ETV Bharat / international

Miss India USA 2022: ଆମେରିକା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ ଆର୍ଯ୍ୟ ୱାଲଭେକର

ମିସ ଇଣ୍ଡିଆ ୟୁଏସ ମୁକୁଟ ପିନ୍ଧିଛନ୍ତି ଭାରତୀୟ ବଂଶୋଦ୍ଭବ 18 ବର୍ଷୀୟ ଆର୍ଯ୍ୟ ୱାଲଭେକର । ଦ୍ବିତୀୟରେ ରହିଛନ୍ତି ନ୍ୟୁ ଜର୍ସିର ସଞ୍ଜନା ଚେକୁରୀ । ଅଧିକ ପଢନ୍ତୁ

ଆମେରିକା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ ଆରିଆ ୱାଲଭେକର

author img

By

Published : Aug 7, 2022, 10:53 AM IST

ୱାଶିଂଟନ: ଆମେରିକାରେ ଭାରତୀୟଙ୍କ କମାଲ । ନ୍ୟୁ ଜର୍ସିରେ ଆୟୋଜିତ ମିସ ଇଣ୍ଡିଆ ୟୁଏସ ମୁକୁଟ ପିନ୍ଧିଛନ୍ତି ଭାରତୀୟ ବଂଶୋଦ୍ଭବ 18 ବର୍ଷୀୟ ଆର୍ଯ୍ୟ ୱାଲଭେକର । 74 ଜଣଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଆର୍ଯ୍ୟ ୱାଲଭେକର । ଜଣେ ଅଭିନେତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ମିସ ଇଣ୍ଡିଆ ୟୁଏସ ମୁକୁଟ ବିଜୟିନୀ ଆର୍ଯ୍ୟା ।

ଭିର୍ଗିନିଆ ୟୁନିଭର୍ସିଟିର ଦ୍ବିତୀୟ ବର୍ଷ ପାରାମେଡିକାଲ ଛାତ୍ରୀ ଆର୍ଯ୍ୟା । ପିଲାଦିନୁ ଦେଖିଥିବା ସ୍ବପ୍ନ ପୁରଣ କରିଛନ୍ତି ଆର୍ଯ୍ୟା । ଆଗକୁ ଟିଭି ଏବଂ ଚଳଚ୍ଚିତ୍ରରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ଆର୍ଯ୍ୟ ୱାଲଭେକର । ବିଭିନ୍ନ ସ୍ଥାନ ବୁଲିବାକୁ ଆର୍ଯ୍ୟାଙ୍କୁ ଭଲ ଲାଗେ । ଅଭିନେତ୍ରୀ ହେବାକୁ ଲକ୍ଷ୍ୟ ରଖିଥିବା ଆର୍ଯ୍ୟା କହିଛନ୍ତି, '' ମୁଁ ନିଜକୁ ସିଲଭର ସ୍କିନରେ ଦେଖିବାକୁ ଚାହେଁ । ଫିଲ୍ମ ଓ ଟିଭିରେ କାମ କରିବାକୁ ଲକ୍ଷ୍ୟ ରଖିଛି'' । ଏହାଛଡା ରୋଷେଇ କରିବା ଓ ତର୍କ ପ୍ରତିଯୋଗିତାରେ ଭାଗ ନେବାକୁ ଆର୍ଯ୍ୟାଙ୍କୁ ଭଲ ଲାଗେ । ଆର୍ଯ୍ୟା ମିସ ଇଣ୍ଡିଆ ୟୁଏସ ମୁକୁଟ ପିନ୍ଧିଥିବାବେଳେ ଦ୍ବିତୀୟ ସ୍ଥାନରେ ସୟୁମା ଶର୍ମା ଓ ତୃତୀୟ ସ୍ଥାନରେ ନ୍ୟୁ ଜର୍ସିର ସଞ୍ଜନା ଚେକୁରୀ ରହିଛନ୍ତି ।

ଏହି ପ୍ରତିଯୋଗିତା ନ୍ୟୁୟର୍କ ଭିତ୍ତିକ ଭାରତୀୟ- ଆମେରିକୀୟ ଧର୍ମାତ୍ମମା ଏବଂ ନୀଲମ୍ ସରାନ୍ ବିଶ୍ବସ୍ତରୀୟ ପେଗେଜ୍ ବ୍ୟାନରରେ ଏହା ଆରମ୍ଭ ହୋଇଥିଲା । ବିଶ୍ବସ୍ତରୀୟ ପେଗେଜର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଧର୍ମାତ୍ମମା ସରନ କହିଛନ୍ତି, ''ଭାରତୀୟ କମ୍ୟୁନିଟିଙ୍କ ପ୍ରତି ମୁଁ କୃତଜ୍ଞ । ସେମାନଙ୍କ ସମର୍ଥନ ପାଇଁ ଏହା ସମ୍ଭବ ହୋଇଛି।'' ୱାଶିଂଟନର ଅକ୍ସି ଜେନ ମିଷ୍ଟର ଇଣ୍ଡିଆ ୟୁଏସ ଏବଂ ନ୍ୟୁୟର୍କରେ ତାନଭି ଗ୍ରୋଭର ମିସ ଇଣ୍ଡିଆ ୟୁଏସ ହୋଇଛନ୍ତି ।

30 ରାଜ୍ୟରୁ ମୋଟ 74 ପ୍ରତିଯୋଗୀ ବିଭିନ୍ନ ପେଗେଜର ବିଭାଗ ଯେପରି ମିସ ଇଣ୍ଡିଆ ୟୁଏସ, ମିଷ୍ଟର ଇଣ୍ଡିଆ ୟୁଏସ ଏବଂ ମିସ ଇଣ୍ଡିଆ ୟୁଏସରେ ଭାଗ ନେଇଥିଲେ । ତିନୋଟି ବିଭାଗରେ ଭାଗ ନେଇଥିବା ସମସ୍ତ ବିଜେତାଙ୍କୁ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବିଶ୍ବସ୍ତରୀୟ ପେଗେଜର ପାଇଁ ଟିକେଟ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.