ETV Bharat / international

ମତେ ଅପହରଣ ଓ ହତ୍ୟା ପାଇଁ ଥିଲା ଯୋଜନା: ଇମ୍ରାନ - ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଇମ୍ରାନଙ୍କ ଗିରଫଦାରି ନେଇ ପାକିସ୍ତାରେ ହାଇଡ୍ରାମା ଜାରି । ଇମ୍ରାନ କହିଲେ ମତେ ଅପହରଣ ଓ ହତ୍ୟା ପାଇଁ ଥିଲା ଯୋଜନା । ଅଧିକ ପଢନ୍ତୁ

ମତେ ଅପହରଣ ଓ ହତ୍ୟା ପାଇଁ ଥିଲା ଯୋଜନା: ଇମ୍ରାନ

author img

By

Published : Mar 15, 2023, 7:01 PM IST

ହାଇଦ୍ରାବାଦ: ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ପରିଧିରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କୌଣସି ମୁହୂର୍ତ୍ତରେ ପୋଲିସ ଗିରଫ କରିପାରେ । ଗତକାଲି(ମଙ୍ଗଳବାର)ଠାରୁ ଗିରଫଦାରୀ ପାଇଁ ପ୍ରୟାସ ଜାରି ରହିଥିଲେ ସୁଦ୍ଧା ଇମ୍ରାନଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଇମ୍ରାନ ସରକାରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଗତକାଲି ତାଙ୍କୁ ଅପହରଣ କରାଯାଇ ହତ୍ୟା କରାଯିବା ନେଇ ଯୋଜନା ଥିଲା ବୋଲି ଇମ୍ରାନ କହିଛନ୍ତି । ଗିରଫ କେବଳ ଏକ ବାହାନା ଥିଲା ବୋଲି ଇମ୍ରାନ କହିଛନ୍ତି ।

ଇମ୍ରାନ କହିଛନ୍ତି, ‘‘ସେମାନେ ମୋ ବାସଭବନ ବାହାରେ ପ୍ରଥମେ ଟିୟର ଗ୍ୟାସ, ପାଣି ସ୍ପ୍ରେ ସହ ଗୁଳି ମଧ୍ୟ ଚଳାଇଥିଲେ । ଗତ ସନ୍ଧ୍ୟାରେ ଗିରଫଦାରୀ ସମୟରେ ମୋ ସୁରକ୍ଷା ପାଇଁ ମୁଁ ସିୟୋରିଟି ବଣ୍ଡରେ ହସ୍ତାକ୍ଷର କରିଥିଲି । ଏଲେ ଡିଆଇଜି ଏହାକୁ ଗ୍ରହଣ କରିବାକୁ ସ୍ପଷ୍ଟ ମନା କରିଦେଇଥିଲେ । ଏଥିରୁ ସେମାନଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା । ସେମାନେ ଗିରଫଦାରୀ ବାହାନାରେ ଅପହରଣ ଓ ପରେ ହତ୍ୟା କରିବା ପାଇଁ ଯୋଜନା ରଖିିଥିବା ସ୍ପଷ୍ଟ ହୋଇଛି ।’’ ସେହିପରି ଇମ୍ରାନ ଏକ ଭିଡିଓ ଜାରି କରି ଆହୁରି ମଧ୍ୟ କହିଛନ୍ତି, ଗତକାଲିଠାରୁ ତାଙ୍କ ଘର ବାହାରେ ପ୍ରବଳ ଆକ୍ରମଣ ଜାରି ରହିଛି । ତାଙ୍କ ସମର୍ଥନରେ ଏକାଠି ହୋଇଥିବା ତାଙ୍କ ଦଳର କର୍ମକର୍ତ୍ତାଙ୍କ ଉପରେ ତାଙ୍କର ନିୟନ୍ତ୍ରଣ ନାହିଁ । ଏହି ଷଡଯନ୍ତ୍ର ଲଣ୍ଡନରୁ ହୋଇଛି । ନିଜ ଦଳର କର୍ମକର୍ତ୍ତାଙ୍କୁ ପାକିସ୍ତାନର ଭବିଷ୍ୟ ସମ୍ପର୍କରେ ଚିନ୍ତା କରିବା ପାଇଁ ଇମ୍ରାନ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଆଜି ଗିରଫ ହେବେ ଇମ୍ରାନ ! ବାସଭବନରେ ପୋଲିସ, ବାହାରେ ସମର୍ଥକଙ୍କ ହଙ୍ଗାମା

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଗତକାଲିଠାରୁ ଗିରଫ କରିବା ପାଇଁ ପାକିସ୍ତାନ ପୋଲିସ ପ୍ରୟାସ କରୁଛି । ଗତକାଲି ପୋଲିସ ଟିମ୍‌ ତାଙ୍କ ଲାହୋର ସ୍ଥିତ ବାସଭବନରେ ପହଞ୍ଚିଥିଲା । ତାଙ୍କୁ ଗିରଫ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଓ ରାତି ସୁଦ୍ଧା ତାଙ୍କୁ ଗିରଫ କରାଯାଇପାରେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ଖବର ମଧ୍ୟ ପ୍ରସାରିତ ହେଉଥିଲା । ହେଲେ ପୋଲିସ ଫୋର୍ସ ପହଞ୍ଚିବା ପରେ ଇମ୍ରାନଙ୍କ ବାସଭବନ ବାହାରେ ପିଟିଆଇ କର୍ମୀ ଓ ସମର୍ଥକଙ୍କ ଭିଡ ମଧ୍ୟ ବଢିବାରେ ଲାଗିଥିଲା । ପୋଲିସ ଫୋର୍ସକୁ ସେମାନେ ଇମ୍ରାନଙ୍କ ବାସଋଭବନରେ ପ୍ରବେଶ କରିବାକୁ ଦେଇନଥିଲେ । ଆଜି ମଧ୍ୟ ସେହି ଖଣ୍ଡଯୁଦ୍ଧ ପିରସ୍ଥିତି ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.