ETV Bharat / international

ଆମେରିକାର ମାରିଲାଣ୍ଡ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେଲେ ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର

author img

By

Published : Nov 9, 2022, 12:08 PM IST

ଆମେରିକାର ମାରିଲାଣ୍ଡ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହୋଇ ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର । ଏପରି ସୌଭାଗ୍ୟ ଲାଭ କରିବାରେ ଅରୁଣା ହେଉଛନ୍ତି ପ୍ରଥମ ପ୍ରବାସୀ । ଅଧିକ ପଢନ୍ତୁ

ଆମେରିକାର ମାରିଲାଣ୍ଡ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେଲେ ଭାରତୀୟ ବଂଶୋଦ୍ଭବ ଅରୁଣା ମିଲେର

ୱାଶିଂଟନ: ଆମେରିକାରେ ପୁଣି ଥରେ ଭାରତୀୟ ବଂଶୋଦ୍ଭବ ଇତିହାସ ରଚିଛନ୍ତି । ଆମେରିକାର ମାରିଲାଣ୍ଡ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ । ଏପରି ସୌଭାଗ୍ୟ ଲାଭ କରିବାରେ ଅରୁଣା ମିଲର ହେଉଛନ୍ତି ପ୍ରଥମ ପ୍ରବାସୀ ମହିଳା । ଅରୁଣା ଡେମୋକ୍ରେଟ ପାର୍ଟି ଲେଫ୍ଟନେଣ୍ଟ ଗଭର୍ଣ୍ଣର ପଦ ପାଇଁ ପ୍ରାର୍ଥୀ ହୋଇଥିଲେ ।

ପ୍ରାର୍ଥୀ ହେବା ପରେ କିଛି ଅରୁଣାଙ୍କୁ ସମାଲୋଚନା କରିବା ଆରମ୍ଭ କରିଥିଲେ । ତାଙ୍କ ବିରୋଧରେ ଅନେକ ଅଭିଯୋଗ ମଧ୍ୟ କରିଥିଲେ । ଅରୁଣା ସମସ୍ତଙ୍କ ମୁହଁ ବନ୍ଦ କରିଛନ୍ତି । ବର୍ତ୍ତମାନ ସେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ରେସ୍‌ ଜିତି ନେଇଛନ୍ତି । ଅରୁଣା ମିଲର ମାରିଲାଣ୍ଡ ହାଉସ ଅଫ୍‌ ଡେଲିଗ୍ରେଟସର ସଦସ୍ୟ ମଧ୍ୟ ରହିଛନ୍ତି । 2028ରେ ସଂସଦୀୟ ନିର୍ବାଚନ ଲଢିଥିଲେ । ପ୍ରାରମ୍ଭରୁ ସେ ପରାସ୍ତ ହୋଇଥିଲେ । ଏହାପରେ ଚଳିତ ବର୍ଷ ଗଭର୍ଣ୍ଣର ପଦ ପାଇଁ ପ୍ରାର୍ଥୀ ହୋଇଥିଲେ । ତାଙ୍କ ନୀତିର ପ୍ରଭାବ ଏହି ନିର୍ବାଚନରେ ପଡିଥିଲା । ଫଳରେ ଏହି ନିର୍ବାଚନରେ ସେ ବାଜି ମାରି ନେଇଛନ୍ତି । ଗଭର୍ଣ୍ଣର ନିର୍ବାଚନରେ ତାଙ୍କ ବିଜୟ ସମସ୍ତ ବିପକ୍ଷଙ୍କ ମୁହଁ ବନ୍ଦ କରି ଦେଇଛି । ବର୍ତ୍ତମାନ ସମସ୍ତଙ୍କ ନଜର ତାଙ୍କ କାର୍ଯ୍ୟ କରିବା ଶୈଳୀ ଉପରେ ରହିବ ।

ଏହା ବି ପଢନ୍ତୁ... ନଭେମ୍ବର 15 ତାରିଖରେ କିଛି ବଡ ଘୋଷଣା କରିବେ ଡୋନାଲ୍ଡ ଟ୍ରମ୍ପ

1964 ନଭେମ୍ବର 6ରେ ଆନ୍ଧ୍ର ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ଅରୁଣା । 7 ବର୍ଷ ବୟସ ହୋଇଥିବାବେଳେ ତାଙ୍କ ବାପାମାଆ ଆମେରିକା ଆସିଥିଲେ । ପ୍ରଥମରୁ ସେ ନିୟୁୟର୍କରେ ରହୁଥିଲେ । ତାଙ୍କ ବାପା ଆଇବିଏମରେ ଜଣେ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ । ଅରୁଣା ତାଙ୍କ ପାଠପଢା ନ୍ୟୁୟର୍କରେ ଶେଷ କରିଛନ୍ତି । ସିଭିଲ ଇଞ୍ଜିନିୟରିଂରେ ସ୍ନାତ୍ତକ କରିଛନ୍ତି ଅରୁଣା । ସେ କାର୍ଲିଫର୍ଣ୍ଣିଆରେ ଟ୍ରାନ୍ସପୋର୍ଟେସନ ଇଞ୍ଜିନିୟର ଭାବେ କାର୍ଯ୍ୟ କରିଛନ୍ତି । 1990ରେ ନିୟୁୟର୍କରୁ ମାରିଲାଣ୍ଡ ଆସିଥିଲେ । 2000 ମସିହାରେ ଆମେରିକା ନାଗରିକ ହୋଇଥିଲେ । ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ବର୍ତ୍ତମାନ ସେ ମାରିଲାଣ୍ଡ ଗଭର୍ଣ୍ଣର ନିର୍ବାଚିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.