ETV Bharat / international

ଆମେରିକୀୟ ବିମାନରେ ଯାତ୍ରୀଙ୍କୁ ଆଶାଳୀନ ଇଙ୍ଗିତ କରି ଭାରତୀୟ ଡାକ୍ତର ଗିରଫ

author img

By

Published : Aug 13, 2023, 1:53 PM IST

ଆମେରିକାର ହାୱାଇଆନ ଏୟାରଲାଇନ୍ସର ବିମାନରେ ଡାକ୍ତରଙ୍କ ଅଶାଳୀନ ଇଙ୍ଗିତ । ଅଭିଯୋଗ ପରେ ଭାରତୀୟ ଡାକ୍ତର ଗିରଫ । ଅଧିକ ପଢନ୍ତୁ

Indian American doctor arrested
Indian American doctor arrested

ଓ୍ବାଶିଂଟନ: ବିମାନରେ ଡାକ୍ତରଙ୍କ ଅଜବ କାରନାମା । ଜଣେ ନାବାଳିକା ଯାତ୍ରୀଙ୍କୁ ଆଶାଳୀନ ଇଙ୍ଗିତ କରି ଗିରଫ ହେଲେ ଆମେରିକାରେ କାମ କରୁଥିବା ଜଣେ ଭାରତୀୟ ଡାକ୍ତର । ଏନେଇ ଅଭିଯୋଗରେ ଡାକ୍ତର ଜଣଙ୍କୁ ଗିରଫ କରାଯାଇଛି । ଗତବର୍ଷ ମେ 27 ତାରିଖରେ ହୋନୋଲୁଲୁରୁ ବୋଷ୍ଟନ ଅଭିମୁଖେ ଉଡାଣ ଆରମ୍ଭ କରିଥିବା ବିମାନରେ ନାବାଳିକା ଯାତ୍ରୀଙ୍କୁ ଆଶାଳୀନ ଇଙ୍ଗିତ କରିଥିଲେ ଡାକ୍ତର ଜଣଙ୍କ ।

ଏହା ମଧ୍ୟରେ ପଢନ୍ତୁ-ବିନା ACରେ ଉଡିଲା ବିମାନ: ଗରମରେ ଯାତ୍ରୀ ଛଟପଟ, ଝାଳ ପୋଛିବା ପାଇଁ ଟିସୁ ବାଣ୍ଟିଲେ କ୍ର୍ୟୁ

ଆମେରିକାର ଆଟର୍ଣ୍ଣି କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ଗତ ବର୍ଷ ମେ ମାସରେ ହୋନୋଲୁଲୁରୁ ବୋଷ୍ଟନ ଅଭିମୁଖେ ବିମାନରେ ଏହି ଘଟଣା ଘଟିଥିଲା । ସୁଦୀପ ମହାନ୍ତି ନାମକ ଜଣେ ଡାକ୍ତର ଆମେରିକାର ହାୱାଇଆନ ଏୟାରଲାଇନ୍ସର ଏକ ବିମାନରେ ଯାଉଥିବା ବେଳେ ଜଣେ 14 ବର୍ଷର ନାବାଳିକା ଯାତ୍ରୀଙ୍କୁ ଅଶାଳୀନ ଇଙ୍ଗିତ କରିଥିଲେ । ଏନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଘଟଣାର ଏକ ବର୍ଷ ପରେ ତାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ସର୍ତ୍ତ ଅନୁଯାୟୀ ତାଙ୍କୁ ଛାଡି ଦିଆଯାଇଛି । ଡାକ୍ତର ସୁଦୀପ ମହାନ୍ତି ବୋଷ୍ଟନରେ ଇଣ୍ଟରନାଲ ମେଡିସିନ ଓ ପ୍ରାଇମେରି କେୟାର ଡାକ୍ତର ଭାବେ ଅଭ୍ୟାସ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଏୟାର ଇଣ୍ଡିଆ ବିମାନରେ ପରିସ୍ରା କରି ଯାତ୍ରୀ ଗିରଫ

ଅଭିଯୋଗ ହୋଇଛି ଯେ, ଡାକ୍ତର ସୁଦୀପ 27 ମେ 2022 ରେ ହନୋଲୁଲୁରୁ ବୋଷ୍ଟନ ଅଭିମୁଖେ ହାୱାଇଆନ ଏୟାରଲାଇନ୍ସର ଏକ ବିମାନରେ ଯାତ୍ରା କରୁଥିଲେ । ସେ ଜଣେ 14 ବର୍ଷର ନାବାଳିକାଙ୍କ ପାଖରେ ବସିଥିଲେ, ଯିଏ କି ତାଙ୍କ ଜେଜେବାପାଙ୍କ ସହ ଯାତ୍ରା କରୁଥିଲେ । ଏହାର ସୁଯୋଗ ନେଇ ସେ ନାବାଳିକା ଜଣଙ୍କୁ ଅଶାଳୀନ ଇଙ୍ଗିତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ

ବିମାନଟି ଆକାଶରେ ଉଡୁଥିବା ବେଳେ ଡାକ୍ତର ଜଣଙ୍କ ଅଶାଳୀନ ଇଙ୍ଗିତ କରିଥିଲେ । ଯାହା ଜାଣିବା ପରେ ନାବାଳିକା ଜଣଙ୍କ ଅନ୍ୟ ଏକ ସିଟକୁ ପଳାଇଥିଲେ । ପରେ ପରିବାର ସଦସ୍ୟଙ୍କୁ ପୁରା ଘଟଣା ସମ୍ପର୍କରେ କହିଥିଲେ । ବୋଷ୍ଟନରେ ବିମାନ ପହଞ୍ଚିବା ପରେ ପରିବାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଘଟଣାର ଏକ ବର୍ଷ ପରେ ଡାକ୍ତର ଜଣଙ୍କୁ ଗିରଫ କରାଯାଇଥିଲା । ଏହାପରେ କୋର୍ଟରେ ହାଜର କରାଯାଇ ସର୍ତ୍ତ ଅନୁଯାୟୀ ଛାଡି ଦିଆଯାଇଛି ।

ମାର୍ଚ୍ଚ 5 ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଆମେରିକାର ଏୟାରଲାଇନ୍ସ ବିମାନରେ ନିଶାସକ୍ତ ଅବସ୍ଥାରେ ଜଣେ ଯାତ୍ରୀ ନିଜର ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଖବର ସାମ୍ନାକୁ ଆସିଥିଲା । ଏହି ଘଟଣା ଜଣାପଡିବା ପରେ ବିମାନ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ମାତ୍ରେ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.