ETV Bharat / international

ପାକିସ୍ତାନରେ ଭୟଙ୍କର ଟ୍ରେନ ଦୁର୍ଘଟଣା: ୩୦ ମୃତ, ୮୦ ଆହତ - ପାକିସ୍ତାନରେ ଭୟଙ୍କର ଟ୍ରେନ ଦୁର୍ଘଟଣା

ପାକିସ୍ତାନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ହଜାରା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ ହୋଇ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

train accident in pakistan
ପାକିସ୍ତାନରେ ଭୟଙ୍କର ଟ୍ରେନ ଦୁର୍ଘଟଣା
author img

By

Published : Aug 6, 2023, 4:59 PM IST

Updated : Aug 6, 2023, 7:11 PM IST

ଇସଲାମାବାଦ: ପାକିସ୍ତାନରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା । ରାବଲପିଣ୍ଡି ଯାଉଥିବା ହଜରା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଛି । ଫଳରେ ଅତି କମରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ଯାତ୍ରୀ ଆହତ ହୋଇଥିବା ପ୍ରାଥମିକ ସୂଚନା ମିଳିଥିଲା । ବର୍ତ୍ତମାନ ମୃତ୍ୟୁସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଆଜି(ରବିବାର) ଶାହାଜାଦପୁର ଏବଂ ନବାବଶାହ ମଧ୍ୟରେ ଅବସ୍ଥିତ ସାହାରା ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ: Bahanaga Train Accident: ଏବେ ବି ସମ୍ପର୍କୀୟଙ୍କ ଅପେକ୍ଷାରେ ୪୧ ମୃତଦେହ

ଏହା ମଧ୍ୟ ପଢ଼ନ୍ତୁ: ବାହାନଗା ଟ୍ରେନ ଟ୍ରାଜେଡି: ୯ ଦିନିଆ ରିମାଣ୍ଡ ଅବଧି ଶେଷ, ଜେଲ ଗଲେ ତିନି ଅଭିଯୁକ୍ତ

ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ଟି କରାଚିରୁ ପାକିସ୍ଥାନର ପଞ୍ଜାବକୁ ଯାଉଥିଲା । ଉଦ୍ଧାର ପାଇଁ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ସମସ୍ତ ଆହତଙ୍କୁ ନବାବଶାହ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟ୍ରେନ୍‌ ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ । ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍‌ ପହଞ୍ଚି ତଦନ୍ତ କରୁଛନ୍ତି । ଦୁର୍ଘଟଣା ପରେ ନିକଟସ୍ଥ ଡାକ୍ତରଖାନାରେ ଜରୁରୀକାଳୀନ ପ୍ରୋଟକଲ ଲାଗୁ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Coromandel Express Derailed: ମାଲବାହୀ ଟ୍ରେନକୁ ପିଟିଲା ଏକ୍ସପ୍ରେସ ଟ୍ରେନ; 4 ବଗି ଲାଇନଚ୍ୟୁତ୍, ଅନେକ ଆହତ

ପ୍ରକାଶ ଥାଉକି, ଜୁନ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ଦୁଇଟି ପାସେଞ୍ଜର ଓ ମାଲବାହୀ ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟି ୨୮୮ ଜଣଙ୍କର ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ସମୟରେ ଦୁର୍ଘଟଣା ଦିନ ବର୍ତ୍ତିଯାଇ ଚିକିତ୍ସିତ ହେଉଥିବା ଆହତଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଅଘଟଣରେ ୧୦୦୦ରୁ ଅଧିକ ଆହତ ହୋଇଥିଲେ । ଦୁର୍ଘଟଣାରେ ମୋଟ ୨୯୩ ଜଣଙ୍କର ମୃତ୍ୟୁ ହୋଇଥିଲା । ବାହାନଗାର ସେହି କାଳରାତ୍ରି ଘଟଣା ଓଡ଼ିଶା ଇତିହାସରେ ପ୍ରଥମ ଏହି ଅଘଟଣ ସାରା ବିଶ୍ବକୁ ଦୋହଲାଇ ଦେଇଥିଲା । ଏବେ ବି ମୃତକଙ୍କ ଚିହ୍ନଟ ପାଇଁ ଆସୁଛନ୍ତି ଅନେକ ଲୋକ । ସମ୍ପର୍କୀୟଙ୍କ ଅପେକ୍ଷାରେ ରାଜଧାନୀ ସ୍ଥିତ ଏମ୍ସରେ ମୃତଦେହ ପଡ଼ିରହିଛି । ମୃତେଦହଗୁଡ଼ିକୁ ସୁରକ୍ଷିତ ଭାବେ ସଂରକ୍ଷିତ କରି ରଖାଯାଇଛି । ଆହୁରି ଅନେକ ଦିନ ମୃତଦେହ ସଂରକ୍ଷିତ କରି ରଖାଯାଇ ପାରିବ । ବର୍ତ୍ତମାନ ସୁଦ୍ଧା ସମୂହ ମୃତଦେହ ଅନ୍ତିମ ସଂସ୍କାର ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ । ଯେହେତୁ ମୃତଦେହଗୁଡ଼ିକ କ୍ୟାଣ୍ଟନରେ ରହିଛି ତେବେ ନଷ୍ଟ ହେବାର ଭୟ ମଧ୍ୟ ନାହିଁ ।

Last Updated : Aug 6, 2023, 7:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.