ETV Bharat / international

ଅସ୍ତ୍ରବିରତିରେ ନେତାନ୍ୟାହୁଙ୍କ ଗାଜା ଗସ୍ତ: କହିଲେ, ଆମକୁ କେହି ରୋକିପାରିବେ ନାହିଁ

author img

By ETV Bharat Odisha Team

Published : Nov 26, 2023, 10:54 PM IST

ଅସ୍ତ୍ରବିରତିରେ ନେତାନ୍ୟାହୁଙ୍କ ଅଚାନକ ଗାଜା ଗସ୍ତ । ସେନା ସହ କଲେ ଆଲୋଚନା । କହିଲେ କୌଣସି ପରିସ୍ଥିତିରେ ଅଟକିବ ନାହିଁ ଇସ୍ରାଏଲର ସାମରିକ ଅପରେସନ । ଅଧିକ ପଢନ୍ତୁ

ଗାଜା ଗସ୍ତ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ସେନା ସହ କଲେ ଆଲୋଚନା

ହାଇଦ୍ରାବାଦ:ଇସ୍ରାଏଲ-ଗାଜା ମଧ୍ୟରେ ଅସ୍ତ୍ରବିରତି ଅବଧି ମଧ୍ୟରେ ପଣବନ୍ଦୀଙ୍କୁ ମୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ଅଚାନକ ଗାଜା ଷ୍ଟ୍ରିପରେ ପହଞ୍ଚିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ନେତାନ୍ୟାହୁଙ୍କ ଏହି ଗସ୍ତ ସମ୍ପର୍କରେ ଇସ୍ରାଏଲ ସେନା କିମ୍ବା ସରକାର ପୂର୍ବରୁ କୌଣସି ସୂଚନା ସାର୍ବଜନୀନ କରିନଥିଲେ । ମାତ୍ର ଏହି ଗସ୍ତ ପରେ ସେଠାରୁ ହିଁ ଏକ ଭିଡିଓ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଟ୍ବିଟ କରିଛି । ନେତାନ୍ୟାହୁ ଗାଜାରେ ଜାରି ରହିଥିବା ଅପରେସନର ସମ୍ପର୍କରେ ସମୀକ୍ଷା କରିବା ସହ ସେନା ସହ ଆଲୋଚନା କରିଛନ୍ତି । ଏବେ ସାମରିକ ଅପରେସନ ସାମୟିକ ଭାବେ ସ୍ଥଗିତ ରହିଥିବା ବେଳେ ଇସ୍ରାଏଲର ସାମରିକ ଅପରେସନକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ନିଜ ସେନାର ଯବାନଙ୍କୁ କହିଛନ୍ତି ନେତାନ୍ୟାହୁ ।

ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଜାରି କରିଥିବା ଭିଡିଓରେ ନେତାନ୍ୟାହୁ ସେନା ପୋଷାକରେ ସେନାଧିକାରୀଙ୍କ ସହ ଗାଜା ଅପରେସନ ସମ୍ପର୍କରେ ସମୀକ୍ଷା କରୁଛନ୍ତି । ଯବାନଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, “କେହି ଆମକୁ ଅଟକାଇ ପାରିବ ନାହିଁ ଓ ଆମେ ନିଶ୍ଚିତ ଯେ ଏହି ଯୁଦ୍ଧର ସମସ୍ତ ଲକ୍ଷ୍ୟ ହାସଲ କରିବୁ । ଆମର ଶକ୍ତି, ଇଚ୍ଛା ଓ ସଂକଳ୍ପ ଅଛି ଏବଂ ତାହା ହିଁ ଆମେ କରିବୁ ।’’

  • The Office of Prime Minister of Israel tweets, "Prime Minister Benjamin Netanyahu visited in the Gaza Strip, where he received security briefings with commanders and soldiers and visited one of the tunnels that has been revealed. "We are continuing until the end – until victory.… pic.twitter.com/Wd4ub9zbJg

    — ANI (@ANI) November 26, 2023 " class="align-text-top noRightClick twitterSection" data="

The Office of Prime Minister of Israel tweets, "Prime Minister Benjamin Netanyahu visited in the Gaza Strip, where he received security briefings with commanders and soldiers and visited one of the tunnels that has been revealed. "We are continuing until the end – until victory.… pic.twitter.com/Wd4ub9zbJg

— ANI (@ANI) November 26, 2023 ">

ଅନ୍ୟପଟେ ଆଜି ତୃତୀୟ ଦିନରେ ପଣବନ୍ଦୀ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଇସ୍ରାଏଲ ସେନାର ସୂଚନା ଅନୁସାରେ, ରେଡକ୍ରସର ସ୍ବଚ୍ଛାସେବୀଙ୍କ ମାଧ୍ୟମରେ ହମାସ ଆତଙ୍କୀମାନେ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରୁଛନ୍ତି । ଆଜି 14 ଇସ୍ରାଏଲୀ ଓ 3 ବିଦେଶୀ ନାଗରିକଙ୍କୁ ରେଡକ୍ରସକୁ ହସ୍ତାନ୍ତର କରାଯାଇଛି । ସମସ୍ତଙ୍କୁ ଇସ୍ରାଏଲ ସେନା ରେଡକ୍ରସ ସ୍ବଚ୍ଛାସେବୀଙ୍କଠାରୁ ଗ୍ରହଣ କରିବ । 3 ବିଦେଶୀଙ୍କ ପରିଚୟ ସ୍ପଷ୍ଟ ହୋଇନି ।

ଏହା ମଧ୍ୟ ପଢନ୍ତୁ:- ଆଜି ମୁକ୍ତ ହେବେ 13 ଇସ୍ରାଏଲୀ ଓ 39 ପାଲେଷ୍ଟାଇନ ନାଗରିକ

ଗତମାସ 7 ତାରିଖରୁ ଇସ୍ରାଏଲ ଗାଜାରେ ଜାରି ରଖିଥିବା ସାମରିକ ଅପରେସନ ତମାମ ଅନ୍ତର୍ଜାତୀୟ ଚାପ ସତ୍ତ୍ବେ ବନ୍ଦ କରିନଥିବା ବେଳେ କତାରର ମଧ୍ୟସ୍ଥତାରେ ଇସ୍ରାଏଲ 4 ଦିନିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା । ଶୁକ୍ରବାରଠାରୁ ଏହି ପ୍ରକ୍ରିୟା ଜାରି ରହିଛି । ପରେ ଏହି ମଧ୍ୟସ୍ଥତା କ୍ରମରେ ଇଜିପ୍ଟ ମଧ୍ୟ ସାମ୍ନାକୁ ଆସିଛି । ହମାସ ଆତଙ୍କୀମାନେ ପଣବନ୍ଦୀ ଇସ୍ରାଏଲୀ ଓ ବିଦେଶୀ ନାଗରିକଙ୍କୁ ରେଡକ୍ରସ ଜରିଆରେ ହସ୍ତାନ୍ତର କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହାଇଦ୍ରାବାଦ:ଇସ୍ରାଏଲ-ଗାଜା ମଧ୍ୟରେ ଅସ୍ତ୍ରବିରତି ଅବଧି ମଧ୍ୟରେ ପଣବନ୍ଦୀଙ୍କୁ ମୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ଅଚାନକ ଗାଜା ଷ୍ଟ୍ରିପରେ ପହଞ୍ଚିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ନେତାନ୍ୟାହୁଙ୍କ ଏହି ଗସ୍ତ ସମ୍ପର୍କରେ ଇସ୍ରାଏଲ ସେନା କିମ୍ବା ସରକାର ପୂର୍ବରୁ କୌଣସି ସୂଚନା ସାର୍ବଜନୀନ କରିନଥିଲେ । ମାତ୍ର ଏହି ଗସ୍ତ ପରେ ସେଠାରୁ ହିଁ ଏକ ଭିଡିଓ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଟ୍ବିଟ କରିଛି । ନେତାନ୍ୟାହୁ ଗାଜାରେ ଜାରି ରହିଥିବା ଅପରେସନର ସମ୍ପର୍କରେ ସମୀକ୍ଷା କରିବା ସହ ସେନା ସହ ଆଲୋଚନା କରିଛନ୍ତି । ଏବେ ସାମରିକ ଅପରେସନ ସାମୟିକ ଭାବେ ସ୍ଥଗିତ ରହିଥିବା ବେଳେ ଇସ୍ରାଏଲର ସାମରିକ ଅପରେସନକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ନିଜ ସେନାର ଯବାନଙ୍କୁ କହିଛନ୍ତି ନେତାନ୍ୟାହୁ ।

ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଜାରି କରିଥିବା ଭିଡିଓରେ ନେତାନ୍ୟାହୁ ସେନା ପୋଷାକରେ ସେନାଧିକାରୀଙ୍କ ସହ ଗାଜା ଅପରେସନ ସମ୍ପର୍କରେ ସମୀକ୍ଷା କରୁଛନ୍ତି । ଯବାନଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, “କେହି ଆମକୁ ଅଟକାଇ ପାରିବ ନାହିଁ ଓ ଆମେ ନିଶ୍ଚିତ ଯେ ଏହି ଯୁଦ୍ଧର ସମସ୍ତ ଲକ୍ଷ୍ୟ ହାସଲ କରିବୁ । ଆମର ଶକ୍ତି, ଇଚ୍ଛା ଓ ସଂକଳ୍ପ ଅଛି ଏବଂ ତାହା ହିଁ ଆମେ କରିବୁ ।’’

  • The Office of Prime Minister of Israel tweets, "Prime Minister Benjamin Netanyahu visited in the Gaza Strip, where he received security briefings with commanders and soldiers and visited one of the tunnels that has been revealed. "We are continuing until the end – until victory.… pic.twitter.com/Wd4ub9zbJg

    — ANI (@ANI) November 26, 2023 " class="align-text-top noRightClick twitterSection" data=" ">

ଅନ୍ୟପଟେ ଆଜି ତୃତୀୟ ଦିନରେ ପଣବନ୍ଦୀ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଇସ୍ରାଏଲ ସେନାର ସୂଚନା ଅନୁସାରେ, ରେଡକ୍ରସର ସ୍ବଚ୍ଛାସେବୀଙ୍କ ମାଧ୍ୟମରେ ହମାସ ଆତଙ୍କୀମାନେ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରୁଛନ୍ତି । ଆଜି 14 ଇସ୍ରାଏଲୀ ଓ 3 ବିଦେଶୀ ନାଗରିକଙ୍କୁ ରେଡକ୍ରସକୁ ହସ୍ତାନ୍ତର କରାଯାଇଛି । ସମସ୍ତଙ୍କୁ ଇସ୍ରାଏଲ ସେନା ରେଡକ୍ରସ ସ୍ବଚ୍ଛାସେବୀଙ୍କଠାରୁ ଗ୍ରହଣ କରିବ । 3 ବିଦେଶୀଙ୍କ ପରିଚୟ ସ୍ପଷ୍ଟ ହୋଇନି ।

ଏହା ମଧ୍ୟ ପଢନ୍ତୁ:- ଆଜି ମୁକ୍ତ ହେବେ 13 ଇସ୍ରାଏଲୀ ଓ 39 ପାଲେଷ୍ଟାଇନ ନାଗରିକ

ଗତମାସ 7 ତାରିଖରୁ ଇସ୍ରାଏଲ ଗାଜାରେ ଜାରି ରଖିଥିବା ସାମରିକ ଅପରେସନ ତମାମ ଅନ୍ତର୍ଜାତୀୟ ଚାପ ସତ୍ତ୍ବେ ବନ୍ଦ କରିନଥିବା ବେଳେ କତାରର ମଧ୍ୟସ୍ଥତାରେ ଇସ୍ରାଏଲ 4 ଦିନିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା । ଶୁକ୍ରବାରଠାରୁ ଏହି ପ୍ରକ୍ରିୟା ଜାରି ରହିଛି । ପରେ ଏହି ମଧ୍ୟସ୍ଥତା କ୍ରମରେ ଇଜିପ୍ଟ ମଧ୍ୟ ସାମ୍ନାକୁ ଆସିଛି । ହମାସ ଆତଙ୍କୀମାନେ ପଣବନ୍ଦୀ ଇସ୍ରାଏଲୀ ଓ ବିଦେଶୀ ନାଗରିକଙ୍କୁ ରେଡକ୍ରସ ଜରିଆରେ ହସ୍ତାନ୍ତର କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.