ETV Bharat / international

International Friendship Day: ବନ୍ଧୁ ପାଇଁ ଦିନଟିଏ

author img

By

Published : Jul 30, 2022, 8:57 AM IST

ରକ୍ତର ସମ୍ପର୍କ ଠାରୁ ବି ଅଧିକ ବନ୍ଧୁତାର ସମ୍ପର୍କ । ଜୀବନରେ ବନ୍ଧୁର ଭୂମିକା ତଥା ବନ୍ଧୁତ୍ବର ମହତ୍ତ୍ବକୁ ଉପଲବ୍ଧି କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ ବନ୍ଧୁତା ଦିବସ: ବନ୍ଧୁ ପାଇଁ ଦିନଟିଏ

ହାଇଦ୍ରାବାଦ: ଆଜି ଅନ୍ତର୍ଜାତୀୟ ବନ୍ଧୁତା ଦିବସ(World Friendship Day) । କୁହାଯାଏ ରକ୍ତର ସମ୍ପର୍କ ଠାରୁ ବି ଅଧିକ ବନ୍ଧୁତାର ସମ୍ପର୍କ । ବନ୍ଧୁତାର ଅର୍ଥ ଅବର୍ଣ୍ଣନୀୟ । ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତ୍ୱ କୁହାଯାଏ । ଆମେ ଯେତେବେଳେ ଛୋଟ ଥାଉ ସେବେ ଠାରୁ ଏହି ସମ୍ପର୍କ ସୃଷ୍ଟି କରିବା ଆରମ୍ଭ କରିଥାଉ । ଆମ ସହପାଠୀ କିମ୍ବା ପଡୋଶୀ ଏମାନେ ଆମ ବନ୍ଧୁତ୍ବ ସମ୍ପର୍କର ଏକ ଅଭିନ୍ନ ଅଙ୍ଗ । ଏକ ଭଲ ସାଙ୍ଗ ଟିଏ ମିଳିବା ପରେ ଆମ ଜୀବନର ମୋଡ ବଦଳିଯାଏ । କୁହାଯାଏ ଜଣେ ଭଲ ବନ୍ଧୁଟିଏ ପାଇବା କୋଟି ଜନ୍ମର ସାର୍ଥକତା ହୋଇଥାଏ । ଏହି ପବିତ୍ର ବନ୍ଧନ ଆଜି କି କାଲିର ନୁହେଁ ଏହା ବହୁ ପୁରାତନ କାଳରୁ ଚାଲି ଆସିଛି । ଏହାର ଏକ ବଡ ଉଦାହରଣ ହେଉଛନ୍ତି କୃଷ୍ଣ-ସୁଦାମାଙ୍କ ବନ୍ଧୁତା ।

ମନକଥା ଖୋଲି କହିବା ଲାଗି ବନ୍ଧୁର ବିକଳ୍ପ ନାହିଁ । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡ଼ା ହୋଇଥାଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଯେତେବେଳେ ସାରା ସମାଜ ଆପଣଙ୍କୁ ଭୁଲ ବୁଝିଥାଏ । ସେତେବେଳେ ଯିଏ ଆପଣଙ୍କୁ ସାହାର ଦିଏ, ଯିଏ ଆପଣଙ୍କ ପ୍ରତିଟି କଥାକୁ ବୁଝେ । ଆଉ ସମାଜ ବିରୋଧରେ ଯାଇ ଆପଣଙ୍କୁ ସମର୍ଥନ କରେ, ତାକୁ ଆପଣ ପ୍ରକୃତ ବନ୍ଧୁ ବୋଲି କହିପାରିବେ । ବନ୍ଧୁ ତ ଅନେକ ଥାନ୍ତି କିନ୍ତୁ ପ୍ରକୃତ ବନ୍ଧୁ ସିଏ ଯିଏ ଆପଣଙ୍କ ବିଷୟରେ ସବୁ ଜାଣି ମଧ୍ୟ ଆପଣଙ୍କୁ ସର୍ବସମ୍ମୁଖରେ ଗ୍ରହଣ କରିଥାଏ ।

ଜୀବନରେ ବନ୍ଧୁର ଭୂମିକା ତଥା ବନ୍ଧୁତ୍ବର ମହତ୍ତ୍ବକୁ ଉପଲବ୍ଧି କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ । ଏହା ହେଉଛି ଏମିତି ଏକ ବନ୍ଧନ, ଯାହାର ପରିଭାଷାକୁ ବର୍ଣ୍ଣନା କରିବା ସହଜ ନୁହେଁ । ଅନ୍ୟପଟେ ପ୍ରକୃତ ବନ୍ଧୁ ହିଁ ସ୍ନେହ, ପ୍ରେମ, ଆବେଗ ଓ ବିଶ୍ବାସର ସହ ସମ୍ପର୍କକୁ ସବୁଦିନ ପାଇଁ ବାନ୍ଧି ରଖିଥାନ୍ତି । ଏହି ଅବସରରେ ସାଙ୍ଗମାନେ ପରସ୍ପରକୁ ଉପହାର ଦେଇ ନିଜ ବନ୍ଧୁ ପ୍ରତି ଥିବା ସଦ୍‌ଭାବନାକୁ ବ୍ୟକ୍ତ କରିଥାନ୍ତି । ଏବେ ଆଧୁନିକତା ଛାପରେ ବନ୍ଧୁତ୍ୱ ଦିବସ ପାର୍ଟି, ମେସେଜ, ବନ୍ଧୁତ୍ୱ ଫିତା ବା ଫ୍ରେଣ୍ଡସିପ୍‍ ବ୍ୟାଣ୍ଡ୍‍ ବାନ୍ଧି ପାଳନ କରାଯାଉଛି । ପୂର୍ବରୁ ବନ୍ଧୁତା ଦିବସ କେବଳ ବିଦେଶରେ ପାଳନ ହେଉଥିଲା । କିନ୍ତୁ ଏହା ଏବେ ଭାରତରେ ମଧ୍ୟ ଖୁବ୍ ଧୁମଧାମରେ ପାଳନ ହେଉଛି । ଏହି ଦିନରେ ନିଜର ବନ୍ଧୁତ୍ୱ ଜଣାଇବା ପାଇଁ ଜଣେ ଜଣକୁ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧିଥାନ୍ତି । ଦୀର୍ଘ ୨ ବର୍ଷ ହେଲା କୋରୋନା ମହାମାରୀ ଏହି ଦିବସକୁ ଫିକା ପକାଇ ଦେଇଥିବା ବେଳେ ଚଳିତ ବର୍ଷ ଧୁମଧାମରେ ଆନନ୍ଦର ସହ ପାଳନ କରିବେ ।

ଏପିଜେ ଅବଦୁଲ କଲାମଙ୍କ ମତରେ: "ଗୋଟିଏ ସର୍ବୋତ୍ତମ ପୁସ୍ତକ ଶହେ ଭଲ ସାଙ୍ଗ ସହିତ ସମାନ, ଜଣେ ଭଲ ବନ୍ଧୁ ଲାଇବ୍ରେରୀ ସହିତ ସମାନ।ପୁରୁଣା ବନ୍ଧୁମାନେ ସୁନା, ନୂତନ ବନ୍ଧୁମାନେ ହୀରା, ଯଦି ତୁମେ ହୀରା ପାଇବ, ସୁନାକୁ ଭୁଲିବ ନାହିଁ କାରଣ କେବଳ ହୀରାକୁ ସୁନା ମାଳରେ ସଜାଯାଇ ପାରେ ?"

ଏପିଜେ ଅବଦୁଲ କଲାମଙ୍କ ମତରେ: "ତୁମର ବନ୍ଧୁ ଜଣେ ସିଦ୍ଧ ବ୍ୟକ୍ତି ହେବ ବୋଲି ଆଶା କର ନାହିଁ । ତୁମ ସାଙ୍ଗକୁ ଜଣେ ସିଦ୍ଧ ବ୍ୟକ୍ତି ହେବାରେ ସାହାଯ୍ୟ କର, ତାହା ହେଉଛି ପ୍ରକୃତ ବନ୍ଧୁତା ।"

ବନ୍ଧୁତା ଦିବସର ଇତିହାସ:

୧୯୩୦ ମସିହା ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ଭାବେ ପାଳନ କରାଯାଇଥିଲା । ୧୯୫୮ ମସିହା ଜୁଲାଇ ୩୦ରେ ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବ ବନ୍ଧୁତ୍ବ ଦିବସ ଭାବେ ଘେ।ଷଣା କରିଥିଲା । ଭାରତ ସହ ଅନେକ ଦକ୍ଷିଣ ଏସିଆର ଦେଶରେ ଅଗଷ୍ଟର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡ଼େ ରୂପରେ ପାଳନ କରାଯାଉଛି । କିନ୍ତୁ କିଛି ସ୍ଥାନରେ ବନ୍ଧୁତା ଦିବସକୁ ଅଗଷ୍ଟ ପ୍ରଥମ ରବିବାରରେ ପାଳନ କରାଯାଏ ନାହିଁ । ଓହାୟୋର ଅର୍ବଲିନରେ ୮ ଅପ୍ରେଲରେ ବନ୍ଧୁତା ଦିବସ ପାଳନ ହୁଏ । ଓହାୟୋର ଅର୍ବଲିନରେ ୮ ଅପ୍ରେଲରେ ବନ୍ଧୁତା ଦିବସ ପାଳନ ହୁଏ । ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସରେ ମିଳିତ ଜାତିସଂଘ ସମଗ୍ର ବିଶ୍ୱରେ ସରକାର ଏବଂ ସଂଗଠନଗୁଡ଼ିକୁ ଇଭେଣ୍ଟ ଏବଂ କାର୍ଯ୍ୟକଳାପ ଆୟୋଜନ କରିବାକୁ ପ୍ରୋତ୍ସାହିତ କରେ ଯାହା ସଭ୍ୟତା, ଏକତା, ପାରସ୍ପରିକ ବୁଝାମଣା ଏବଂ ସାମଞ୍ଜସ୍ୟ ମଧ୍ୟରେ କଥାବାର୍ତ୍ତାକୁ ଆଗକୁ ନେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.