ETV Bharat / international

କୋର୍ଟରେ ହାଜର ହେଲେ ଇମ୍ରାନ, ହିଂସାରେ ଗିରଫ ହେଲେଣି 9ଶହ - ଇମ୍ରାନ ଖାନ ଗିରଫ ଘଟଣା

କୋର୍ଟରେ ହାଜର ହେଲେ ଇମ୍ରାନ ଖାନ । 14 ଦିନିଆ ରିମାଣ୍ଡ ମାଗିଲା ଏନଏବି । ହିଂସାତ୍ମକ ଆନ୍ଦୋଳନରେ ଗିରଫ ହେଲେଣି 9 ଶହ । ଦେଶବ୍ୟାପୀ ଲକଡାଉନ ଡାକରା ଦେଇଛି PTI । ଅଧିକ ପଢନ୍ତୁ

କୋର୍ଟରେ ହାଜର ହେଲେ ଇମ୍ରାନ, ହିଂସାରେ ଗିରଫ ହେଲେଣି 9 ଶହ

author img

By

Published : May 10, 2023, 5:36 PM IST

ହାଇଦ୍ରାବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଛି । ଆଜି (ବୁଧବାର) ରାଜଧାନୀ ଇସଲାମାବାଦରେ ଏକ ସ୍ବତନ୍ତ୍ର କୋର୍ଟରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହାଜର କରାଯାଇଛି । ଇମ୍ରାନଙ୍କୁ ଅଧିକ ଜେରା କରିବା ପାଇଁ NAB 14 ଦିନିଆ ରିମାଣ୍ଡ ମଧ୍ୟ ଆବେଦନ କରିଛି । ହେଲେ ଇମ୍ରାନଙ୍କ ଓକିଲ ତାଙ୍କ ଗିରଫଦାରୀରୁ ଅବୈଧ ଦର୍ଶାଇ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଦାବି କରିଛନ୍ତି । କୋର୍ଟରେ ଏବେ ମଧ୍ୟ ଶୁଣାଣି ଜାରି ରହିଛି । ସଂଧ୍ୟା ସୁଦ୍ଧା ରାୟ ଆସିପାରେ ।

ଅନ୍ୟପଟେ ଗତକାଲି ଇମ୍ରାନଙ୍କ ଗିରଫଦାରୀ ଖବର ମିଳିବା ମାତ୍ରେ ତାଙ୍କ ନେତୃତ୍ବାଧୀନ ପିଟିଆଇ କର୍ମକର୍ତ୍ତା ରାସ୍ତାକୁ ଓହ୍ଲାଇଥିଲେ । ବିଭିନ୍ନ ସହରରେ ବ୍ୟାପକ ପ୍ରତିବାଦ ଓ ଭଙ୍ଗାରୁଜା ହୋଇଥିଲା । ଏହି ହିଂସାତ୍ମକ ପ୍ରତିବାଦରେ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ 9 ଶହ ଲୋକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏବେ ମଧ୍ୟ ବିଭିନ୍ନ ସ୍ଥାନରେ ଉତ୍ତେଜନା ଲାଗିରହିଛି । ଗତକାଲିଠାରୁ ବିଭିନ୍ନ ସହରରେ ଇଣ୍ଟରନେଟ ଓ ମୋବାଇଲ ସେବା ବନ୍ଦ ରଖାଯାଇଥିବା ବେଳେ ଏହାକୁ ଧୀରେଧୀରେ ସ୍ବାଭାବିକ କରାଯାଉଛି ।

କୋର୍ଟରେ ହାଜର ହେଲେ ଇମ୍ରାନ, ହିଂସାରେ ଗିରଫ ହେଲେଣି 9 ଶହ
କୋର୍ଟରେ ହାଜର ହେଲେ ଇମ୍ରାନ, ହିଂସାରେ ଗିରଫ ହେଲେଣି 9 ଶହ

ଗତକାଲି 70 ବର୍ଷୀୟ ଇମ୍ରାନଙ୍କୁ ଇସଲମାବାଦ କୋର୍ଟ ପରିସରରୁ ନାଟକୀୟ ଭାବେ ଗିରଫ କରିଥିଲା ପାକ୍‌ ରେଞ୍ଜର୍ସ । ପାକିସ୍ତାନର ଜାତୀୟ ଆକାଉଣ୍ଟବିଲିଟି ବ୍ୟୁରୋର ନିର୍ଦ୍ଦେଶ କ୍ରମେ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଥିବା ଇମ୍ରାନଙ୍କୁ ଗିରଫ କରାଯାଇଥିଲା । ଗିରଫଦାରୀ ପରେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଇମ୍ରାନଙ୍କ ରାଜନୈତିକ ଦଳ ପିଟିଆଇ କର୍ମୀ ଓ ତାଙ୍କ ସମର୍ଥକ ପାକିସ୍ତାନର ଏକାଧିକ ସହରରେ ପ୍ରତିବାଦ କରିଥିଲେ । ସେନା ମୁଖ୍ୟାଳୟ ଓ ଅନ୍ୟ କିଛି ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଆନ୍ଦୋଳନକାରୀମାନେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ । ସ୍ଥିତି ଅଣାୟତ ହେବା ପରେ ସମଗ୍ର ପାକିସ୍ତାନରେ ସାମୟିକ ଅଘୋଷିତ ଜରୁରୀ ସ୍ଥିତି ସୃଷ୍ଟି ହୋଇଥିଲା । ଏହି ହିଂସାତ୍ମକ କାର୍ଯ୍ୟାକଳାପରେ ମୋଟ 9 ଶହ ଆନ୍ଦୋଳନକାରୀଙ୍କୁ ପାକିସ୍ତାନ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ଗିରଫ କରିଛି । ଏବେ ମଧ୍ୟ ଦେଶର ବିଭିନ୍ନ ସହରରେ ସେନା ମୁତୟନ କରାଯାଇଛି ।

ଆଜି ଇମ୍ରାନଙ୍କୁ କୋର୍ଟରେ ହାଜର କରାଯିବା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା NAB 14 ଦିନିଆ ରିମାଣ୍ଡ ମାଗିଥିଲା । ଇମ୍ରାନଙ୍କ ଓକିଲ ରିମାଣ୍ଡ ଆବେଦନକୁ ନେଇ ଆପତ୍ତି ଉଠାଇବା ସହ ଇମ୍ରାନଙ୍କ ଗିରଫଦାରୀକୁ ଅବୈଧ ଦର୍ଶାଇ ତାଙ୍କୁ ତୁରନ୍ତ ମୁକ୍ତ କରାଯିବାକୁ ଦାବି କରିଛନ୍ତି । ଇମ୍ରାନଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ମିଥ୍ୟା, ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ତାଙ୍କ ଓକିଲ କହିଥିଲେ । ଏବେ ମଧ୍ୟ ଶୁଣାଣି ଜାରି ରହିଛି । ସଂଧ୍ୟା ସୁଦ୍ଧା ଇମ୍ରାନଙ୍କ ଗିରଫଦାରୀ ପ୍ରସଙ୍ଗରେ ବଡ଼ ରାୟ ଆସିବାର ସମ୍ଭାବନା ରହିଛି । ଅନ୍ୟପଟେ ବ୍ୟାପକ କର୍ମୀଙ୍କ ଗିରଫଦାରୀ ପରେ ମଧ୍ୟ ଇମ୍ରାନଙ୍କ ଦଳ ପିଟିଆଇ ଦେଶବ୍ୟାପୀ ଲକ୍‌ଡାଉନ ଡାକରା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.