ୱାଶିଂଟନ: ଆମେରିକା ପୋଲିସ ହେପାଜତରେ ଅଛନ୍ତି ୯୬ ହଜାର ୯୧୭ଜଣ ଭାରତୀୟ । ଆମେରିକା ସୀମାରେ ବେଆଇନ ଭାବେ ପ୍ରବେଶ କରିଥିବା ଏହି ଭାରତୀୟଙ୍କୁ ଆମେରିକା ପୋଲିସ ଅଟକ ରଖିଛି । ବର୍ଷକ ମଧ୍ୟରେ ପାଖାପାଖି ୯୭ ହଜାର ଭାରତୀୟ ଅବାଧ ପ୍ରବେଶ କରିଥିବା ଜଣାପଡିଛି । ବିଭିନ୍ନ କାରଣରୁ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଭାରତୀୟମାନେ ଏଭଳି ଅବାଧ ପ୍ରବେଶ ଅଭିଯୋଗରେ ଆମେରିକୀୟ ସେନା ଦ୍ବାରା ଗିରଫ ହୋଇଥିବା ଦର୍ଶାଯାଇଛି । ଅଧିକାଂଶ ଭାରତୀୟ ଧରାପଡ଼ିବା ପରେ ସେମାନେ ନିଜ ଦେଶରେ ଅସୁରକ୍ଷିତ ଥିବାରୁ ପଳାୟନ କରି ଆସିଥିବା କହିଛନ୍ତି ସିନେଟର ଜେମ୍ସ ଲେକୋଫୋର୍ଡ ।
-
Our national security is at risk because of Biden’s failed border policy. It’s time to fix it. pic.twitter.com/G2WxmK8BwC
— Sen. James Lankford (@SenatorLankford) November 3, 2023 " class="align-text-top noRightClick twitterSection" data="
">Our national security is at risk because of Biden’s failed border policy. It’s time to fix it. pic.twitter.com/G2WxmK8BwC
— Sen. James Lankford (@SenatorLankford) November 3, 2023Our national security is at risk because of Biden’s failed border policy. It’s time to fix it. pic.twitter.com/G2WxmK8BwC
— Sen. James Lankford (@SenatorLankford) November 3, 2023
ଅବାଧ ପ୍ରବେଶ କରିବାକୁ ଯାଉଥିବା ସମୟରେ ଭାରତୀୟଙ୍କୁ କାବୁ କରିଛି ଆମେରିକା ସୀମା ସୁରକ୍ଷା ଏଜେନ୍ସି । ସୂଚନା ଅନୁସାରେ, ୨୦୨୨ ଅକ୍ଟୋବରରୁ ୨୦୨୩ ସେପ୍ଟେମ୍ବର ମଧ୍ୟରେ ପ୍ରାୟ ୯୬ ହଜାର ୯୧୭ଜଣ ବେଆଇନ ପ୍ରବେଶ କରିଛନ୍ତି । ଏଜେନ୍ସି ତରଫରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ୨୦୧୯-୨୦ରେ ୧୯ହଜାର ୮୮୩ଜଣ ଭାରତୀୟଙ୍କୁ ବେଆଇନ ପ୍ରବେଶ ମାମଲାରେ ଗିରଫ କରାଯାଇଥିଲା । ସେହିପରି ୨୦୨୦-୨୧ରେ ୩୦ହଜାର ୬୬୨ଜଣ ଭାରତୀୟଙ୍କୁ ଗିରଫ କରାଯାଇଥିଲା । ୨୦୨୨ ଅକ୍ଟୋବରରୁ ୨୦୨୩ ସେପ୍ଟେମ୍ବର ମଧ୍ୟରେ ଅବାଧ ପ୍ରବେଶ ଅଭିଯୋଗରେ ୯୬ ହଜାର ୯୧୭ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୩୦ହଜାର ୧୦ଜଣ କାନାଡା ସୀମା ଏବଂ ୪୧ ହଜାର ୭୭୦ଜଣ ଭାରତୀୟ ମେକ୍ସିକୋ ସୀମାରେ ପ୍ରବେଶ ସମୟରେ ଧରାପଡିଛନ୍ତି ।
ଏହା ବି ପଢନ୍ତୁ...50 ହଜାର ଟଙ୍କାରେ ବିକ୍ରି ହୋଇଥିଲେ ମାଆ-ପିଲା, 20 ବର୍ଷ ପରେ ଗାଁକୁ ଫେରିଲେ
ଏହା ବି ପଢନ୍ତୁ...ଆନ୍ଧ୍ରର ଅନୁପ୍ରବେଶ ପରେ ଚେଇଁଲା ପ୍ରଶାସନ, କୋଟିଆରେ ମେଗା ସ୍ବାସ୍ଥ୍ୟ ଶିବିର
ତେବେ ଏହି ବେଆଇନ ଅନୁପ୍ରବେଶ କରିଥିବା ଅଭିଯୁକ୍ତମାନଙ୍କୁ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । କେବଳ ପିଲା, ପରିବାର ସଦସ୍ୟ ସହ ପିଲା, ଏକାକୀ ଆସିଥିବା ବୟସ୍କ ମାନେ ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି । ସେମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ରଖାଯାଇଛି । ପୋଲିସ ଅଧିକାରୀଙ୍କ କହିବା କଥା, ଗିରଫ ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ ଗୁଜୁରାଟ ଓ ପଞ୍ଜାବର ହୋଇଥିବା ଜଣାପଡିଛି । ଏନେଇ ସିନେଟର ଜେମ୍ସ ଲେକୋଫୋର୍ଡ କହିଛନ୍ତି, ଅଧିକାଂଶ ଭାରତୀୟ ଧରାପଡ଼ିବା ପରେ ସେମାନେ ନିଜ ଦେଶରେ ଅସୁରକ୍ଷିତ ମଣୁଥିବାରୁ ଏପରି ଅନୁପ୍ରବେଶ କରିଥିବା କଥା କହିଥାନ୍ତି ।" ଏହାକୁ ଆମେରିକା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।