ETV Bharat / international

Israel-Palestine conflict: ମୃତ୍ୟୁସଂଖ୍ୟା 1100 ପାର, ଇସ୍ରାଏଲକୁ ମିଳିଲା ଆମେରିକାର ମିଲିଟାରୀ ସହୟତା

author img

By ETV Bharat Odisha Team

Published : Oct 9, 2023, 10:23 AM IST

ଭୟଙ୍କର ରୂପ ନେଉଛି ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ସଂଘର୍ଷ। ହାମାସର ବରିଷ୍ଠ ନୌସେନା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଧ୍ବଂସ କରିଥିବା ଦାବି କଲା ଇସ୍ରାଏଲର ସେନା। ଅଧିକ ପଢନ୍ତୁ

Israel Palestine conflict
Israel Palestine conflict

ହାଇଦ୍ରାବାଦ: ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ। ପ୍ରଥମେ ପାଲେଷ୍ଟାଇନ ଇସ୍ରାଏଲ ଉପେର ରକେଟ ମାଡ କରିବା ପରେ ଇସ୍ରାଏଲ ପାଲେଷ୍ଟାଇନ ଉପରେ ଆକ୍ରମଣ ଜାରି ରଖିଛି। ଆକ୍ରମଣ ଓ ପ୍ରତି ଆକ୍ରମଣରେ ଉଭୟ ପକ୍ଷରୁ ପ୍ରାୟ 1100 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେଥିମଧ୍ୟରେ ଇସ୍ରାଏଲରେ ସର୍ବାଧିକ 7ଶହ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଜାରେ 4ଶହ ଜଣଙ୍କର ମୃତ୍ୟୁ ହୋଇଛି ।

ଏହାରି ମଧ୍ୟରେ ଆମେରିକା ଇସ୍ରାଏଲକୁ ସମର୍ଥନ କରିଥିବା ବେଳେ ପାଲେଷ୍ଟାଇନ୍‌ ବିରୁଦ୍ଧରେ ଯୁଦ୍ଧ ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର ପଠାଇଛି । ଏହାକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ଘୋଷଣା କରାଯାଇଛି । ମୋଟ 4.5 ବିଲିୟନ ଡଲାର ମିଲିଟାରୀ ସହାୟତା ଯୋଗାଇ ଦେଇଛି ଆମେରିକା ।

ଇସ୍ରାଏଲର ସେନା ପ୍ରତିଶୋଧ ପରାୟଣ ହୋଇ ହମାସର ବଡ଼ ବଡ଼ ବିଲ୍ଡି ଉପରେ ଆକ୍ରମଣ କରିଛନ୍ତି । ଯେଉଁଠାରେ ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନର ସଦସ୍ୟ ମାନେ ରହୁଥିଲେ । ଇସ୍ରାଏଲ ସେନା ହମାସର ନୌସେନା ବାହିନୀର ମୁଖ୍ୟ କାର୍ଯ୍ୟାଳୟକୁ ଧ୍ବଂସ କରିଦେଇଛି । ହମାସର ତିନି ମହଲା ବିଶିଷ୍ଟ ଏକ ମୁଖ୍ୟାଳୟ ଏବଂ ହମାସର ବରିଷ୍ଠ ନୌସେନା ଅଧିକାରୀ ମହମ୍ମଦ କାଶଟାଙ୍କ ସହ ଜଡ଼ିତ ଏକ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ଦ୍ବାରା ବ୍ୟବହୃତ ଅନେକ ଅସ୍ତ୍ରଶସ୍ତ୍ରଗୁଡିକୁ ମଧ୍ୟ ଧ୍ବଂସ କରାଯାଇଛି । ଯାହା ଜବାଲିଆ ଅଞ୍ଚଳର ଏକ ମସଜିଦ ନିକଟରେ ରହିଛି ।

ଏହା ମଧ୍ୟ ପଢନ୍ତୁ-Israel-Gaza War: ଦୁଇ ଦିନରେ ଗଲାଣି ୧ ହଜାରରୁ ଅଧିକ ଜୀବନ !

ଇସ୍ରାଏଲ ବାୟୁସେନା ଦାବି କରିଛି ଯେ, ହମାସର ଏକ ବଡ଼ ବିଲ୍ଡିଂ ଉପରେ ଇସ୍ରାଏଲ ବାୟୁସେନା ଆକ୍ରମଣ କରିଥିଲା । ଯେଉଁଠାରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନର ବହୁ ସଦସ୍ୟ ରହୁଥିଲେ । ଏଥିସହ ଆତଙ୍କୀଙ୍କ ସହ ଜଡ଼ିତ ଅନେକ ବଡ଼ ବଡ଼ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ତିନି ମହଲା ବିଶିଷ୍ଟ ଏକ ମୁଖ୍ୟାଳୟ ଏବଂ ହମାସର ବରିଷ୍ଠ ନୌବାହିନୀ ଅଧିକାରୀ ମହମ୍ମଦ କାଶଟାଙ୍କ ସହ ଜଡିତ ଏକ କାର୍ଯ୍ୟାଳୟ ଉପରେ ଆକ୍ରମଣ କରାଯାଇଥିଲା । ଏହା ସହିତ ଜବାଲିଆ ଅଞ୍ଚଳର ଏକ ମସଜିଦ ନିକଟରେ ଆତଙ୍କବାଦୀ ସଂଗଠନ ଦ୍ବାର ବ୍ୟବହୃତ ଏକ କାର୍ଯ୍ୟାଳୟକୁ ଧ୍ବଂସ କରି କରିଦିଆଯାଇଛି ।

ବର୍ତ୍ତମାନ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଜାରି ରହିଛି ଆକ୍ରମଣ ଓ ପ୍ରତି ଆକ୍ରମଣ ସଂଘର୍ଷ। ଶନିବାର ପ୍ରଥମେ ଗାଜା ଷ୍ଟ୍ରିପରୁ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରେ 5000ରୁ ଅଧିକ ରକେଟ ମାଡ କରିଥିଲେ । ଏଥିରେ ଇସ୍ରାଏଲ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏହାପରେ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନିତିନ୍ୟାହୁ । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ମୃତ୍ୟୁସଂଖ୍ୟା ବୃଦ୍ଧି ହୋଇ 11ଶହ ଟପିଲାଣି । ଉଭୟ ପକ୍ଷରୁ 1100 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେଥି ମଧ୍ୟରୁ ଇସ୍ରାଏଲରେ 7ଶହ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଜାରେ 4ଶହ ଜଣଙ୍କ ମୃତ୍ୟୁ ହୋଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଡାକ୍ତରଖାନାରେ ବର୍ତ୍ତମାନ 22ରୁ ଉର୍ଦ୍ଧ୍ବ ଆହତଙ୍କ ଚିକିତ୍ସା ଜାରି ରହିଛି। ସେମାନଙ୍କ ମଧ୍ୟରୁ 22ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବର୍ତ୍ତମାନ ମଧ୍ୟ ଗାଜା ନିକଟରେ ଥିବା ଇସ୍ରାଏଲର ସେନା ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ଆକ୍ରମଣରେ 2,300ରୁ ଅଧିକ ଆହତ ହୋଇଛନ୍ତି । ସେଥିମଧ୍ୟରୁ 213 ଜଣ ଶିଶୁ ଏବଂ 140 ମହିଳା ରହିଛନ୍ତି । ଗାଜା ସ୍ଥିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଗାଜାରେ 413 ଜମଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ 78 ଜଣ ଶିଶୁ ଏବଂ 41 ଜଣ ମହିଳା ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.