ETV Bharat / international

ଆକ୍ରମଣ ପାଇଁ ପାକିସ୍ତାନ ପିଏମ ସମେତ 3 ଜଣଙ୍କୁ ଦାୟୀକଲେ ଇମ୍ରାନ

author img

By

Published : Nov 4, 2022, 9:43 AM IST

ଆକ୍ରମଣ ପରେ ଜୀବନ ପ୍ରତି ଆଶଙ୍କା ଦର୍ଶାଇଲେ ଇମ୍ରାନ । ଆକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ସିରଫ, ଆଭ୍ୟନ୍ତରୀଣ ମନ୍ତ୍ରୀ ଓ ପାକିସ୍ତାନ ଗୁଇନ୍ଦା ମୁଖ୍ୟଙ୍କୁ କଲେ ଦାୟୀ । ହସ୍ପିଟାଲରୁ ସହଯୋଗୀ ଦ୍ବାରା ପଠାଇଲେ ବାର୍ତ୍ତା । ଅଧିକ ପଢନ୍ତୁ

ଜୀବନ ପ୍ରତି ଆଶଙ୍କା ଦର୍ଶାଇଲେ ଇମ୍ରାନ: ଆକ୍ରମଣ ପାଇଁ ସିରଫଙ୍କ ସମେତ 3 ଜଣଙ୍କୁ କଲେ ଦାୟୀ

ଇସଲାମାବାଦ: ନିଜ ଉପରେ ହୋଇଥିବା ଆକ୍ରମଣ ନେଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ବର୍ତ୍ତମାନର ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫ, ଦେଶର ଆଭ୍ୟନ୍ତରୀଣ ମନ୍ତ୍ରୀ ତଥା ଜଣେ ଆଇଏସଆଇ ମୁଖ୍ୟଙ୍କୁ ଦାୟୀ କରିଛନ୍ତି । ସେ ଏବେ ହସ୍ପିଟାଲରେ ଥିବା ବେଳେ ତାଙ୍କ ସହ ଦଳର ବରିଷ୍ଠ ନେତା ସାକ୍ଷାତ କରିଥିଲେ । ଇମ୍ରାନ ତାଙ୍କ ଉପରେ ହୋଇଥିବା ଗୁଳିମାଡ ପଛରେ ଏହି ତିନି ଜଣଙ୍କୁ ଦାୟୀ କରୁଥିବା ଏହି ସହଯୋଗୀ ନେତା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ଇମ୍ରାନଙ୍କ ଦଳ ପିଟିଆଇର ଦୁଇ ବିରଷ୍ଠ ନେତା ଅସଦ ଉମର ଓ ମୈନ ଅସଲମ ଇକବାଲ ହସ୍ପିଟାଲରେ ଇମ୍ରାନଙ୍କୁ ଭେଟି ଆଲୋଚନା କରିଛନ୍ତି । ତେବେ ଇମ୍ରାନ ଆକ୍ରମଣ ନେଇ ଏହି ତିନିଜଣଙ୍କୁ ଦାୟୀ କରିବା ସହ ତାଙ୍କ ତରଫରୁ ଏହି ପ୍ରତିକ୍ରିୟା ଜାରି କରିବାକୁ ଏହି ଦୁଇ ସହଯୋଗୀଙ୍କୁ କହିଥିବା ସେମାନେ ଗଣମାଧ୍ୟମରେ ବିବୃତ୍ତି ରଖିଥିଲେ । ଉଭୟ ନେତା କହିଛନ୍ତି, ''ଇମ୍ରାନ ଖାନ ତାଙ୍କ ଜୀବନ ପ୍ରତି ଆଶଙ୍କା ପ୍ରକାଶ କରିଥିଲେ । ବିଶେଷ କରି ଆଜି ହୋଇଥିବା ଆକ୍ରମଣରେ 3 ଜଣଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଥିଲେ ।

ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫ, ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନଉଲ୍ଲା ଏବଂ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ମୁଖ୍ୟ ମେଜର ଜେନେରାଲ ଫୈଜଲଙ୍କୁ ( Maj Gen Faisal) ଦାୟୀ କରିଛନ୍ତି ଇମ୍ରାନ । ସେହିପରି ସେ ଏହି ତିନି ଜଣଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.