ETV Bharat / international

ଭାରତୀୟ ହାଇକମିଶନରଙ୍କ ବଡ ବୟାନ; ନିଜ୍ଜାର ହତ୍ୟାକାଣ୍ଡରେ ଭାରତକୁ ଦାୟୀ କରିବାକୁ ଚାପ ପଡିଥିଲା

ହରଦୀପ ସିଂ ନିଜ୍ଜାର ହତ୍ୟାକାଣ୍ଡରେ ଭାରତୀୟ ହାଇକମିଶନରଙ୍କ ବୟାନ । କହିଲେ ଭାରତକୁ ଦାୟୀ କରିବାକୁ ହାଇଲେବଲରୁ ନିର୍ଦ୍ଦେଶ ମିଳିଥିଲା । ଅଧିକ ପଢନ୍ତୁ

ଭାରତୀୟ ହାଇକମିଶନରଙ୍କ ବଡ ବୟାନ
ଭାରତୀୟ ହାଇକମିଶନରଙ୍କ ବଡ ବୟାନ
author img

By ETV Bharat Odisha Team

Published : Nov 5, 2023, 11:43 AM IST

Updated : Nov 5, 2023, 11:58 AM IST

ଓଟୱା: ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟାକାଣ୍ଡରେ ପୁଣି ନୂଆ କଥା ସାମ୍ନାକୁ ଆସିଛି । ନିଜ୍ଜାର ହତ୍ୟା ପଛରେ ଭାରତ ତଥା ଭାରତୀୟ ଏଜେଣ୍ଟଙ୍କୁ ଦାୟୀ କରିବାକୁ କୌଣସି ଉଚ୍ଚସ୍ତରୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପ ପଡିଥିଲା । ତାଙ୍କ ନିର୍ଦ୍ଦେଶରେ ହିଁ ଏହି ହତ୍ୟାକାଣ୍ଡରେ ଭାରତର ନାଁ ଉଠିଥିଲା । ଶନିବାର କାନାଡୀୟ ଖବରକାଗଜ ଗ୍ଲୋବ ଆଣ୍ଡ ମେଲ ସହ ସାକ୍ଷାତକାରରେ ଏହା କହିଛନ୍ତି କାନାଡାରେ ଅବସ୍ଥାପିତ ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା । ହେଲେ ସେ ସେହି ଉଚ୍ଚସ୍ତରୀୟ ଅଧିକାରଙ୍କ ନାଁ ନେଇନାହାନ୍ତି ।

ଭାରତକୁ ଦାୟୀ କରୁଥିବା କାନାଡାକୁ ପୁଣିଥରେ ଆଇନା ଦେଖାଇଛନ୍ତି ହାଇକମିଶନର ସଞ୍ଜୟ କୁମାର ବର୍ମା । ଭାରତ ବିରୋଧରେ ଯେଉଁ ଅଭିଯୋଗ ଆଣୁଛି, ତାହାର ପ୍ରମାଣ ଦେଖାଇବାକୁ କାନାଡାକୁ କହିଛନ୍ତି । ସଞ୍ଜୟ ବର୍ମା ଜୋର୍ ଦେଇ କହିଛନ୍ତି ଯେ, ଖଲିସ୍ତାନୀ ନେତା ନିଜ୍ଜାର ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସର୍ବସାଧାରଣରେ ବୟାନ ଦେଇ ପୋଲିସ ତଦନ୍ତକୁ ପ୍ରଭାବିତ କରିଛନ୍ତି । ଏହି ମାମଲାର ତଦନ୍ତରେ ସହଯୋଗ କରିବାକୁ ଆମକୁ କୌଣସି ପ୍ରକାର ବିଶେଷ କିମ୍ବା ପ୍ରାସଙ୍ଗିକ ସୂଚନା ଦିଆଯାଇନି ।

ଏହାମଧ୍ୟ ପଢନ୍ତୁ: ଭାରତର କଠୋର ଆଭିମୁଖ୍ୟ ପରେ ନରମିଲେ ଟ୍ରୁଡୋ; କହିଲେ ଭାରତ ସହ ସ୍ଥିତି ବିଗାଡିବାକୁ ଚାହୁଁନୁ

ଜୁନ୍‌ରେ ଘଟିଥିବା ନିଜ୍ଜାର ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ଏଜେଣ୍ଟ ସାମିଲ ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ଭାରତ ଏହି ଅଭିଯୋଗକୁ ଅଯଥା ଓ ଉଦ୍ଦେଶ୍ୟମୂଳକ କହି ଖଣ୍ଡନ କରିବା ସହ ଯେସାକୁ ତେସା ନୀତିରେ କାନାଡ଼ା ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଥିଲା । କାନାଡୀୟ ସମ୍ବାଦପତ୍ର ସହ ଇଣ୍ଟରଭ୍ୟୁରେ କାନାଡାରେ ଅବସ୍ଥାପିତ ହାଇକମିଶନର ଏବେ ପୁଣିଥରେ ଭାରତ ସପକ୍ଷରେ ଦୃଢ଼ ଯୁକ୍ତ ବାଢିଛନ୍ତି । ଭାରତ ବିରୋଧରେ ପ୍ରମାଣ କାହିଁ ? ତଦନ୍ତର ନିଷ୍କର୍ସ କେଉଁଠି ବୋଲି ପ୍ରଶ୍ନ କରିବା ସହିତ ଦାବି କରିଛନ୍ତି ଯେ, ନିଜ୍ଜାର ହତ୍ୟାରେ ଭାରତର ସମ୍ପୃକ୍ତି ନେଇ କାନାଡା କିମ୍ବାର ତା'ର ସହଯୋଗୀ ଏଯାଏଁ ଭାରତକୁ ଠୋସ୍ ପ୍ରମାଣ ଦେଖାଇ ପାରିନାହାନ୍ତି । ଏଥିସହ ଦୁଇ ଦେଶ ମଧ୍ୟରେ ତିକକ୍ତା ଭିତରେ ଭାରତ କାନାଡା ନାଗରିକଙ୍କ ପାଇଁ ପୁଣିଥରେ ଭିସା ସେବା ଆରମ୍ଭ କରିଥିବା ସେ ସୂଚନା ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଟ୍ରୁଡୋ ହାଉସ୍ ଅଫ କମନ୍ସରେ କହିଥିଲେ କି ଜୁନ୍‌ ୨୮ରେ ବ୍ରିଟିଶ କଲମ୍ବିଆରେ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜାରକୁ ହତ୍ୟା କରାଯିବା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଅଛି । କାନାଡା ମାଟିରେ ଏହାର ନାଗରିକଙ୍କୁ ହତ୍ୟା କେବେ ବରଦାସ୍ତ କରାଯିବନି । ତାଙ୍କର ଏଭଳି ସାଂଘାତିକ ଅଭିଯୋଗକୁ ଭାରତ ଖଣ୍ଡନ କରିବା ସହ କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା । ପରେ କାନାଡା ନାଗରିକଙ୍କ ପାଇଁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଭିସା ସେବା ବନ୍ଦ ଘୋଷଣା କରିଥିଲା ।

Last Updated : Nov 5, 2023, 11:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.