ETV Bharat / international

ଆମେରିକାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା

author img

By

Published : Oct 6, 2022, 9:42 AM IST

ଆମେରିକାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା । ଛାତ୍ରଙ୍କ ରୁମ୍‌ମେଟ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ । ଅଧିକ ପଢନ୍ତୁ

ଆମେରିକାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା
ଆମେରିକାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା

ନ୍ୟୁୟର୍କ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା(Indian American student killed in US) । ଆମେରିକାର ପରଡ୍ୟୁ ବିଶ୍ବବିଦ୍ୟାଳୟ (Purdue University)ର ଜଣେ ୨୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କରାଯାଇଛି । ମୃତକଙ୍କ ନାମ ବରୁଣ ମନୀଷ ଛେଦା(Varun Manish Chheda) । ତାଙ୍କର ଶରୀରରେ ଅନେକ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ହଷ୍ଟେଲ ରୁମରେ ବରୁଣଙ୍କୁ ତାଙ୍କର ରୁମମେଟ୍ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ସନ୍ଦିଗ୍ଧ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି ।

ଏହାମଧ୍ୟ ପଢନ୍ତୁ: କାବୁଲ ମସଜିଦ୍‌ରେ ବିସ୍ଫୋରଣ: ୩ ମୃତ, ୨୫ ଆହତ

ପରଡ୍ୟୁ ପୋଲିସର ସୂଚନା ଅନୁଯାୟୀ, ଏହି ହତ୍ୟାକାଣ୍ଡ ପଛରେ ଜି ମିନ୍ ଶା ନାମକ ଉତ୍ତର କୋରିଆ ସିଓଲର ଜଣେ ୨୨ ବର୍ଷୀୟ ଛାତ୍ରଙ୍କ ଥିବା ସନ୍ଦେହ କରାଯାଉଛି । ପୋଲିସ ସମ୍ପୃକ୍ତ ଛାତ୍ରଙ୍କୁ ଗିରଫ କରି ପଚରାଉଚରା କରୁଛି । ତେବେ ମୃତ ଛାତ୍ର ବରୁଣଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଏହା ଏକ ହତ୍ୟାକାଣ୍ଡ ଏବଂ ମୃତକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଜଣାପଡିଛି । ଏହି ହତ୍ୟା ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.