ତେଲ ଆଭିଭ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଜାରି ରହିଛି ଲଢ଼େଇ । ଏହାରି ମଧ୍ୟରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ ବିବାହ ବନ୍ଦନ ବାନ୍ଧି ହୋଇଛନ୍ତି ଇସ୍ରାଏଲ ସେନାର ଯୋଡ଼ି । ଇସ୍ରାଏଲର ସେନାର ଉରି ମିଣ୍ଟଜର ଏବଂ ଏଲିନୋର ୟୋସୋଫିନ ପରସ୍ପରକୁ ବିବାହ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-Israel Gaza War: ଇସ୍ରାଏଲକୁ ଏକା ସଙ୍ଗେ ସମର୍ଥନ ଘୋଷଣା କଲେ 5 ରାଷ୍ଟ୍ର
ଶନିବାର ଇସ୍ରାଏଲ ଉପରେ ଘନ ଘନ ରକେଟ ମାଡ଼ କରିଥିଲେ ପାଲେଷ୍ଟାଇନ ଆତଙ୍କବାଦୀ । ଏହାପରେ ହମାସ ଆତଙ୍କୀଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନିତିନ୍ୟାହୁ । ଏଥିପାଇଁ ତୁରନ୍ତ ସେନାରେ ସାମିଲ ହେବାକୁ ହଜାର ହଜାର ସେନା କର୍ମୀଙ୍କୁ କୁହାଯାଇଥିଲା । ଗାଜା ସୀମାରେ ଆକ୍ରମଣ କରିବା ପାଇଁ ନିଜ ନିଜ ୟୁନିଟରେ ରିପୋର୍ଟ କରିବାକୁ ସମସ୍ତ ସେନା ଅଧିକାରୀଙ୍କୁ କୁହାଯାଇଥିଲା । କିନ୍ତୁ ୟୁନିଟରେ ରିପୋର୍ଟ କରିବା ପୂର୍ବୁର ଉରି ମିଣ୍ଟଜର ଏବଂ ଏଲିନୋର ୟୋସୋଫିନ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଦମ୍ପତି ଥାଇଲାଣ୍ଡ ଯାତ୍ରା କରିଥିବା ସମୟରେ ପାଲାଷ୍ଟାଇନ ଆତଙ୍କବାଦୀ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ । ଏହାପରେ ସେମାନେ ତୁରନ୍ତ ଇସ୍ରାଏଲକୁ ଫେରି ଆସିଥିଲେ ।
ଏହା ମଧ୍ୟ ପଢନ୍ତୁ-Israel-Gaza War: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ 11 ଆମେରିକୀୟ, 10 ନେପାଳୀଙ୍କ ମୃତ୍ୟୁ
ମିଣ୍ଟଜର କହିଛନ୍ତି ଯେ, ଯେତେବେଳେ ତୁରନ୍ତ ୟୁନିଟରେ ଯୋଗ ଦେବାକୁ ଖବର ଆସିଥିଲା ମୁଁ ଶହେ ଥର ଭାବିଥିଲି । ଏହାପରେ ଆମେ ଦୁହେଁ ବିବାହ କରିଥିଲୁ । ଯାହା ମୁଁ ସ୍ବପ୍ନରେ ଥିବା କଳ୍ପନା କରିନଥିଲା ତାହା ହିଁ ହେଲା । ଆମେ ଯେମିତି ଭାବିଥିଲୁ ଖୁବଶୀଘ୍ର ସେମିତି ବିବାହ କରିଛୁ । ମୋର ସବୁଠାରୁ ଭଲ ବନ୍ଧୁଙ୍କୁ ମୁଁ ବିବାହ କରିଛି । ବର୍ତ୍ତମାନ ସେ ହେଉଛି ମୋ ଅତୀତ, ଭବିଷ୍ୟତ ଓ ବର୍ତ୍ତମାନ। ଗାଜାସୀମାରେ ପହଞ୍ଚିବା ପୂର୍ବରୁ ଏହି ପ୍ରେମପକ୍ଷୀ ଇସ୍ରାଏଲର ଶୋହମରେ ପିତାମାତା ଏବଂ ଶୁଭେଚ୍ଛୁମାନଙ୍କ ଉପସ୍ଥିତିରେ ବିବାହ କରିଥିଲେ । ବର୍ତ୍ତମାନ ଡ୍ୟୁଟିରେ 3ଲକ୍ଷ ସେନା ନିୟୋଜିତ ଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀର ମୁଖପାତ୍ର ସୂଚନା ଦେଇଛନ୍ତି ।
ହମାସ୍ର ଆତଙ୍କୀ କାର୍ଯ୍ୟକୁ ନିନ୍ଦା କରି ଇସ୍ରାଏଲକୁ ଆଜି ଏକା ସାଙ୍ଗରେ ସମର୍ଥନ ଘୋଷଣା କରିଛନ୍ତି 5 ରାଷ୍ଟ୍ର । ଆମେରିକା ରାଷ୍ଟ୍ରପତି, ଫ୍ରାନ୍ସ ରାଷ୍ଟ୍ରପତି, ବ୍ରିଟେନ ପ୍ରଧାନମନ୍ତ୍ରୀ, ଜର୍ମାନୀ ଚାନସେଲର ଓ ଇଟାଲିର ପ୍ରଧାନମନ୍ତ୍ରୀ ମିଳିତ ଘୋଷଣାନାମା କରିଛନ୍ତି । ଏନେଇ ହ୍ବାଇଟ ହାଉସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।