ETV Bharat / international

ଲଣ୍ଡନ ସ୍ଥିତ ଭାରତୀୟ ଉଚ୍ଚ ଆୟୋଗରେ ତ୍ରିରଙ୍ଗାକୁ ଖଲିସ୍ତାନୀଙ୍କ ଅପମାନ

ଅମ୍ରିତପାଲ ସିଂ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣକୁ ବିରୋଧ କରି ଲଣ୍ଡନ ସ୍ଥିତ ଭାରତୀୟ ଉଚ୍ଚ ଆୟୋଗରେ ଖଲିସ୍ତାନୀଙ୍କ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି । ଘଟଣାରେ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

author img

By

Published : Mar 20, 2023, 12:31 PM IST

Updated : Mar 20, 2023, 3:40 PM IST

Khalistani protest at indian high commission
ଲଣ୍ଡନ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତରେ ଖଲିସ୍ତାନୀଙ୍କ ବିକ୍ଷୋଭ

ଲଣ୍ଡନ: 'ୱାରିସ ପାଞ୍ଜାବ ଦେ' ମୁଖ୍ୟ ତଥା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିରୋଧରେ ଲଣ୍ଡନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଖଲିସ୍ତାନୀ ସମର୍ଥକ । ଖଲିସ୍ତାନୀ ପତାକା ଉଡାଇ ଖଲିସ୍ତାନୀ ସମର୍ଥକ ଲଣ୍ଡନ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହିତ ଭାରତୀୟ ଉଚ୍ଚ ଆୟୋଗରେ ଲାଗିଥିବା ଜାତୀୟ ପତାକା ତ୍ରିରଙ୍ଗାକୁ ଖସାଇ ଖଲିସ୍ତାନୀ ପତାକା ଉଡ଼ାଇବାକୁ ଉଦ୍ୟମ କରିଥିଲେ । ଘଟଣାରେ ଜଣକୁ ଗିରଫ କରାଯାଇଛି ।

  • #WATCH | United Kingdom: Khalistani elements attempt to pull down the Indian flag but the flag was rescued by Indian security personnel at the High Commission of India, London.

    (Source: MATV, London)

    (Note: Abusive language at the end) pic.twitter.com/QP30v6q2G0

    — ANI (@ANI) March 19, 2023 " class="align-text-top noRightClick twitterSection" data=" ">

ଉଚ୍ଚାୟୁକ୍ତ ଅଧିକାରୀ କହିଛନ୍ତି, "ବିକ୍ଷୋଭ ପ୍ରଦର୍ଶନକାରୀ ଏହି ପ୍ରୟାସକୁ ପଣ୍ଡ କରି ଦିଆଯାଇଛି । ଭାରତୀୟଙ୍କ ଗର୍ବ ତ୍ରିରଙ୍ଗା ଉଚ୍ଚାୟୁକ୍ତରେ ଶୋଭା ପାଉଛି ।" ଭାରତ ତାର ଉଚ୍ଚାୟୁକ୍ତ ସୁରକ୍ଷାକୁ ନେଇ ବ୍ରିଟିଶ ସରକାରଙ୍କୁ ଚେତାବନୀ ଦେଇଛି । ଖଲିସ୍ତାନୀଙ୍କ ଦ୍ବାରା ତ୍ରିରଙ୍ଗା ପତାକାକୁ ଖସାଯିବା ଉଦ୍ୟମକୁ ନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ...Amritpal Singh Arrest Issue: ଆତ୍ମସମର୍ପଣ କଲେ ଅମ୍ରିତପାଲଙ୍କ ଦାଦା ଓ ଡ୍ରାଇଭର

ଭାରତ ବ୍ରିଟିଶ କୂଟନୀତିଙ୍କୁ ଘଟଣା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି । ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛନ୍ତି, ବ୍ରିଟେନରେ ସୁରକ୍ଷା ବ୍ୟବସ୍ଥା ଉପସ୍ଥିତି ନେଇ ସ୍ପଷ୍ଟୀକରଣ ମାଗିିଛି । ବ୍ରିଟେନରେ ଭାରତୀୟ କୂଟନୀତିଙ୍କ ସୁରକ୍ଷାରେ ଭେଦଭାବ ରହିଛି ଯାହା ଗ୍ରହଣୀୟ ନୁହେଁ । ପଞ୍ଜାବରେ ଖଲିସ୍ତାନୀ ସମର୍ଥକ ନେତା ଅମ୍ରିତ ପାଲ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଖଲିସ୍ତାନୀ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲଣ୍ଡନ ସ୍ଥିତ ଭାରତୀୟ ହାଇ କମିଶନଙ୍କୁ ଟାର୍ଗେଟ କରିବା ସହ କ୍ୟାମ୍ପସରେ ପଶି ଭଙ୍ଗାରୁଜା କରିଥିଲେ । ଘଟଣାକୁ ନେଇ ଭାରତରେ ଥିବା ବ୍ରିଟେନ ହାଇ କମିଶନର ନିନ୍ଦା କରିଛନ୍ତି ।

ଏହା ବି ପଢନ୍ତୁ...Japan PM India visit: ଭାରତରେ ଫୁମିଓ କିସିଦା, ଦ୍ବିପାକ୍ଷିକ ଆଲୋଚନା କରିବେ ଦୁଇ ଦେଶ ନେତା

'ୱାରିସ ପଞ୍ଜାବ ଦେ' ମୁଖ୍ୟ ତଥା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂଙ୍କୁ ଗିରଫ ହୋଇଥିବା ଖବର ପ୍ରକାଶ ପାଇଥିଲା । କୁହାଯାଉଛି କି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ତାର ସମ୍ପର୍କ ଅଛି । ଆଇଏସଆଇ ତାକୁ ବିପୁଳ ପାଣ୍ଠି ଯୋଗାଉ ଥିଲା । ଏହି ପାଣ୍ଠିକୁ ବ୍ୟବହାର କରି ସେ ଭାରତରେ ବିଭିନ୍ନ ହିଂସାକାଣ୍ଡ ଘଟାଉଥିଲା । ବର୍ତ୍ତମାନ ଏହାକୁ ନେଇ ଜାତୀୟ ତଦନ୍ତ ଏଜେନ୍ସିମାନେ ତତ୍ପର ହୋଇଉଠିଛନ୍ତି । ଶନିବାର 78 ଖଲିସ୍ତାନୀ ସମର୍ଥକ ତଥା ୱାରିସ ପଞ୍ଜାବ ଦେ ସଦସ୍ୟଙ୍କୁ ଗିରଫ କରିଥିଲା ପଞ୍ଜାବ ପୋଲିସ ।

Last Updated : Mar 20, 2023, 3:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.