ଜେରୁଜେଲମ: ଇସ୍ରାଏଲ ରାଜଧାନୀ ଜେରୁଜେଲମରେ ଦୁଇଟି ବିସ୍ଫୋରଣ ଘଟିଛି । ଏଥିରେ ପ୍ରାୟ 18 ଜଣ ଆହତ ହୋଇଥିବା ସୂଚନା ମିଳିଛି । ସହରର ପଶ୍ଚିମ ଭାଗରେ ଥିବା ଏକ ବସ ଷ୍ଟାଣ୍ଡରେ ଆଜି (ବୁଧବାର) ସକାଳେ ଏହି ବିସ୍ପୋରଣ ଘଟିଥିବା ସ୍ଥାନୀୟ ଗଣମାଧ୍ୟମରେ ସୂଚନା ପ୍ରସାରିତ ହୋଇଛି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ (several injured in Explosions in Jerusalem)। କୌଣସି ବିଦ୍ରୋହୀ ଗୋଷ୍ଠୀ ମଧ୍ୟ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି ।
ସୂଚନା ଅନୁସାରେ, ସହରର ପଶ୍ଚିମ ଭାଗରେ ଥିବା ଏକ ବସଷ୍ଟପର ପ୍ରବେଶ ପଥରେ ଆଜି ସକାଳ ପ୍ରାୟ 7 ଟାରେ ପ୍ରଥମ ବିସ୍ଫୋରଣ ଘଟିଥିଲା (Explosions in Israel)। ତାର ମାତ୍ର କିଛି ମିନିଟ ପରେ କିଛି ଦୂରରେ ଆଉ ଏକ ବିସ୍ଫୋରଣ ମଧ୍ୟ ଘଟିଥିଲା । ଉଭୟ ବିସ୍ଫୋରଣରେ ପ୍ରାୟ 18 ଜଣ ଆହତ ହୋଇଥିଲେ । ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସହରରେ ହାଇଆଲର୍ଟ ଜାରି କରାଯାଇଛି ଓ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ