀଙ୍କ ଅଙ୍ଗରକ୍ଷୀ ତାଙ୍କ କଫିନ୍‌କୁ ବାହାରକୁ କାଢ଼ିବେ । ଏହାପରେ ପାର୍ଥିବ ଶରୀରକୁ ହୋଲିରୁଡ୍‌ ସ୍ଥିତ ମହାରାଣୀଙ୍କ ବାସଭବନ ତଥା ସ୍କଟ୍‌ଲ୍ୟାଣ୍ଡର ରାଜଧାନୀ ଏଡିନ୍‌ବର୍ଗକୁ ଅଣାଯିବ । ସେଠାରେ ତାଙ୍କୁ ମିଲିଟାରୀ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ।

ସେପଟେ ଲଣ୍ଡନରେ ଯୁବରାଜଙ୍କ ରାଜ୍ୟାଭିଷେକ ହେବ । ରାଜା ହେବା ପରେ ଶପଥ ଗ୍ରହଣ କରି ମହାରାଣୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେବେ ମହାରାଜା । ରାଜା ହେବା ପରେ ତାଙ୍କୁ ୪୧ ତୋପ ସଲାମୀ ଦିଆଯିବ ।

ଏହାପରେ ଲଣ୍ଡନର ବଙ୍କିଂହାମ୍‌ ପାଲେସ୍‌ରେ ମହାରାଣୀଙ୍କ ପାର୍ଥିବ ଶରୀର ରଖାଯିବ । ଏଠାରେ ତିନି ଦିନ ପର୍ଯ୍ୟନ୍ତ ପାର୍ଥିବ ଶରୀର ରହିବ । ଦିନକରେ ୨୩ ଘଣ୍ଟା ପାଇଁ ଲୋକଙ୍କ ପାଇଁ ଏହି ପାଲେସ ଖୋଲା ରହିବ । ଯାହାଦ୍ବାରା ମହାରାଣୀଙ୍କ ଅନ୍ତିମ ଦର୍ଶନ କରିପାରିବେ ଲୋକେ । ଅନ୍ତିମ ସଂସ୍କାର ଦିନ ରାଷ୍ଟ୍ରିୟ ଶୋକର ଶେଷ ଦିନ ହେବ । ସେହି ଦିନ ଅପରାହ୍ଣରେ ଦୁଇ ମିନିଟ ପାଇଁ ମୌନ ରଖାଯିବ । ଏହାପରେ ୱଣ୍ଡସର୍‌ କ୍ୟାସେଲ୍‌ର ରାଜା ଜର୍ଜ ଷଷ୍ଠ ମେମୋରିଆ ଚାପେଲ୍‌ରେ ମହାରାଣୀଙ୍କ ପାର୍ଥୀବ ଶରୀରକୁ କବର ଦିଆଯିବ ।

ସୂଚନା ଅନୁଯାୟୀ, ସେପ୍ଟେମ୍ବର ୮ତାରିଖରେ ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ (Queen Elizabeth II dies aged 96 ) ମୃତ୍ୟୁ ହୋଇଥିଲା । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ (Balmoral Castle) 96 ବର୍ଷ ବୟସରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ମୃତ୍ୟୁ ହୋଇଥିଲା । ମହାରାଣୀଙ୍କ ମହାପ୍ରୟାଣରେ ଦଶ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବା (Official mourning) ନେଇ ରାଜ ପରିବାର ପକ୍ଷରୁ ଘୋଷଣା ହୋଇଛି । ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ପରଲୋକ ଯୋଗୁଁ 7 ଦଶନ୍ଧି ରାଜତ୍ବର ଅନ୍ତ ହୋଇଛି । ଦୁଇ ଦିନ ତଳେ ବ୍ରିଟେନର ନବନିଯୁକ୍ତ 15 ତମ ପ୍ରଧାନମନ୍ତ୍ରୀ ଲିଜ ଟ୍ରିସଙ୍କୁ ନିଯୁକ୍ତି ଦେଇଥିଲେ ରାଣୀ ଏଲିଜାବେଥ ଯାହାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା । ବ୍ରିଟେନରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ସେ ଶାସନ ଗାଦିରେ ବସିଥିଲେ । ରାଣୀ ଏଲିଜାବେଥ ଦ୍ବିତୀୟ 1926 ଏପ୍ରିଲ 21ରେ ଲଣ୍ଡନର ବ୍ରୁଟନ ଷ୍ଟ୍ରିଟରେ ଜନ୍ମଗ୍ରହଣ କରିଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେବା ପରେ 1947 ନଭେମ୍ବର 20ରେ ନୌସେନା ଅଧିକାରୀ ଫିଲିପ ମାଉଣ୍ଟବ୍ୟାଟେନଙ୍କ ସହିତ ତାଙ୍କର ବିବାହ ହୋଇଥିଲା । 1944ରେ ଫିଲିପଙ୍କ ପ୍ରେମରେ ପଡିଥିଲେ ରାଣୀ । ପ୍ରିନ୍ସ ଚାର୍ଲସଙ୍କୁ ମିଶାଇ ରାଣୀଙ୍କର 4 ସନ୍ତାନ ପ୍ରିନ୍ସ ଆଣ୍ଡ୍ରୁ (62), ପ୍ରିନ୍ସ ଏଡୱାର୍ଡ (58) ପ୍ରିନ୍ସ ଆନି। 2021ରେ ସ୍ବାମୀ ଫିଲିପ ମାଉଣ୍ଟବ୍ୟାଟେନଙ୍କ ବିୟୋଗ ହୋଇଥିଲା। 1952 ମସିହାରେ ପିତା ଜର୍ଜଙ୍କ ଦେହାନ୍ତ ପରେ 25 ବର୍ଷ ବୟସରେ ରାଜ ସିଂହାସନରେ ବସିଥିଲେ ରାଣୀ ଏଲିଜାବେଥ । ରାଣୀଙ୍କ ବିୟୋଗ ପରେ ତାଙ୍କ 73 ବର୍ଷୀୟ ବଡପୁଅ ପ୍ରିନ୍ସ ଚାର୍ଲସ ବ୍ରିଟେନର ନୂଆ ରାଜା ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.