ETV Bharat / international

ମୋତେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି: ଇମ୍ରାନ ଖାନ୍‌

author img

By

Published : May 15, 2022, 2:22 PM IST

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଛା ଛାଡୁନି ବିବାଦ । ଶନିବାର ପାକିସ୍ତାନରେ ଏକ ସାଧାରଣ ସଭାରେ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଏକ ବିବୃତି ଦେଇଛନ୍ତି । ଅଧିକ ପଢନ୍ତୁ

Imran Khan says  His Assassination being planned
ମୋତେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି: ଇମ୍ରାନ ଖାନ୍‌

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଛା ଛାଡୁନି ବିବାଦ । ପୂର୍ବରୁ ଜନ ସମାବେଶ ଓ ରାଲିକୁ ବିବାଦରେ ଛନ୍ଦି ହୋଇଥିଲେ ଇମ୍ରାନ । ଶନିବାର ପୁଣି ଏକ ବିବୃତି ଦେଇ ଚର୍ଚ୍ଚାକୁ ଆସିଛନ୍ତି । ପାକିସ୍ତାନରେ ଏକ ସାଧାରଣ ସଭାରେ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ, "ମୋତେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଉଛି । ପାକିସ୍ତାନ ଓ ପାକିସ୍ତାନ ବାହାରେ ଏହି ଷଡ଼ଯନ୍ତ୍ର ଚାଲିଛି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ମୋତେ ହତ୍ୟା କରିବାକୁ ଚାଲିଥିବା ଷଡ଼ଯନ୍ତ୍ର ବିଷୟରେ ମୁଁ ଅବଗତ ଅଛି । ମୁଁ ଜାଣିଛି କେଉଁମାନେ ଏହି ଷଡ଼ଯନ୍ତ୍ର କରୁଛନ୍ତି । ଏହାର ମୁଁ ଏକ ଭିଡିଓ ରେକର୍ଡ କରିଛି । ଯଦି ମୋର କିଛି କ୍ଷତି ହୁଏ ତେବେ ସେ ଉକ୍ତ ଭିଡିଓକୁ ସର୍ବସାଧାରଣରେ ଭାଇରାଲ ହେବ ।" ଏପ୍ରିଲ ମାସରେ କ୍ଷମତାଚ୍ୟୁତ ହେବା ପୂର୍ବରୁ ମଧ୍ୟ ଇମ୍ରାନ ଖାନ୍ କହିଥିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଅନାସ୍ଥା ପ୍ରସ୍ତାବ ଦ୍ୱାରା ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିଦା କରାଯାଇଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.