ହାଇଦ୍ରାବାଦ: ମନ୍ଦିର ଯେଉଁଠି ମନସ୍କାମନା ପୂରା କରିବାକୁ ଭଗବାନଙ୍କ ଦର୍ଶନ ପାଇଁ ଯାଇଥାଏ ଭକ୍ତ । ଭକ୍ତଙ୍କ ମନସ୍କାମନା ପୂରଣ କରୁଥିବା ଅନେକ ମନ୍ଦିର ବିଷୟରେ ଆପଣ ଜାଣିଥିବେ । ଯେଉଁଠି ଭକ୍ତିର ସହ କିଛି ମାଗିଲେ ତାହା ପୂରଣ ହୋଇଥାଏ । ହେଲେ କେବେ ଛାଡପତ୍ର ମନ୍ଦିର ବିଷୟରେ ଶୁଣିଛନ୍ତି କି ? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଜାପାନରେ ରହିଛି 600 ବର୍ଷରୁ ଅଧିକ ପୁରୁଣା ମାଓତ୍ସୁଗାଓକା ଟୋକିଜି ମନ୍ଦିର ।
ଏହା ବି ପଢନ୍ତୁ...ଅନ୍ତରାଷ୍ଟ୍ରୀୟ ପ୍ୟାନିକ ଡେ', ଜାଣନ୍ତୁ ଦିବସ ପାଳନ ପଛର ଉଦ୍ଦେଶ୍ୟ
କାହିଁକି ଛାତ୍ରପତ୍ର ମନ୍ଦିର: ସାଂସ୍କୃତିକ ଏବଂ ଐତିହାସିକ ରୂପରେ ଏହି ମନ୍ଦିରର ଅଧିକ ମହତ୍ତ୍ବ ରହିଛି । ଏହା ସଶକ୍ତିକରଣ ଏବଂ ନବୀକରଣର ସ୍ବତନ୍ତ୍ର ବାର୍ତ୍ତା ଦିଏ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହା ଛାଡପତ୍ର ମନ୍ଦିର ରୂପେ ଅଧିକ ପରିଚିତ । 1285 ମସିହାରେ ଜଣେ ବୌଦ୍ଧ ନନ୍ କାକୁ ସାନ ଶିଦୋନି ଏହି ମନ୍ଦିରର ପ୍ରତିଷ୍ଠା କରିଥିଲେ । ଏହା ଏକ ବୌଦ୍ଧ ମନ୍ଦିର । ଏହା ଅସହାୟ ମହିଳାଙ୍କୁ ଆଧ୍ୟାତ୍ମିକ ମାର୍ଗଦର୍ଶନ ଓ ସହାୟତା ପାଇଁ କନଭେଣ୍ଟ ରୂପେ ପ୍ରସ୍ତୁତ କରାଯାଇଥିଲା ।
ଏହା ବି ପଢନ୍ତୁ...ସୁନ୍ଦର ଦେଖାଯିବା ପାଇଁ ପ୍ରତିଦିନ ଲିପଷ୍ଟିକ ଲଗାଉଛନ୍ତି କି ? ହୋଇପାରେ ବଡ ସମସ୍ୟା
ସେବେ ମହିଳାଙ୍କ ସ୍ଥିତି ଖରାପ ଥିଲା । ସେମାନଙ୍କ ପାଖରେ ମୌଳିକ ଅଧିକାର ନଥିଲା । ସେମାନଙ୍କ ଉପରେ ଅନେକ ସାମାଜିତ ପ୍ରତିବନ୍ଧକ ମଧ୍ୟ ରହୁଥିଲା । ଏହି ସ୍ଥିତିରେ ଯେଉଁ ମହିଳା ବିବାହରେ ସନ୍ତୁଷ୍ଟ ନଥିଲେ କିମ୍ବା ଘରୋଇ ହିଂସାର ଶିକାର ହେଉଥିଲେ ସେମାନେ ଏହି ମନ୍ଦିରରେ ଆସି ରହୁଥିଲେ । ବିଭିନ୍ନ ସମୁଦାୟରେ ବିବାହ ବିଚ୍ଛେଦ ଓ ଛାଡପତ୍ର ଖାସ କରି ମହିଳାଙ୍କ ପାଇଁ ବହୁତ ବଡ଼ କଥା ଥିଲା । ଟୋକିଜ ମନ୍ଦିର ପରେ ବିବାହରେ ନିର୍ଯାତିତ ସ୍ବମୀଙ୍କଠୁ ଅଲଗା ହୋଇ ସେଠାରେ ରହୁଥିବା ମହିଳାଙ୍କୁ ଔପଚାରିକ ଭାବେ ଛାଡପତ୍ର ପ୍ରମାଣ ପତ୍ର ପ୍ରଦାନ କରିବା ଆରମ୍ଭ କଲା । ସେହି ପ୍ରମାଣ ପତ୍ର ମହିଳାଙ୍କୁ ବିବାହରୁ ଆଇନଗତ ସ୍ବାଧୀନତା ପ୍ରଦାନ କଲା ।
ଟୋକିଜ ମନ୍ଦିରରେ ଏକ ସଂଗ୍ରହାଳୟ ରହିଛି । ଯେଉଁଠି ମନ୍ଦିରର ଇତିହାସ ସମ୍ପର୍କରେ ବିଭିନ୍ନ କଳାକୃତ୍ତି, ଦସ୍ତବିଜ ଏବଂ ଐତିହାସିକ ତଥ୍ୟ ପ୍ରଦର୍ଶିତ ହୋଇଛି । ଏଥିରୁ ଲୋକ ମନ୍ଦିରର ମହତ୍ତ୍ବ ଏବଂ ମହିଳାଙ୍କୁ ସଶକ୍ତିକରଣ କରିବା ଦିଗରେ ତୁଲାଇଥିବା ଭୂମିକା ବିଷୟରେ ଅବଗତ ହୋଇଥାନ୍ତି । ଚେରୀ ବୃକ୍ଷ ଓ ସବୁଜିମା ଗଛ ମଝିରେ ଥିବା ଏହି ମନ୍ଦିରର ଶାନ୍ତ ପରିବେଷ ସମସ୍ତଙ୍କୁ ଆକର୍ଷଣ କରିଥାଏ । ମନ୍ଦିରରେ କାଠର ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳେ ।