ETV Bharat / international

Texas school shooting: ସ୍କୁଲରେ ଆଖିବୁଜା ଗୁଳିମାଡ, 21 ମୃତ

author img

By

Published : May 25, 2022, 8:47 AM IST

Updated : May 25, 2022, 9:09 AM IST

ଟେକ୍ସାସରେ ଆଖିବୁଜା ଗୁଳିକାଣ୍ଡ । ସ୍କୁଲରେ ଆଖିବୁଜା ଗୁଳିମାଡରେ 18ଜଣ ପିଲାଙ୍କ ସହ 3 ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

gunman kills many childrens at texas elementary school
Texas school shooting: ସ୍କୁଲରେ ପଶି ଯୁବକଙ୍କ ଆଖିବୁଜା ଗୁଳିଚାଳନା, 18 ଛାତ୍ରଛାତ୍ରୀ ମୃତ

ୱାଶିଂଟନ: ଟେକ୍ସାସର ଏକ ପ୍ରାଥମିକ ବିଦ୍ୟାଳୟରେ ଆଖିବୁଜା ଗୁଳିକାଣ୍ଡ । ଜଣେ ଯୁବକ ସ୍କୁଲର ଅତିକମରେ 18 ଜଣ ଛାତ୍ରଛାତ୍ରୀ ଓ 3 ଜଣ ଶିକ୍ଷକଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି । ଏହି ଗୁଳିକାଣ୍ଡରେ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ଘଟିଛି । ଏହି ଘଟଣା ନେଇ ପୋଲିସ ସୂଚନା ଦେଇଛି ।

ପ୍ରାୟ ଏକ ଦଶନ୍ଧି ପୂର୍ବରୁ କନେକ୍ଟିକର ନ୍ୟୁଟାଉନ ସ୍ଥିତ ସ୍ୟାଣ୍ଡି ହୁକ ଏଲିମେଣ୍ଟାରୀରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି 20 ଜଣ ଶିଶୁ ଏବଂ 6 ଜଣ ବୟସ୍କଙ୍କୁ ହତ୍ୟା କରିବା ପରେ ଏହା ସବୁଠାରୁ ସବୁଠାରୁ ଭୟଙ୍କର ଗୁଳିକାଣ୍ଡ । ନ୍ୟୁୟର୍କର ବଫାଲୋରେ ଥିବା ଏକ ବଜାରରେ ଜଣେ ବନ୍ଧୁକଧାରୀ 10 ଜଣ ଦୋକାନୀ ଏବଂ ଶ୍ରମିକଙ୍କୁ ହତ୍ୟା କରିଥିଲା । ଏହାର 10 ଦିନ ପରେ ପୁଣି ଏଭଳି କାଣ୍ଡ ଆତଙ୍କ ସୃଷ୍ଟି କରିଛି ।

  • Tonight, there are parents who will never see their child again. Parents who will never be the same.

    To lose a child is to have a piece of your soul ripped away forever.

    I ask the nation to pray for them — to give them strength in the darkness.

    — President Biden (@POTUS) May 25, 2022 " class="align-text-top noRightClick twitterSection" data=" ">

Tonight, there are parents who will never see their child again. Parents who will never be the same.

To lose a child is to have a piece of your soul ripped away forever.

I ask the nation to pray for them — to give them strength in the darkness.

— President Biden (@POTUS) May 25, 2022

ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାନେଇ ଜାତିସଂଘ ଆଇନ ଶୃଙ୍ଖଳା ଅଧିକାରୀ ସୂଚନା ଦେଇଛନ୍ତି। ବନ୍ଧୁକଧାରୀମାନେ ହଠାତ ସ୍କୁଲ ଭିତରେ ପଶି ଗୁଳି ଚାଳନା କରିଥିଲେ । କିନ୍ତୁ ଆକ୍ରମଣର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ଜଣାପଡ଼ିଛି । ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗୁଳିକାଣ୍ଡରେ ଆହତ ହୋଇଥିବା ଅନେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାକୁ ନେଇ ଟ୍ବିଟ ଯୋଗେ ଶୋକ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ସେ କହିଛନ୍ତି " ଗୁଳିମାଡ଼ ଫଳରେ ଆଜିଠାରୁ କେତେକ ପିତାମାତା ତାଙ୍କ ସନ୍ତାନକୁ ଆଉ ଦେଖିବାକୁ ପାଇବେ ନାହିଁ। ନିଜ ପିଲା ହରାଇବା ଅର୍ଥାତ ଶରୀରର ଏକ ଅଙ୍ଗ ନଷ୍ଟ ହୋଇଯିବ। ଜାତିଭିତ୍ତିକ ଆକ୍ରମଣରେ ପ୍ରାଣ ହରାଇଥିବା ପିଲାଙ୍କ ଆତ୍ମା ସତଗତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି। ଏଭଳି କଠିମ ପରିସ୍ଥିତିକୁ ସାମ୍ନାକୁ କରିବାକୁ ଧୈର୍ଯ୍ୟ ଓ ସତସାହସ ମିଳୁ।" ବୋଲି ଜୋ ବାଇଡେନ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 25, 2022, 9:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.