ETV Bharat / international

Pakistan Economic Crisis: ପାକିସ୍ତାନରେ କ୍ଷୀର ଲିଟର ୨୧୦ ଟଙ୍କା, ଚିକେନ କେଜି ୭୦୦

author img

By

Published : Feb 14, 2023, 10:05 AM IST

ପାକିସ୍ତାନରେ ସୁଧୁରୁନି ଆର୍ଥିକ ସ୍ଥିତି । ଏଠାରେ କ୍ଷୀର ଲିଟର ୨୧୦ ଟଙ୍କା ହୋଇଥିବା ବେଳେ ୭୦୦ ଟଙ୍କାରେ ଚିକେନ କିଣିଛନ୍ତି ଲୋକେ । ଅଧିକ ପଢନ୍ତୁ

Pakistan Economic Crisis
Pakistan Economic Crisis

ଇସଲାମବାଦ: ପାକିସ୍ତାନ ଇତିହାସର ସବୁଠୁ ବଡ ଆର୍ଥିକ ସଙ୍କଟ ଦେଇ ଗତିକରୁଛି । ସ୍ଥିତି ଦିନକୁ ଦିନ ଦୟନୀୟ ହେଉଛି ସିନା ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସୁନାହିଁ । ଏଠାରେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦାମ୍ ଆକାଶ ଛୁଆଁ ରହିଛି । ବର୍ତ୍ତମାନ ପାକିସ୍ତାନରେ କ୍ଷୀର ଲିଟର ପିଛା ୨୧୦ ଟଙ୍କା(PKR)ରେ ପହଞ୍ଚିଛି । ଚିକେନ କେଜି ୭୦୦ ଟଙ୍କା ଦେଇ କିଣୁଛନ୍ତି ଲୋକେ । ଉଚ୍ଚ ଦରଦାମ ମଧ୍ୟରେ ପାକ୍‌ବାସୀଙ୍କ ଅବସ୍ଥା ପୁରାପୁରି ବେହାଲ ହୋଇଯାଇଛି ।

ପାକିସ୍ତାନର ସବୁଠୁ ଜନବହୁଳ ସହର କରାଚିରେ ପ୍ରତିଦିନ କ୍ଷୀର ଓ ଚିକେନ ଦାମ ବୃଦ୍ଧି ପାଉଛି । ସୋମବାର Dawn ରିପୋର୍ଟ ଅନୁସାରେ, ମାତ୍ର ଦୁଇ ଦିନରେ ଏଠାରେ କ୍ଷୀର ଲିଟର ପିଛା ୧୯୦ ଟଙ୍କାରୁ ବଢି ୨୧୦ ଟଙ୍କାରେ ପହଞ୍ଚିଛି । ଅନୁରୂପ ଭାବେ ଚିକେନ କେଜି ଗତ ସପ୍ତାହରେ ୬୦୦ ଟଙ୍କା ଥିବାବେଳେ ବର୍ତ୍ତମାନ କେଜି ପିଛା ୭୦୦ ଟଙ୍କାରେ ବିକ୍ରି ହେଉଛି । ୧୯୭୧ ପରେ ପ୍ରଥମ ଥର ପାକିସ୍ତାନ ଏଭଳି ଦୁର୍ଦ୍ଦିନ ଦେଇ ଗତି କରୁଛି ।

ଭୟଙ୍କର ଅର୍ଥନୈତିକ ସଙ୍କଟ ମଧ୍ୟରେ ସନ୍ତୁଳି ହେଉଥିବା ପାକିସ୍ତାନର ମୁଦ୍ରା ଆମେରିକା ଡଲାର ତୁଳନାରେ ସର୍ବକାଳୀନ ସର୍ବନିମ୍ନ ୨୭୫ ସ୍ତରରେ ପହଞ୍ଚିଛି । ଅର୍ଥାତ୍ ଗୋଟିଏ ଡାଲର ମୂଲ୍ୟ ପାକିସ୍ତାନ ମୁଦ୍ରାରେ ୨୨୯ ଟଙ୍କା ରହିଛି । ସେହିପରି ଦେଶରେ ମୁଦ୍ରାସ୍ଫୀତି ହାର ୨୭ ପ୍ରତିଶତ ଥିବାବେଳେ ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ଖାଲିଯାଇଛି । ଦେଶର ବୈଦେଶିକ ମୁଦ୍ରା ପରିମାଣ ମାତ୍ର ୩ ବିଲିୟନ ଡଲାର ରହିଛି ଯାହା ୧୯୯୮ ମସିହା ପରେ ସବୁଠୁ ସର୍ବନିମ୍ନ । ବିଭିନ୍ନ ସାମଗ୍ରୀ ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳ ଥିବା ଏହି ଦେଶ ମାତ୍ର ଗୋଟିଏ ମାସର ଆମଦାନୀ କରିବାକୁ ସକ୍ଷମ ରହିଛି । ଦେଶରେ ଖାଦ୍ୟ ସାମଗ୍ରୀ, ଔଷଦ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶ ଛୁଆଁ ରହିଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । କିଛି ଦିନ ତଳେ ଦେଶରେ ଘୋର ବିଜୁଳି ସଙ୍କଟ ମଧ୍ୟ ଦେଖା ଦେଇଥିଲା । ଅନ୍ଧାରରେ ବୁଡିଥିଲା ଅଧା ପାକିସ୍ତାନ ।

ଗତ ଜାନୁଆରୀ ୩୦ରେ ପାକିସ୍ତାନ ପେଶାୱରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଏହି ସମସ୍ୟା ଆହୁରି ବଢିଯାଇଛି । ଏହି ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଅନ୍ୟପଟେ ୧.୧ ବିଲିୟନ ଡଲାର ସହାୟତା ଯୋଗାଇବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହ ପାକିସ୍ତାନ ସରକାର ଆଲୋଚନା କରିଥିଲେ ହେଁ ଏଯାଏଁ କୌଣସି ସରକାତ୍ମକ ପ୍ରତିକ୍ରିୟା ମିଳିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.