ETV Bharat / international

Mass Shooting In US: ଗୁଳି ଫୁଟାଇବାକୁ ବାରଣ କରିବାକୁ ପରିବାରର 5 ଜଣଙ୍କୁ ଗୁଳି କଲା ପଡୋଶୀ - ଆମେରିକାର ଟେକ୍ସାସରେ ଗଣ ଗୁଳିକାଣ୍ଡ

ଆମେରିକାର ଟେକ୍ସାସରେ ଗଣ ଗୁଳିକାଣ୍ଡ । ଗୋଟିଏ ପରିବାରର ୫ ଜଣଙ୍କୁ ଗୁଳି କରି ହତ୍ୟା କଲା ପଡୋଶୀ ବ୍ୟକ୍ତି । ଅଧିକ ପଢନ୍ତୁ

ଟେକ୍ସାସରେ ଗୁଳିକାଣ୍ଡ
ଟେକ୍ସାସରେ ଗୁଳିକାଣ୍ଡ
author img

By

Published : Apr 30, 2023, 7:16 AM IST

ୱାଶିଂଟନ: ଆମେରିକାରେ ପୁଣି ଗର୍ଜିଲା ଗୁଳି । ଆମେରିକାର ଟେକ୍ସାସରେ ପୁଣିଥରେ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ୮ ବର୍ଷୀୟ ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ଗୋଟିଏ ପରିବାରର ସଦସ୍ୟ । ପଡୋଶୀରେ ରହୁଥିବା ଜଣେ ୩୮ ବର୍ଷୀୟ ବ୍ୟକ୍ତି ସେମାନଙ୍କୁ ଗୁଳିମାଡ କରି ହତ୍ୟା କରିଛି । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢେ ୧୧ଟା ସମୟରେ ଟେକ୍ସାସର କ୍ଲିଭଲାଣ୍ଡ ଅଞ୍ଚଳରେ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଗୁଳିମାଡ କରିଥିବା ୩୮ ବର୍ଷୀୟ ଓରୋପେଜା ମୃତକମାନଙ୍କ ପଡୋଶୀ ଅଟେ । ସେ ନିଜ ଘର ଅଗଣାରେ ଗୁଳି ଫୁଟାଉଥିଲା । ଗୁଳି ଶବ୍ଦରେ ଅତିଷ୍ଠ ହୋଇ ପାଖରେ ରହୁଥିବା ଗୋଟିଏ ପରିବାର ସେହି ବ୍ୟକ୍ତିଙ୍କୁ ଆସି ଅଭିଯୋଗ କରିଥିଲେ । ଘରେ ଥିବା ଛୋଟ ଶିଶୁ ଗୁଳି ଶବ୍ଦରେ ଶୋଇପାରୁ ନଥିବାରୁ ଫାୟାରିଂ ବନ୍ଦ କରିବାକୁ ସେ ଓରୋପେଜାକୁ କହିଥିଲେ । କିନ୍ତୁ ଅଭିଯୁକ୍ତ ଏଥିରେ ରାଗିଯାଇ ବିଳମ୍ବିତ ରାତିରେ ପଡୋଶୀଙ୍କ ଘର ଭିତରେ ପଶି ଆଖିବୁଜା ଗୁଳି ଚାଳନା କରିଥିଲା । ଗୁଳିମାଡରେ ଜଣେ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି ।

ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ନିଜ ରାଇଫଲ ବ୍ୟବହାର କରି ଏହି ଗୁଳିମାଡ କରିଥିବା ଜଣାପଡିଛି । ମୃତ ପରିବାରର ଡୋରବେଲ୍ କ୍ୟାମେରାରେ ଅଭିଯୁକ୍ତ ହାତରେ ରାଇଫଲ ଧରି ଘରେ ଭିତରେ ପ୍ରବେଶ କରୁଥିବା ସମୟର ଦୃଶ୍ୟ କଏଦ ହୋଇଛି । ଏହି ଘଟଣା ପରେ ସେ ଫେରାର୍ ହୋଇଯାଇଛି । ପୋଲିସ ତାକୁ ଧରିବାକୁ ଖୋଜାଖୋଜି ଚଳାଇଛି । ତେବେ ଆମେରିକାରେ ଏପରି ଗଣ ଗୁଳିକାଣ୍ଡ ଘଟଣା କିଛି ନୁହେଁ । ରିପୋର୍ଟ ଅନୁସାରେ, ଦେଶରେ ଏ ପର୍ଯ୍ୟନ୍ତ ଅତିକମରେ ୧୭୪ଟି ଗଣ ଗୁଳିକାଣ୍ଡ ଘଟିଛି ।

ଏହାମଧ୍ୟ ପଢନ୍ତୁ: ପିଶାଚ ବାପା: ଝିଅକୁ ହୋଇଥିଲା ବିରଳ ରୋଗ, ହତ୍ୟା କରି କିଚେନରେ ଲୁଚାଇଲା ମୃତଦେହ

ଅନେକ ସମୟରେ ଆତତାୟୀ ବ୍ୟାଙ୍କ, ସ୍କୁଲ, ସୁପରମାର୍କେଟ ଓ ଚର୍ଚ୍ଚାରେ ପଶି ଅତର୍କିତ ଗୁଳିମାଡ କରୁଥିବା ଦେଖାଯାଉଛି । କିଛି ଦିନ ତଳେ ଟେନେସିର ନାଶଭିଲେର ସ୍କୁଲରେ ଗୁଳିକାଣ୍ଡ ହୋଇଥିଲା । ଜଣେ ଯୁବତୀ ସ୍କୁଲ ଭିତରେ ପଶି ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଦିନକୁ ଦିନ ଆମେରିକାରେ ଗୁଳିମାଡ ଘଟଣା ବୃଦ୍ଧି ପାଇବାରେ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.