ETV Bharat / international

ଲଣ୍ଡନରେ ଭାରତୀୟ ବଂଶୋଦ୍ଭବଙ୍କୁ ଛୁରୀ ଭୁସି ହତ୍ୟା; ୩ ଦିନରେ ତୃତୀୟ ଘଟଣା - ଲଣ୍ଡନରେ ଭାରତୀୟଙ୍କୁ ହତ୍ୟା

ଲଣ୍ଡନରେ ୩୮ ବର୍ଷୀୟ ଭାରତୀୟ ବଂଶୋଦ୍ଭବଙ୍କୁ ଛୁରୀ ଭୁସି ହତ୍ୟା । ଅଧିକ ପଢନ୍ତୁ

ଲଣ୍ଡନରେ ଭାରତୀୟ ବଂଶୋଦ୍ଭବଙ୍କୁ ଛୁରୀ ଭୁସି ହତ୍ୟା

author img

By

Published : Jun 18, 2023, 3:16 PM IST

ଲଣ୍ଡନ: ବିଦେଶରେ ପୁଣି ଭାରତୀୟଙ୍କୁ ହତ୍ୟା । ଗତ ଶୁକ୍ରବାର ଦିନ ସାଉଥ ଲଣ୍ଡନରେ ଜଣେ ୩୮ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମୃତକଙ୍କ ନାମ ଅରବିନ୍ଦ ଶଶିକୁମାର । ତାଙ୍କ ଘର କେରଳରେ । ଲଣ୍ଡନର ସାଉଥହମ୍ପଟନ ମାର୍ଗ ସ୍ଥିତ ଘରୁ ତାଙ୍କର ମୃତଦେହ ମିଳିଛି । ଅରବିନ୍ଦଙ୍କ ଛାତିରେ ଛୁରୀ ଭୁସା ଯାଇଥିବା ଜଣାପଡିଛି । ଏହି ଘଟଣାର ତିନି ଦିନ ପୂର୍ବରୁ ଉତ୍ତର ଲଣ୍ଡନର ନୀଲଡ କ୍ରିସେଣ୍ଟରେ ଆଉ ଜଣେ ଭାରତୀୟ ଯୁବତୀଙ୍କୁ ହତ୍ୟା କରାଯାଇଥିଲା । ତେବେ ଅରବିନ୍ଦଙ୍କୁ ହତ୍ୟା ଘଟଣାରେ ପୋଲିସ ସଲମାନ ସଲିମ ନାମକ ଜଣେ ୨୫ ବର୍ଷୀୟ ଯୁବକକୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ସଲମାନ ଅରବିନ୍ଦଙ୍କ ରୁମମେଟ୍ ଥିଲା । କୌଣସି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଅରବିନ୍ଦଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ମିଡିଆ ରିପୋର୍ଟରୁ ଜଣାପଡିଛି । ଅଭିଯୁକ୍ତକୁ ଗିରଫ ପରେ ପୋଲିସ କ୍ରୋଏଡୋନ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରି ଜୁନ ୨୦ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ।

ପୋଲିସ କହିଛି, ଜୁନ ୧୬ ତାରିଖ ଦିନ ସାଉଥହମ୍ପଟନ ମାର୍ଗ ଅଞ୍ଚଳରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ନେଇ ଫୋନ୍ ଆସିଥିଲା । ପୋଲିସ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେଇଥିଲା । ହେଲେ ସେଠାରେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ ଛୁରୀରେ ଆକ୍ରମଣ ଯୋଗୁଁ ଅରବିନ୍ଦ ଶଶିକୁମାରଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ତାଙ୍କ ଛାତିରେ ଛୁରାମାଡ କରାଯାଇଥିଲା । ଏନେଇ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: Sudan Fighting: ଏୟାରଷ୍ଟ୍ରାଇକରେ 17 ମୃତ, 3 ଦିନ ଯୁଦ୍ଧ ବିରତି ନେଇ ସହମତି

ପ୍ରକାଶଥାଉ କି, ଗତ ୧୩ ତାରିଖରେ ଲଣ୍ଡନରେ ୨୭ ବର୍ଷୀୟା ତେଜସ୍ବିନୀ ରେଡ୍ଡି ନାମକ ଭାରତୀୟ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା । ମୃତକଙ୍କ ଘର ହାଇଦ୍ରାବଦରେ । ତେଜସ୍ବିନୀଙ୍କ ସମେତ ସେହି ଦିନ ଜଣେ ବ୍ରିଟିଶ ଭାରତୀୟ ଯୁବତୀ ଗ୍ରେସ ଓ' କୁମାରଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ୧୬ ତାରିଖରେ ସମାନ ଭାବେ ଅରବିନ୍ଦ ଶଶିକୁମାରଙ୍କୁ ହତ୍ୟା କରାଯାଇଛି । ତିନି ଦିନରେ ଲଣ୍ଡନରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟାର ଏହା ତୃତୀୟ ଘଟଣା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.