ETV Bharat / international

ଭାରତୀୟ ଦୂତାବାସରେ ନିଆଁ ଲଗାଇଲେ ଖଲିସ୍ତାନୀ ସମର୍ଥକ

ସନ ଫ୍ରାନ୍ସିସ୍କୋ ସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ପୁଣିଥରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ । ଦୂତାବାସରେ ନିଆଁ ଲଗାଇଲେ କଟ୍ଟରପନ୍ଥୀ । ଅଧିକ ପଢନ୍ତୁ ପଢନ୍ତୁ

author img

By

Published : Jul 4, 2023, 10:17 AM IST

ଭାରତୀୟ ଦୂତାବାସରେ ନିଆଁ ଲଗାଇଲେ ଖଲିସ୍ତାନୀ ସମର୍ଥକ
ଭାରତୀୟ ଦୂତାବାସରେ ନିଆଁ ଲଗାଇଲେ ଖଲିସ୍ତାନୀ ସମର୍ଥକ

ୱାଶିଂଟନ: ଖଲିସ୍ତାନୀ କଟ୍ଟରପନ୍ଥୀମାନେ ପୁଣିଥରେ ଆମେରିକାରେ ଦାଦାଗିରି ଦେଖାଇଛନ୍ତି । ଖଲିସ୍ତାନୀ ସମର୍ଥକ ସନ ଫ୍ରାନ୍ସିସ୍କୋ ସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସରେ ନିଆଁ ଲଗାଇ ଦେଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ଖବର ନାହିଁ । ଆମେରିକା ବୈଦେଶିକ ବିଭାଗ ଏହି ଘଟଣାକୁ କଡା ନିନ୍ଦା କରିଛି । ଜୁଲାଇ ୨ ଅର୍ଥାତ୍ ଗତ ରବିବାର ଦିନ କଟ୍ଟରପନ୍ଥୀମାନେ ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଥିଲେ । ଗତ ୫ ମାସ ମଧ୍ୟରେ ଭାରତୀୟ ଦୂତାବସ ଉପରେ ଆକ୍ରମଣର ଏହା ଦ୍ବିତୀୟ ଘଟଣା ।

  • United States | A group of Khalistan radicals on July 2 set Indian Consulate on fire in San Francisco. The fire was suppressed quickly by the San Francisco Fire Department. No major damages or staffers were harmed. Local, state and federal authorities have been notified. The US… pic.twitter.com/uhx9NtML5G

    — ANI (@ANI) July 4, 2023 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: କାନାଡାରେ ଟଳିଲା ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ, ମୁଣ୍ଡରେ ଥିଲା 10 ଲକ୍ଷ ପୁରସ୍କାର

ସୂଚନା ମୁତାବକ, ଗତ ରବିବାର ଭୋର୍ ପ୍ରାୟ ସାଢେ ୧ଟାରୁ ସାଢେ ୨ଟା ମଧ୍ୟରେ କେତେକ ଖଲିସ୍ତାନୀ ସମର୍ଥକ ସନ ଫ୍ରାନ୍ସିସ୍କୋ ସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ନିକଟରେ ପହଞ୍ଚି ଥିଲେ । ସେମାନେ ଦୂତାବସରେ ନିଆଁ ଲଗାଇ ଦେଇଥିଲେ । ସଙ୍ଗେସଙ୍ଗେ ସନ ଫ୍ରାନ୍ସିସ୍କୋ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କ ସୂଚୀତ କରାଯାଇଥିଲା । ତେବେ ଶିଖ୍ ଚରମପନ୍ଥୀ ଦ୍ବାରା ଜାରି ପୋଷ୍ଟରରେ ମୁଖ୍ୟତଃ ଆମେରିକାରେ ଭାରତର ରାଷ୍ଟ୍ରଦୂତ ତରନଜିତ ସିଂହ ସନ୍ଧୁ ଏବଂ ସନ ଫ୍ରାନ୍ସିସ୍କୋରେ ଭାରତୀୟ ମହାବାଣିଜ୍ୟ ଦୂତାବାସର ମହାବାଣିଜ୍ୟଦୂତ ଡା ଟିଭି ନାଗେନ୍ଦ୍ର ପ୍ରସାଦଙ୍କୁ ନିଶାନା କରଯାଇଛି । ଖଲିସ୍ତାନୀ ଟାଇଗର ଫୋର୍ସ ମୁଖ୍ୟ ଏବଂ ଆତଙ୍କବାଦୀ ହରଦୀପ ସିଂହ ନଜ୍ଜରର ହତ୍ୟାରେ ଉଭୟଙ୍କ ଭୂମିକା ଥିବା ସେମାନେ ଆରୋପ ଲଗାଇଛନ୍ତି ।

  • "The U.S. strongly condemns the reported vandalism and attempted arson against the Indian Consulate in San Francisco on Saturday. Vandalism or violence against diplomatic facilities or foreign diplomats in the U.S. is a criminal offense," tweets US Department of State… pic.twitter.com/bzCjRgcbnI

ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ମାଥେଉ ମିଲର ଟ୍ବିଟ୍ କରିଛନ୍ତି ଯେ, ସାନ ଫ୍ରାନ୍ସିସ୍କୋରେ ଭାରତୀୟ ବାଣିଜ୍ୟ ଦୂତାବାସ ବିରୋଧରେ ବର୍ବରତା ଓ ଅଗ୍ନିକାଣ୍ଡ ଉଦ୍ୟମକୁ ଆମେରିକା କଡା ନିନ୍ଦା କରୁଛି । ଦୂତାବାସ ଉପରେ ଆକ୍ରମଣ ଓ ହିଂସା ଅପରାଧ ଅଟେ । ଏହାପୂର୍ବରୁ ମଧ୍ୟ ଲଣ୍ଡନ ଓ ସନ ଫ୍ରାନ୍ସିସ୍କୋ ସ୍ଥିତ ଭାରତୀୟ ଦୂତାବସ ଉପରେ ଆକ୍ରମଣ ହୋଇଥିଲା । ଗତ ୫ ମାସ ଭିତରେ ଏହା ଦ୍ବିତୀୟ ଆକ୍ରମଣ ଘଟଣା ।

  • Indian Ambassador to the US Taranjit Singh Sandhu and Dr TV Nagendra Prasad, Consul General, Consulate General of India, San Francisco, have been targeted in a poster purportedly circulated by Sikh extremists who have accused them of playing a role in the June killing of…

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମେରିକାର ଏକ ଥିଙ୍କ ଟ୍ୟାଙ୍କ, ପାକିସ୍ତାନ ସମର୍ଥିତ ବିଚ୍ଛିନ୍ନତାବାଦୀ ଖଲିସ୍ତାନୀ ଗୋଷ୍ଠୀ ଆମେରିକାର ନିଜର ଚେର ମଜଭୁତ କରୁଥିବା ନେଇ ନିକଟରେ ଚେତାଇ ଥିଲା । କିନ୍ତୁ ଆମେରିକା ସରକାର ଏଭଳି ଗତିବିଧି ଉପରେ ରୋକ ଲଗାଇବାରେ ଉଦସୀନ ମନୋଭାବ ପୋଷଣ କରୁଥିବା ମଧ୍ୟ କୁହାଯାଇଥିଲା । ଭାରତ ସରକାର ଖଲିସ୍ତାନୀ କଟ୍ଟରପନ୍ଥୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ନିକଟରେ ପଞ୍ଜାବରେ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.