ETV Bharat / international

ଇରାକରେ ଅସ୍ଥିରତା: 72 ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ସଂସଦରେ ବିକ୍ଷୋଭକାରୀଙ୍କ ହଙ୍ଗାମା

ଇରାକରେ ରାଜନୈତିକ ଅସ୍ଥିରତା । ପ୍ରଧାନମନ୍ତ୍ରୀ ନିର୍ବାଚନ ନାମାଙ୍କନ ନେଇ ଦେଶବ୍ୟାପୀ ପ୍ରତିବାଦ । ସଂସଦରେ ପଶି ଆକ୍ରମଣ କଲେ ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

author img

By

Published : Jul 30, 2022, 10:28 PM IST

ଇରାକରେ ଅସ୍ଥିରତା: 72 ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର ସଂସଦରେ ଆନ୍ଦୋଳନକାରୀଙ୍କ ଆକ୍ରମଣ

ବାଗଦାଦ: ମଧ୍ୟପ୍ରାଚ୍ୟ ଦେଶ ଇରାକରେ ଦେଖିବାକୁ ମିଳିଛି ରାଜନୈତିକ ଅସ୍ଥିରତା । ପ୍ରଧାନମନ୍ତ୍ରୀ ନିର୍ବାଚନ ନାମାଙ୍କନ ନେଇ ରାଜଧାନୀ ବାଗଦାଦରେ ପ୍ରତିବାଦ ଜାରି ରହିଥିବା ବେଳେ ଆଜି ପୁଣି ଥରେ ଆନ୍ଦୋଳନକାରୀମାନେ ସଂସଦ ଉପରେ ଆକ୍ରମଣ କରିଛନ୍ତି । ଦେଶରେ ଆନ୍ଦୋଳନ କରୁଥିବା ସିହା ସଂଗଠନର ନେତା ମୁକତାଦା ଅଲ ସଦରଙ୍କ ସମର୍ଥକଙ୍କ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । ତେବେ ଗତ ୭୨ ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର ପାଇଁ ସଂସଦରେ ପ୍ରବେଶ କରିଛନ୍ତି ଆନ୍ଦୋଳନକାରୀ ।

ଇରାକରେ ଅସ୍ଥିରତା: 72 ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର ସଂସଦରେ ବିକ୍ଷୋଭକାରୀଙ୍କ ଆକ୍ରମଣ

ହଜାର ହଜାର ବିକ୍ଷୋଭକାରୀ ହାତରେ ଇରାକର ଜାତୀୟ ପତାକା ଧରି ସଂସଦ ବିଲ୍ଡିଂ ମଧ୍ୟକୁ ପ୍ରବେଶ କରିଥିଲେ । ସେମାନେ ନାରା ଦେବା ସହ ସଂସଦ ଭବନରେ ଭଙ୍ଗାରୁଜା ମଧ୍ୟ କରିଥିଲେ । ଉକ୍ତ ସମୟରେ କୌଣସି ଜନପ୍ରତିନିଧି ନଥିବାରୁ କେହି ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶିକାର ହୋଇନାହାନ୍ତି । କିନ୍ତୁ ସଂସଦ ବିଲ୍ଡିଂରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ ।

ନୂଆ ସରକାର ଗଠନ ପ୍ରକ୍ରିୟାରେ ଦେଖିବାକୁ ମିଳିଛି ଏପରି ଅରାଜକତା । ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ଭରିବାକୁ ନେଇ ସିହା ସଂଗଠନର ସଦସ୍ୟମାନେ ଏହି ପ୍ରତିବାଦ କରିଛନ୍ତି । ସିଆ-ଅଲ ସୁଦାନି (Shia al-Sudani)ଙ୍କ ପ୍ରଧାନମନ୍ତ୍ରୀ ପଦରେ ନିର୍ବାଚନ ଲଢିବାକୁ ଆନ୍ଦୋଳନକାରୀମାନେ ବିରୋଧ କରି ଆସୁଛନ୍ତି । ଇରାନ ସରକାରଙ୍କ ବେସ ନିକଟବର୍ତ୍ତୀ କୁହାଯାଉଥିବା ସୁଦାନି ପୂର୍ବରୁ ଇରାକ ସରକାରରେ ମନ୍ତ୍ରୀ ତଥା ପ୍ରୋଭେନସିଆଲ ଗଭର୍ନର ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳି ସାରିଛନ୍ତି । ଚଳିତ ନିର୍ବାଚନରେ ସୁଦାନି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.