ETV Bharat / international

ନେପାଳକୁ 75 ଆମ୍ବୁଲାନ୍ସ 17ଟି ସ୍କୁଲ ବସ୍ ଉପହାର ଦେଲା ଭାରତ

author img

By

Published : Jul 4, 2022, 9:14 AM IST

ନେପାଳକୁ 75ଟି ଆମ୍ବୁଲାନ୍ସ ଏବଂ 17 ଟି ସ୍କୁଲ ବସ୍ ଉପହାର ଦେଲା ଭାରତ । ଏହା ଭାରତ ଓ ନେପାଳର ସମ୍ପର୍କକୁ ଆହୁରି ସୁଦୃଢ କରିବ । ଅଧିକ ପଢନ୍ତୁ

ନେପାଳକୁ 75ଟି ଆମ୍ବୁଲାନ୍ସ  17ଟି ସ୍କୁଲ ବସ୍ ଉପହାର ଦେଲା ଭାରତ

କାଠମାଣ୍ଡୁ: ନେପାଳକୁ ଉପହାର ଦେଲା ଭାରତ । ରବିବାର ଦିନ ନେପାଳକୁ 75ଟି ଆମ୍ବୁଲାନ୍ସ ଏବଂ 17 ଟି ସ୍କୁଲ ବସ୍ ଉପହାର ଦେଇଛି ଭାରତ । ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଦେବେନ୍ଦ୍ର ପାଉଡେଲଙ୍କ ଉପସ୍ଥିତିରେ ଭାରତର ନବନିଯୁକ୍ତ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ଏହି ଉପହାର ଦେଇଛନ୍ତି । 75ଟି ଆମ୍ବୁଲାନ୍ସ ଉପହାର ଭାରତର ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ବୋଲି ଭାରତୀୟ ଦୂତାବାସ କହିଛି।

ଏନେଇ ଶ୍ରୀବାସ୍ତବ କହିଛନ୍ତି ଯେ, ‘ଆମ୍ବୁଲାନ୍ସ ଏବଂ ସ୍କୁଲ ବସ୍ ଉପହାର ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବ ଏବଂ ଏହା ସହଭାଗୀତାର ଏକ ଅଂଶ । ନେପାଳ-ଭାରତ ବିକାଶ ସହଭାଗିତା କାର୍ଯ୍ୟକ୍ରମ ଅଧୀନରେ ନେପାଳ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଏହାର ଭିତ୍ତିଭୂମି ସୁଦୃଢ କରିବା ପାଇଁ ଏହି ପଦକ୍ଷେପ ନେଇଛି ଭାରତ ।’

ସେହିପରି ମନ୍ତ୍ରୀ ଦେବେନ୍ଦ୍ର ପାଉଡେଲ ନେପାଳରେ ଚାଲିଥିବା ଭାରତର ବିଭିନ୍ନ ବିକାଶମୂଳକ ପ୍ରକଳ୍ପକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, '' ଏହି ପଦକ୍ଷେପ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବ । ସେ 75 ଟି ଆମ୍ବୁଲାନ୍ସ ଏବଂ 17ଟି ସ୍କୁଲ ବସ୍ ନେପାଳର ବିଭିନ୍ନ ଜିଲ୍ଲାର ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସରକାରୀ ବିଭାଗ ଏବଂ ଏନଜିଓ ମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଭାରତୀୟ ମିଶନ କହିଛି '' । ଗତ 2021 ମସିହାରେ, ଭାରତ ନେପାଳକୁ ଭେଣ୍ଟିଲେଟର ସହିତ କୋଭିଡ ସମୟରେ 39ଟି ଆମ୍ବୁଲାନ୍ସ ଦେଇଥିଲା । 2020ରେ ମହାତ୍ମା ଗାନ୍ଧୀଙ୍କ 151 ତମ ଜନ୍ମ ବାର୍ଷିକୀ ଅବସରରେ ନେପାଳକୁ 41ଟି ଆମ୍ବୁଲାନ୍ସ ଏବଂ ୬ଟି ସ୍କୁଲ ବସ୍ ଉପହାର ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.