ETV Bharat / international

ଇମ୍ରାନଙ୍କୁ ପୁଣି ଝଟକା, ଇସ୍ତଫା ଦେଲେ PTI ସେକ୍ରେଟାରୀ ଜେନେରାଲ

author img

By

Published : May 25, 2023, 5:08 PM IST

ପାକିସ୍ତାନରେ ଜାରି ରହିଛି ରାଜନୈତିକ ଅସ୍ଥିରତା । ସପ୍ତାହକ ମଧ୍ୟରେ PTIର ବହୁ ବରିଷ୍ଠ ସଦସ୍ୟ ଏବଂ କର୍ମକର୍ତ୍ତାମାନେ ଇସ୍ତଫା ଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଘନିଷ୍ଠ ସହଯୋଗୀ ଅସଦ ଉମର ମଧ୍ୟ ଛାଡିଛନ୍ତି ଦଳର ହାତ । ଅଧିକ ପଢନ୍ତୁ

asad  umar resigns from pti
asad umar resigns from pti

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଲାଗିଛି ଆଉ ଏକ ବଡ଼ ଝଟକା । ଇସ୍ତଫା ଦେଇଛନ୍ତି ପାର୍ଟିର ମହାସଚିବ ଅସଦ ଉମର । ସପ୍ତାହକ ମଧ୍ୟରେ PTIର ବହୁ ବରିଷ୍ଠ ସଦସ୍ୟ ଏବଂ କର୍ମକର୍ତ୍ତାମାନେ ଇସ୍ତଫା ଦେଇଛନ୍ତି । ଅସଦ ଉମର ଇମ୍ରାନଙ୍କ ଘନିଷ୍ଠ ସହଯୋଗୀଙ୍କ ମଧ୍ୟରୁ ଜଣେ ଥିଲେ । ଗତ ୯ ତାରିଖରେ ଉପୁଜିଥିବା ହିଂସା ମାମଲାରେ ଅଦିୟାଲା ଜେଲ୍‌ରେ ଥିଲେ ଅସଦ । ତେବେ ଜେଲରୁ ମୁକୁଳିବା ପରେ ସେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହାଛଡା ତାଙ୍କର ଇସ୍ତଫା ଦେବା ପଛରେ କାହାର ଚାପ ନାହିଁ ବରଂ ସେ ସ୍ବଇଚ୍ଛାରେ ଦଳ ଛାଡିବାକୁ ଚାହୁଁଥିବା ନେଇ ପ୍ରକାଶ କରିଛନ୍ତି ।

ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ ମଧ୍ୟ ନିକଟରେ ଇସ୍ତଫା ଦେଇଥିଲେ । ଏହାପରେ ପରେ ପୂର୍ବତନ ମନ୍ତ୍ରୀ ଶିରିନ ମଜାରୀ ମଧ୍ୟ ଦଳର ହାତ ଛାଡିଥିଲେ । ଫୱାଦଙ୍କ ଇସ୍ତଫାର ମାତ୍ର ଗୋଟିଏ ଦିନ ଅନ୍ତରାଳରେ ପୁଣି ଅସଦ ଇସ୍ତଫା ଦେବା ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

ସେପଟେ ସେନା ପ୍ରତିଷ୍ଠାନଗୁଡିକ ଉପରେ ହୋଇଥିବା ଆକ୍ରମଣ ପଛରେ ହାତ ଥିବା ଲୋକମାନଙ୍କ ଉପରେ ଅଦାଲତରେ ମୋକଦ୍ଦମା ହେବ । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଗିରଫ ପରେ ତାଙ୍କ ସମର୍ଥକମାନେ ନାରାବାଜି କରିବା ସହ ସେନା ପ୍ରତିଷ୍ଠାନଗୁଡିକ ଉପରେ ହମଲା କରିଥିଲେ । ଏଭଳି ହିସାଂକାଣ୍ଡ ପାଇଁ PTI ପାର୍ଟି ଉପରେ ପ୍ରତିବନ୍ଧକ ଲଗାଇବାକୁ ଶେହବାଜ ସରକାର ଚିନ୍ତା କରୁଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ।

ସୂଚନା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଜମାନ ପାର୍କ ସ୍ଥିତ ନିବାସରେ ଇଣ୍ଟରନେଟ କନେକ୍ସନ କାଟି ଦିଆଯାଇଛି । ଏପରି ସ୍ଥିତିରେ ସୁପ୍ରିମକୋର୍ଟ ହିଁ ଏକମାତ୍ର ଭରସା ବୋଲି କହିଛନ୍ତି ଇମ୍ରାନ । ସମସ୍ତ ଦେଶବାସୀ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା କହି ନ୍ୟାୟ ପାଇଁ ଗୁହାରି କରିଛନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ । ଦଳର ୧୦ହଜାରରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ବର୍ତ୍ତମାନ ଜେଲରେ ରହିଛନ୍ତି ।

ପାକିସ୍ତାନରେ ନୂଆ ସରକାର ଗଠନ ପରେ ଜାରି ରହିଛି ରାଜନୈତିକ ଅସ୍ଥିରତା । ଦେଶରେ ଥମିବାର ନାଁ ନେଉନି ହିଂସା । ଏହାରି ଭିତରେ ଶେହବାଜ ସରକାର ଇମରାନଙ୍କ ପାର୍ଟି PTIକୁ ବ୍ୟାନ୍‌ କରିବାକୁ ଯୋଜନା କରୁଥିବା ଜଣା ପଡ଼ିଛି । ଅପରପକ୍ଷେ ଦଳର ଟାଣୁଆ ନେତାମାନେ ଜଣଙ୍କ ପରେ ଜଣେ ଦଳ ଛାଡୁଥିବା ଦେଖିବାକୁ ମିଳିଛି । ଏଭଳି ରାଜନୈତିକ ହଟଚମଟ ଭିତରେ ଦଳକୁ ଯଦି ବ୍ୟାନ୍‌ କରାଯାଏ ତେବେ ହୁଏତ ଇମ୍ରାନଙ୍କ ରାଜନୈତିକ କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.