ETV Bharat / international

Israel-Hamas War: ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଗସ୍ତରେ ଜୋ ବାଇଡେନ, ଗାଜା ହସ୍ପିଟାଲରେ ରକେଟ ମାଡ ପରେ ଜୋର୍ଡାନରେ ଶିଖର ବୈଠକ ବାତିଲ

author img

By ETV Bharat Odisha Team

Published : Oct 18, 2023, 8:27 AM IST

Updated : Oct 18, 2023, 9:30 AM IST

ଇସ୍ରାଏଲ ଗସ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଯୁଦ୍ଧ ଘନଘଟା ଭିତରେ ଇସ୍ରାଏଲ ଗସ୍ତ କରିଛନ୍ତି ବାଇଡେନ । ଅଧିକ ପଢ଼ନ୍ତୁ

Joe Biden departs for Israel
ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଗସ୍ତରେ ବାଇଡେନ

ୱାଶିଂଟନ: ଇସ୍ରାଏଲ ଗସ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି । ଇସ୍ରାଏଲ ଓ ହମାସ ଯୁଦ୍ଧକୁ ଇତମଧ୍ୟରେ 12 ଦିନ ହୋଇଛି । ଏହାରି ଭିତରେ ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଗସ୍ତ କରିଛନ୍ତି ଜୋ ବାଇଡେନ । ଇସ୍ରାଏଲକୁ ସମର୍ଥନ ଜାଣାଇ ଇସ୍ରାଏଲ ଗସ୍ତ କରିଛନ୍ତି ଜୋ ବାଇଡେନ । ଆଜି ସେଠାରେ ବରିଷ୍ଠ ନେତାଙ୍କ ସହ ଆଲୋନଚା କରିବେ । ଜୋର୍ଡାନ ଗସ୍ତ କାର୍ଯ୍ୟକ୍ରମକୁ ବାଜି କରିଛନ୍ତି ବାଇଡେନ । ଗାଜା ହସ୍ପିଟାଲରେ ବିସ୍ଫୋରଣ ପରେ ବାଇଡେନଙ୍କ ଜୋର୍ଡାନରେ ହେବାକୁ ଥିବା ଆରବ ନେତାଙ୍କ ସହ ହେବାକୁ ଥିବା ଶିଖର ବୈଠକ ବାତିଲ ହୋଇଛି ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରିଛନ୍ତି । ତେଣୁ ଜୋ ବାଇଡେନଙ୍କ ଇସ୍ରାଏଲ୍‌ ଗସ୍ତ କରିଛନ୍ତି । ଗାଜା ହସ୍ପିଟାଲ ଉପରେ ରକେଟମାଡରେ 500ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ଏ ନେଇ ଶୋକବ୍ୟକ୍ତି କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବାଇଡେନ । ଏନେଇ ହ୍ବାଇଟ ହାଉସ ପକ୍ଷରୁ ସୂଚନା ମିଳିଛି । ବାଇଡେନ ଖୁବଶୀଘ୍ର ଫିଲିଫାଇନ୍ସ ଏବଂ ଜୋର୍ଡାନ ନେତାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ । ଆଗାମୀ ଦିନରେ ସମସ୍ତଙ୍କ ସହ ଯୋଗାଯୋଗରେ ରହିବେ ।

ଏହା ବି ପଢନ୍ତୁ...Israel Hamas War: ଇସ୍ରାଏଲ ଉପରେ ଆକ୍ରମଣ ବିଶ୍ବକୁ ସ୍ତବ୍ଧ କରିଛି କହିଲେ ଋଷି ସୁନକ

ସେପଟେ ବାଇଡେନଙ୍କୁ ଇସ୍ରାଏଲ ଗସ୍ତ ପୂର୍ବରୁ ଗାଜାରେ ବଡ ଏୟାକଷ୍ଟ୍ରାଇକ ହୋଇଛି । ଗାଜା ହସ୍ପିଟାଲ ଉପରେ ରକେଟମାଡରେ 500ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ମୃତକକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ସୂଚନା ମିଳିଛି । ଇସ୍ରାଏଲ ପକ୍ଷରୁ ରକେଟ ମାଡ ହୋଇଥିଲା ହମାସ ଅଭିଯୋଗ କରିଛି । ହମାସର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଆତଙ୍କବାଦୀଙ୍କ ପକ୍ଷରୁ ରକେଟ ମାଡ଼ ହୋଇଥିବା କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ।

ଏହା ବି ପଢନ୍ତୁ...Israel-Palestine war: ଗାଜାରେ ମୃତ୍ୟୁସଂଖ୍ୟା 3 ହଜାର ପାର ! ଆଉ ଜଣେ ଟପ ହମାସ କମାଣ୍ଡର ଟଳିଥିବା ଇସ୍ରାଏଲର ଦାବି

ପ୍ରକାଶ ଥାଉ କି, ଗତ ଅକ୍ଟୋବର 7 ତାରିଖରୁ ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ଆତଙ୍କୀ ସଂଗଠନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଦୁଇ ପକ୍ଷ ଭିତରେ ଦିନକୁ ଦିନ ଆକ୍ରମଣ ଭୟଙ୍କର ହେଉଛି । ଇସ୍ରାଏଲ ଆକ୍ରମଣରେ ଏଯାବତ 2670 ପାଲେଷ୍ଟାନୀୟଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧର 11 ଦିନ ସୁଦ୍ଧା ଦୁଇ ପକ୍ଷର ମୃତ୍ୟୁସଂଖ୍ୟା 5 ହଜାର ପାର କରିଛି । ହମାସ ଆକ୍ରମଣରେ 1300 ଇସ୍ରାଏଲ ନାଗରିକଙ୍କର ବି ମୃତ୍ୟୁ ହୋଇଛି । ହଜାର ହଜାର ଲୋକ ଆହତ ହୋଇଛନ୍ତି । ପାଲେଷ୍ଟାଇନ୍‌ର ହମାସ ଆତଙ୍କବାଦୀ ଗୋଷ୍ଠୀ ପ୍ରଥମେ ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିଥିଲା । ଏହାପରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ । ଶତାଧିକ ଇସ୍ରାଏଲଙ୍କୁ ବନ୍ଦୀ କରି ନେଇଥିଲା ହମାସ । କେବଳ ଗାଜା ଅଞ୍ଚଳରେ 3 ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ହମାସ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ପଣ କରିଥିବା ଇସ୍ରାଏଲ ସେନା ଗାଜା ଅଞ୍ଚଳରେ ଆକ୍ରମଣକୁ ଆହୁରି ଜୋରଦାର କରିଛି । ଅତ୍ୟାଧୁନିକ ଅସ୍ତ୍ର ପ୍ରୟୋଗ ଦ୍ୱାରା ବିଭିନ୍ନ ଅଞ୍ଚଳ ଧ୍ବଂସସ୍ତୁପରେ ପରିଣତ ହୋଇଛି । ପଣବନ୍ଦୀଙ୍କୁ ମୁକ୍ତି ସହ ଯୁଦ୍ଧ ବନ୍ଦ ପାଇଁ ଜାତିସଂଘ ଆହ୍ବାନ କରିଛି ।

Last Updated : Oct 18, 2023, 9:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.